ସାଲେପୁର,୪/୮:-କଟକ ଗଡ ଗଡିଆ ଘାଟରୁ ପାଣି ଆଣିବାକୁ ଯିବା ବେଳେ ସାଲେପୁର କେନ୍ଦ୍ରାପଡ଼ା କେନାଲ ବନ୍ଧରେ ବଟେଶ୍ୱର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସି ଗାଡ଼ି ୧୦ ଆହତ ଏକ ଗୁରୁତ୍ୱର।ଘଟଣାରୁ ପ୍ରକାଶ ନିଶ୍ଚିନ୍ତକୋଇଲି ବୁହାଳ ଅଞ୍ଚଳର ବୋଲବମ ଭକ୍ତ ମାନେ ପାଣି ଆଣିବା ପାଇଁ ଏକ ଟାଟା ଏସି ଗାଡ଼ିରେ କଟକ ଗଡ଼ଗଡ଼ିଆ ଘାଟ ଅଭିମୁଖେ ଯାଉଥିଲେ।ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତର ବଟେଶ୍ୱର ନିକଟବର୍ତ୍ତି କେନ୍ଦ୍ରାପଡା କେନାଲ ବନ୍ଦ ଉପରେ ଟାଟା ଏସି ଗାଡି ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା।ସ୍ଥାନୀୟ ଲୋକମାନେ ସମସ୍ତ କାଉଡ଼ିଆ ଭକ୍ତ ମାନଙ୍କୁ ଉଦ୍ଧାର କରି ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ସମସ୍ତଙ୍କ ଚିକିତ୍ସା କରିଥିବା ବେଳେ ଅଧିକ ଗୁରୁତର ମାନଙ୍କୁ କଟକ ମେଡିକାଲ ପଠାଇଥିବା ଜଣାପଡିଛି। ସମସ୍ତ କାଉଡିଆ ନିଶ୍ଚିନ୍ତ କୋଇଲି ବୁହାଳ ଅଞ୍ଚଳର ବୋଲି ସୂଚନା ମିଳିଛି ।