Odisha news

ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ କର୍ମକର୍ତାଙ୍କ ବିଭିନ୍ନ ମସଜିଦ ପରିଦର୍ଶନ

0

ପଟ୍ଟାମୁଣ୍ଡାଇ:ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଖ୍ୟାଲଘୁମାନଙ୍କ କଲ୍ୟାଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡିଶାର ବିଭିନ୍ନ ମସଜିଦର ବିକାଶ ଓ ସଂଖ୍ୟାଲଘୁଙ୍କ କଲ୍ୟାଣ ପାଇଁ ୧୬ କୋଟି ଟଙ୍କା ମଞୁର କରିଛନ୍ତି । କେନ୍ଦ୍ରାପଡା ମସଜିଦର ବିକାଶ ପାଇଁ ୧ କୋଟି ଟଙ୍କା ମଞୁର କରିଛନ୍ତି । ସଂଖ୍ୟାଲଘୁମାନଙ୍କ କଲ୍ୟାଣ ପାଇଁ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ସ୍ୱାଗତ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ମସଜିଦ ଓ ସଂଖ୍ୟାଲଘୁମାନଙ୍କ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସାଧାରଣସଂପାଦିକା ରିଜୁୱାନା ବେଗମ ପ୍ରୟାସ ଆରମ୍ଭ କରିଛନ୍ତି । ଏଥି ପାଇଁ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ଜନାବ ମୁନା ଖାଁ ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ସହିତ ଦୋବନ୍ଧା ଓ ପଟ୍ଟାମୁଣ୍ଡାଇ ମସଜିଦ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛନ୍ତି । ଦୋବନ୍ଧା ଠାରେ ଆୟୋଜିତ ସଂଖ୍ୟାଲଘୁ କଲ୍ୟାଣ ସମାବେଶରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରମୁଖ ଲୋକପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ସଂଖ୍ୟାଲଘୁମାନଙ୍କ ବିକାଶ ପାଇଁ ଆଲୋଚନା କରିଥିଲେ । ବିଧାୟକ ଶ୍ରୀବେହେରା ଦୋବନ୍ଧା ମସଜିଦ ଓ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଏହାପରେ ରାଜ୍ୟ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଶ୍ରୀଖାଁ ଓ ସାଧାରଣସଂପାଦିକା ଶ୍ରୀମତୀ ବେଗମ ପଟ୍ଟାମୁଣ୍ଡାଇ ମୁସଲମାନ ବସ୍ତି ଓ ମସଜିଦ ପରିଦର୍ଶନ କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଖ୍ୟାଲଘୁ କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହିତ ଆଲୋଚନା କରିବେ ବୋଲି ସମବେତ ସଂଖ୍ୟାଲଘୁମାନଙ୍କୁ ପ୍ରତିଶୃତି ଦେଇଥିଲେ ।

Leave A Reply