Odisha news

ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ ଏମକେସିରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ

0

ବାରିପଦା : ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ୟୁଥ ଏଣ୍ଡ ଇକୋ କ୍ଲବ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଃ ପ୍ରଜ୍ଞା ପାରମିତା ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବକ୍ତୃତା ବରିଷ୍ଠ ବିଭାଗରେ ସାଇଦତ୍ତ ପଟ୍ଟନାୟକ, ବିଷ୍ଣୁପ୍ରିୟା ସିଂ, ନମିତା ପାତ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବାବେଲେ ବକ୍ତୃତା କନିଷ୍ଠ ବିଭାଗରେ ଜ୍ୟୋତିରଞ୍ଜନ ବାରିକ, ଆରତି ମାରାଣ୍ଡି ଓ ଶଣେ ଟୁଡୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କନିଷ୍ଠ ବିଭାଗର ପଦ୍ୟ ଆକୃତି ପ୍ରତିଯୋଗୀତାରେ ଆରତି ମାରାଣ୍ଡି ପ୍ରଥମ, ଛିତା ମାରାଣ୍ଡି ଦ୍ୱିତୀୟ ଓ ଶଣେ ଟୁଡୁ ତୃତୀହ ହୋଇଥିବାବେଳେ ଉପକନିଷ୍ଠ ବର୍ଗର ପଦ୍ୟ ଆକୃତି ପ୍ରତିଯୋଗୀତାରେ କୁନି ହେମ୍ବ୍ରମ ପ୍ରଥମ, ଟୁନି ହେମ୍ବ୍ରମ ଦ୍ୱିତୀୟ ଓ ଭାଗ୍ୟଲକ୍ଷ୍ମୀ ଧର ତୃତୀୟ ହୋଇଛନ୍ତି । ପ୍ରଧାନଶିକ୍ଷକ ଡଃ ଜେନା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷା ପ୍ରତି ଗଭୀର ମମତାବୋଧ ସୃଷ୍ଟି ପାଇଁ ଗୁରୁତ୍ୱରୋପ କରିଥିଲେ । ୟୁଥ ଏଣ୍ଡ ଇକୋ କ୍ଲବ ଶିକ୍ଷକ ଅମିତାଭ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ଅତୁଲ କୁମାର ପରିଡା, ଗୋବିନ୍ଦ ଚନ୍ଦ୍ର ରାଉତ, ଶଶୀଧର ବିଶ୍ୱାଳ, ବୁଦିରାମ ସିଂ, ସୁକେଶିନୀ ନନ୍ଦ, ରାଜୀବ ଲୋଚନ ଜେନା ପରିଚାଳନା କରିଥିବାବେଳେ ଶିକ୍ଷକ ଅମୂଲ୍ୟ କୁମ୍ଭକାର ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply