Odisha news

ରାସ୍ତା ମଝିରେ ଜଳିଗଲା ଇନୋଭା କାର, ଅଳ୍ପକେ ବର୍ତ୍ତିଲେ ଚାଳକ  

0

ହାଟଡିହି: ରାସ୍ତାରେ ଯାଉ ଯାଉ ଘଟିଗଲା ଅଘଟଣ, କିଛି ବୁଝିବା ଆଗରୁ ହୁତୁହୁତୁ ହୋଇ ଜଳିଗଲା ଇନୋଭା କାର । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ନିକଟସ୍ଥ କଣିଆରୀ ଗ୍ରାମରେ । ଗତକାଲି କଣିଆରୀ ଗ୍ରାମର କିଛି ବ୍ୟକ୍ତି ଏକ ଇନୋଭାକାର ଭଡାରେ ନେଇ ଆଗରପଡା ଯାଇଥିଲେ । ସେମାନେ ରାତିପ୍ରାୟ ୧୦ଟାବେଳେ ଘରକୁ ଫେରିଥିଲେ । କାରଟି ଯାତ୍ରୀ ମାନଙ୍କୁ ଓହ୍ଲାଇଦେଇ ଢ଼େଙ୍କା ବଜାରକୁ ଫେରୁଥିବାବେଳେ କଣିଆରୀ ଗାଁ ଠାରୁ ମାତ୍ର କିଛିବାଟ ଦୁରରେ ହଠାତ କାରଟିରେ ନିଆଁ ଲାଗିଯାଇଥିଲା । ଏହାଦେଖି ଚାଳକ ଜଣକ ନିଜ ଜୀବନ ବଞ୍ଚାଇ ବାହାରକୁ ପଳାଇ ଆସିଥିବାବେଳେ ଗାଡିଟି ସମ୍ପୁର୍ଣ୍ଣ ଜଳିଯାଇଥିଲା । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଲିଭାଇଥିଲେ । ଇନୋଭା କାରଟି ବୈଦାଖିଆ ଗ୍ରାମର ଜଣେ ବ୍ୟକ୍ତିଙ୍କର ହୋଇଥିବାବେଳେ ଢ଼େଙ୍କାର ଜୈନିକ ଯୁବକ ଏହାକୁ ପାଖରେ ରଖି ବୁଝାସୁଝା କରୁଥିଲେ ।

Leave A Reply