Odisha news

ଅନ୍ତସତ୍ୱା କରି ଅଭିଯୁକ୍ତ ପ୍ରେମିକ ଫେରାର, ଥାନାରୁ ନ୍ୟାୟ ନପାଇ ଯୁବତୀ ଏସପିଙ୍କ ଦ୍ୱାର

0

ପାଣିକୋଇଲି: ଜଣେ ମାନସିକ ଅନଗ୍ରସର ତଥା ଅଶିକ୍ଷିତ ଯୁବତୀକୁ ଦୀର୍ଘ ୫ ବର୍ଷ ଧରି ପ୍ରେମ କରିବା ପରେ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ପରେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ବିବାହ ଲାଗି ପ୍ରେମିକ ପାଖରେ ଜିଦ ଧରିବାରୁ ଲମ୍ପଟ ପ୍ରେମିକ ଜଣକ ଗା୍ରାମରୁ ଫେରାର ହୋଇଯାଇଥିଲେ । ଏହାପରେ ଯୁବତୀ ଜଣକ ଥାନାରେ ଏତଲା ଦେବାର ଦୁଇ ମାସ ପରେ ପୁଲିସ ଏକ କେଶଟିଏ କରି ଚୁପ ହୋଇ ବସିଛି । ଫଳରେ ଥାନାରୁ ନ୍ୟାୟ ନପାଇ ଯୁବତୀ ଜଣକ ଗୁରୁବାର ଦିନ ଜିଳ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛି । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବିଞ୍ଝାରପୁର ଥାନା ଅନ୍ତର୍ଜତ ଜରୀବାଙ୍କ ଗ୍ରମରେ । ମିଳିଥିବା ସୁଚନାନୁସାରେ ଜରୀବାଙ୍କ ଗ୍ରାମର କୈଳାସ ଦାସଙ୍କ ପୁଅ ରୁଦ୍ର ଓରଫ ଟୁକୁ (୩୫) ପାଂଚ ବର୍ଷ ଧରି ସେହି ଗ୍ରାମର ସାବି ୨୨ (ଛଦ୍ମ ନାମ)କୁ ଭଲପାଉଥିଲା । ରାଣୀ ଜଣେ ମାନସିକ ଅନଗ୍ରସର ତଥା ଅଶିକ୍ଷିତ ଜାଣି ରୁଦ୍ର ନିଜର କାମନା ମେଂଟାଇବା ଲାଗି ତାକୁ ପ୍ରେମ ଜାଲରେ ଫସାଇ ତାର ସହିତ ଶାରରୀକ ସମ୍ପର୍କ ରଖିଥିଲା । ପରେ ରାଣୀ ଗର୍ଭବତୀ ହେବା ପରେ ବିବାହ ଲାଗି ଜିଦ ଧରିବାରୁ ରୁଦ୍ର ତିନିଲକ୍ଷ ଟଙ୍କା ଯୈାତୁକ ନ ଦେଲେ ବିବାହ କରିବ ନାହିଁ ବୋଲି ରୋକ ଠୋକ ଶୁଣାଇବା ସହିତ ତାକୁ ମାଡ଼ ମାରିଥିଲା । ସାବିର ବାପା (ଯେକି ଜଣେ ଦିନ ମଜୁରିଆ) ଗ୍ରାମସଭାରେ ନିଜ ଦୁଃଖ ଜଣାଇବା ପରେ ସେମାନେ ରୁଦ୍ରକୁ ସାବି ସହିତ ବିବାହ କରିବା ଲାଗି କହିଥିଲେ । କିନ୍ତୁ ରୁଦ୍ର ଗ୍ରାମସଭାର ନିଷ୍ପତିକୁ ନମାବରୁ ସାବି ଗତ ୨୭-୧୨-୧୯ ତରିଖରେ ବିଞ୍ଝାରପୁର ଥାନାରେ ରୁଦ୍ର ନାମରେ ଅଭିଯୋଗ କରିଥିଲା । ସାବି ଥାନାରେ ଅଭିଯୋଗ କରୁଛି ଜାଣି ରୁଦ୍ର ଗ୍ରମରୁ ଫେରାର ହୋଇଗଲା । ଅଭିଯୋଗ ପାଇବା ପରେ ବିଞ୍ଝାରପୁର ପୁଲିସ ଏକ କେସ ୩୭୫ ଦଫା ୪୧୭ ଓ ୩୭୬ରେ ଏତଲାକୁ ପଂଜୀକରଣ କରିଥିଲେ ସୁଦ୍ଧା ରୁଦ୍ରକୁ ଖୋଜିବାରେ ପୁଲିସ ତତ୍ପରତା ଦେଖାଉନଥିବାରୁ ରାଣୀ ନିଜ ବୃଦ୍ଧ ବାପା ସହିତ ଆଠ ମାସର ଗର୍ଭକୁ ଥରି ଗୁରୁବାର ଦିନ ଆରକ୍ଷୀ ଅଧିକ୍ଷକଙ୍କୁ ଗୁହାରୀ କରିବାକୁ ଆସିଥିଲା । ସାବିର ଗୁହାରୀ ଣୁଣିବା ପରେ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ବାପ ଝିଅଙ୍କୁ ଖାଇବାକୁ ଦେବା ସହିତ ତୁରନ୍ତ ରୁଦ୍ରକୁ ଖୋଜି ଗିରଫ କରିବାକୁ ବିଞ୍ଝାରପୁର ପୁଲିସକୁ ନିଦେ୍ର୍ଦଶ ଦେଇଥିଲେ ।

Leave A Reply