ସାଲେପୁର : କଟକ ଚାନ୍ଦବାଲି ରାସ୍ତା ପାଲଟିଛି ମୃତ୍ୟୁ ଜନ୍ତା । ବିଶେଷ କରି ଜଗତପୁର ଠାରୁ କଟିକଟା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଦୁର୍ଘଟଣା ପ୍ରବଣ ହୋଇଛି । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ମାନ ଘଟି ଜୀବନ ହାନୀ ହେଉଛି । ଆଜି ଅପରାହ୍ନରେ ସାଲେପୁର ସହର ଠାରୁ ଅନତି ଦୂର କାଳାଗ୍ନୀ ଛକ ଠାରେ ଦ୍ରୃତ ଗତିରେ ଯାଉଥିବା ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୩ଜଣ ଗୁରୁତର ହୋଇ ପଡ଼ିଥିଲେ । ଦମକଳ ଗାଡ଼ି ଦୁର୍ଘଟଣା ସ୍ଥଳରେ ପହଞ୍ଚି ୩ଗୁରୁତରଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ଗୁରୁତର ଥିବା ଯଶୋବନ୍ତ ଦାସଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଥିବା ଭୀମସେନ ସାହୁ ଓ ଉପେନ୍ଦ୍ର ସାହୁଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଥିଲା । ପୋଲିସ୍ ଡ଼ାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତଜାରୀ ରଖିଛି । ମୃତକଙ୍କ ଘର ଭୁବନେଶ୍ୱର ନୟାପଲ୍ଲୀ ହୋଇଥିବା ବେଳେ ଗୁରୁତର ୨ଜଣଙ୍କ ଘର ଭଦ୍ରକ ବୋଲି ଜଣାପଡ଼ିଛି । ବାଇକ୍ ଦୁଇଟିକୁ ପୋଲିସ୍ ଥାନାକୁ ଆଣିଛି । ପ୍ରକାଶଥାଉକି ଦ୍ରୃତଗତିରେ ଯାଉଥିବା ଗାଡ଼ିଗୁଡ଼ିକ ପ୍ରତି ପୋଲିସର ଲଗାମ ରହୁନଥିବାରୁ ଏଭଳି ଘଟଣା ଘଟୁଛି ବୋଲି ସାଧାରଣରେ କୁହାଯାଉଛି ।