ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକରେ ଶୌଚାଳୟ ନାମରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ବେଳେ ଏହି ଦୁର୍ନତିରେ ମା ମଙ୍ଗଳା ଗୃଫ, ଅନାମଧେୟ ଓ ବିନା ରେଜିଷ୍ଟ୍ରସନରେ ଥିବା ଏନ.ଜିଓ ଏବଂ କେତେକ ନାରୀ ନେତ୍ରୀ , କୁଜିନେତା ସାମିଲ ହୋଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଥିବା ବେଳେ ଶୌଚାଳୟ ନଥାଇ ଅନାମଧେୟ ବ୍ୟକ୍ତିଙ୍କ ନାମରେ ବିଲ ଓ କେତେକ ହିତାଧିକାରୀ ଶୌଚାଳୟ ନିର୍ମାଣ କରି ୪-୫ ହଜାର ଟଙ୍କା ପ୍ରାପ୍ୟ ପାଇଥିବା ବେଳେ ଆଉ ସବୁକୁ ହରିଲୁଟ କରାଯାଇଥିବା ଅଭିଯୋହ ହୋଇଛି । ଆଜି ସଂଧ୍ୟାରେ ଗୋପ ବ୍ଲକ ବିଡିଓ ଦୁଆର ଦୁଆର ବୁଲି ପାଇଖାନା ଘର ଖୋଜିଥିଲେ । ତେବେ ଗୋପ ବ୍ଲକ ଅନ୍ତର୍ଗତ ଅଣ୍ଢରା ଇଛାପୁର ପଞ୍ଚାୟତ ତରଡାପଡା ଗ୍ରାମରେ ୧୫ ରୁ ଉର୍ଦ୍ଧ ହିତାଧିକାରୀଙ୍କ ଅଭିଯୋଗ ଶୁଣିବାପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କ ହିତ ଦୃଷ୍ଟିକୁ ଆଖିଆଗରେ ରଖି ବାହ୍ୟ ମଳ ମୁକ୍ତ କରିବା ସହିତ ସାରା ଦେଶ ଓ ରଜ୍ୟକୁ ସ୍ୱଚ୍ଛ ଭାରତରେ ପରିଣତ କରିବା ପାଇଁ ସ୍ୱଚ୍ଛ ଭାରତ ମିସନରେ ପ୍ରତ୍ୟକ ପରିବାରର ହିତାଧିକାରୀ ମାନଙ୍କୁ ୧୨ ହଜାର ଟଙ୍କାରେ ଗୋଟିଏ ଲେଖାଏଁ ଶୌଚାଳୟ ଯୋଗାଇ ଦେଇ ବାହ୍ୟ ମଳ ମୁକ୍ତକୁ ସମ୍ପୂର୍ଣ୍ଣ ଭାବେ ଦୁରେଇ ଦେବା ପାଇଁ ଆହ୍ୱାନ ଦେଇଥିବା ବେଳେ ଗୋପ ବ୍ଲକରେ ଏହି ଶୌଚାଳୟ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କେତେକ ମୋଟିଭେଟର ଓ କେତେକ ମହିଳା ଗୃଫ ଓ ଦୁର୍ନତିଗ୍ରସ୍ତ କର୍ମଚାରୀ , ଅନାମଧେୟ ଏନ ଜି ଓ , ଗାଁ ଗାଁ ବୁଲି ହିତାଧିକାରୀ ମାନଙ୍କ ଠାରୁ ଆଧାର କାର୍ଡ , ବ୍ୟାଙ୍କ ପାସବୁକ ଓ କାର୍ଯ୍ୟାଦେଶର ନକଲକୁ ହାତେଇ କୋଟି କୋଟି ଟଙ୍କା ଦୁର୍ନତି କରିଥିବା ବେଳେ ଗୋଟିଏ ବି ଶୌଚାଳୟ ଦେଖିବାକୁ ମିଳିନଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସମୟ ଭିତରେ ଶୌଚାଳୟ କାର୍ଯ୍ୟ ସାରିବା ପାଇଁ ସମସ୍ତ ବ୍ଲକକୁ ନିଦେ୍ର୍ଦଶ ଆସିବା ପରେ କାର୍ଯ୍ୟ ସାରିବା ପାଇଁ ବ୍ଲକ ପକ୍ଷରୁ କେତେକ ମହିଳା ଗୃଫ ଓ ବିଭିନ୍ନ ଏନଜିଓ କୁ ଦାୟୀତ୍ୱ ଦିଆଯିବା ପରେ ଦୁର୍ନତି କରିବା ପାଇଁ ଖୋଲି ଯାଇଥିବା ବାଟ । ଏହି ଦୁଇ ସ୍ଂସ୍ଥା ଗୋପ ବ୍ଲକରୁ ବିଭିନ୍ନ ସମୟରେ ବିଭିନ୍ନ ହିତାଧିକାରୀଙ୍କ ନାମରେ କୋଟି କୋଟି ଟଙ୍କା ହରିଲୁଟ କରିଥିବା ବେଳେ ଗøାପ ବ୍ଲକ ଅଣ୍ଢରାଇଛାପୁର ପଞ୍ଚାୟତ ତରଡାପଡା ଗ୍ରାମରେ ଶୌଚାଳୟ ଦୁର୍ନତି ହୋଇଥିବା ଜଣାପଡିବା ପରେ ଗୋପ ବ୍ଲକ ବିଡିଓ ଦିପ୍ତୀରାଣି ଦାସ , ଗ୍ରାମ୍ୟ ଜଳ ପରିମଳ କନିଷ୍ଠ ଯନ୍ତ୍ରୀ ଉର୍ବଶୀ୍ର ଆଚାର୍ଯ୍ୟ ଘଟଣା ସ୍ଥଳରେପହଁଚି ଦୁଆର ଦୁଆର ବୁଲି ତଦନ୍ତ କରି ଜାଣିବାକୁ ପାଇଥିଲେ ଅନେକ ହିତାଧିକାରୀଙ୍କ ନାମରେ ମିଥ୍ୟା ବିଲ ହୋଇଥିବା ବେଳେ କେତେକ ହିତାଧିକାରୀ ଶୌଚାଳୟ ନିର୍ମାଣ କରି ପ୍ରାପ୍ୟ ପାଇନଥିବା ଓ କେତେକ ହିତାଧିକାରୀଙ୍କ ନାମ ନଥାଇ ସମ୍ପୂର୍ଣ୍ଣ ବିଲ କରି ଲୁଟ କରାଯାଇଥିବା ଓ ହିଧିକାରୀ ଶୌଚାଳୟ ନିର୍ମାଣ କରି ବିଲପାଇନଥିବା ଭଳି ଦୁର୍ନତି ବିଡିଓ ଦେଖିବାକୁ ପାଇଥିଲେ । ଏହି ଘଟଣା ଉପରେ ବିଡିଓ କହିଛନ୍ତି ତୁରନ୍ତ ଦୁର୍ନତି ଗ୍ରସ୍ଥ ଯନ୍ତ୍ରୀ, ଏନଜିଓ ହୁଅନ୍ତୁ ବା ମହିଳା ଗୃଫ ହୁଅନ୍ତୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ସମସ୍ତ ଅର୍ଥ ଫେରସ୍ତ ପାଇଁ ବ୍ୟବସ୍ତା କରାଯିବ । ତେବବେ ବ୍ଲକର ନାଗପୁର , ଗଣେଶ୍ୱରପୁର,ଅଣ୍ଢରାଇଛାପୁର , କୂଆଁପଡା , ବନ୍ତଳୀଗାଁ ଓ ବଡତରା ପଞ୍ଚାୟତରେ ପାଇଖାନା ନିର୍ମାଣ ନାମରେ ଦୁର୍ନତିର ତାଲିକା ଲମ୍ବିଛି । ତଦନ୍ତ ହେଲେ କୋଟି କୋଟି ଟଙ୍କାର ଦୁର୍ନତି ପଦାକୁ ଆସିବ ।