ସାଲେପୁର,୨୮/୮:-ବୁଲେଟ ଓ ସ୍କୁଟିଧକ୍କାରେ ସ୍କୁଟି ଚାଳକର ମୃତ୍ୟୁ ହୋଇଥିବା ବେଳେ ବୁଲେଟ ଚାଳକ ଆହତ ହୋଇଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ସାଲେପୁର କୁଅଁପାଳ ରାସ୍ତାର ମନୋହରପୁର ଛକ ନିକଟରେ। ମୃତକ ଜଣକ ହେଲେ ପ୍ରଶାନ୍ତ କୁମାର ଦାସ ବୟସ ୬୧ବର୍ଷ।ସେ ସ୍କୁଟିରେ ସାଲେପୁରରୁ ନିଜ ଘର ଧର୍ମାଗତପୁରକୁ ଫେରୁଥିବା ବେଳେ ମନୋହରପୁର ଠାରେ ବୁଲେଟ ସହ ଧକା ହୋଇଥିଲା।ଘଟଣା ସ୍ଥଳରୁ ଉଭୟଙ୍କୁ ସ୍ତାନୀୟ ଲୋକେ ଉଦ୍ଧାରକରି ସାଲେପୁର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ।ଆହତ ବୁଲେଟ ଚାଳକ ହେଲେ ନେମାଳ ଥାନା ନାହାଳପୁର ଗ୍ରାମର ଅର୍ସଦ ରହେମାନ। ଆହତ ଅର୍ସଦ ରହେମାନ ସାଲେପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ଖବର ପାଇ ସାଲେପୁର ପୋଲିସ ମେଡିକାଲରେ ପହଁଚି ମୃତ ପ୍ରଶାନ୍ତଙ୍କ ଶବକୁ ଜବତକରି ତଦନ୍ତ କରୁଥିବା ସୂଚନା ମିଳିଛି।