Odisha news

ଲଘୁଚାପଜନିତ ଲଗାଣ ବର୍ଷାରେ ସାଲେପୁର ଅଞ୍ଚଳର ବହୁ ରାସ୍ତା ଜଳମଗ୍ନ

0
ସାଲେପୁର :-ଲଘୁଚାପଜନିତ ଲଗାଣ ବର୍ଷାରେ ସାଲେପୁର ଅଞ୍ଚଳରେ ବହୁ ରାସ୍ତା ଜଳମଗ୍ନ ହୋଇ ଯାଇଥିବାରୁ ଲୋକମାନେ ଯିବାଆସିବାରେ ସମସ୍ୟା ଭୋଗୁଛନ୍ତି।ସାଲେପୁର ଅଞ୍ଚଳରେ ଥିବା ଡ୍ରେନ ଗୁଡ଼ିକ ପୋତିହୋଇ ପଡିଥିବାରୁ ଏହାମଧ୍ୟରେ ପାଣି ନିଷ୍କାସିତ ହୋଇପାରୁନି।ଯାହାଫଳରେ ରାସ୍ତା ଉପରେ ପାଣି ଜମି ରହୁଛି।କଟକ ସାଲେପୁର ମୁଖ୍ୟ ରାସ୍ତାର ସପନପୁର ଠାରୁ ସାଲେପୁର ବଜାର ଶେଷ ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ପାଣି ଠିଆହୋଇ ରହୁଥିବାରୁ ଏହି ରାସ୍ତାରେ ଲୋକମାନେ ଯିବା ପାଇଁ ଅସୁବିଧା ଭୋଗୁଛନ୍ତି।ଏହି ରାସ୍ତାରେ ପଥଚାରୀମାନେ ଚାଲି ଚାଲି ଗଲା ବେଳେ ବଡ଼ ବଡ଼ ଗାଡି ମାନଙ୍କ ପାଣି ଛିଟିକାରେ ସମ୍ପୂର୍ଣ୍ଣ ଓଦା ହୋଇଯାଉଥିବା ଦେଖିବାକୁ ମିଳୁଛି।ରାସ୍ତାର ଉଭୟ ପାର୍ଶ୍ୱରେ ପାଣି ନିଷ୍କାସନ ହେବା ପାଇଁ ଡ୍ରେନ ଅଛି କିନ୍ତୁ ଏହା ପୋତିହୋଇ ପଡି ଥିବାରୁ ଏହା ମଧ୍ୟ ଦେଇ ପାଣି ନିଷ୍କାସିତ ହୋଇ ପାରୁନାହିଁ।ଏହି ଡ୍ରେନକୁ ପାଣି ଯିବାକୁ କଟ ପଏଣ୍ଟ ବି ଅଛି କିନ୍ତୁ ଏହା ମଧ୍ୟ ବାଲି ମାଟିରେ ବନ୍ଦ ହୋଇଯାଇଛି।ପୂର୍ତ୍ତ ବିଭାଗର ଖାମ ଖିଆଲିନୀତି ଯୋଗୁ ଏହି ଡ୍ରେନ ଗୁଡ଼ିକ ପୋତିହୋଇ ପଡିଛି। ତୁରନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଡ୍ରେନକୁ ଭଲ ଭାବରେ ସଫା କରିଦେଲେ ପାଣି ନିଷ୍କାସିତ ହୋଇଯାଆନ୍ତା।ସେହିପରି ମାଛୁଆତି ତାରିଣୀ ଛକ ଠାରୁ କଟକ କେନ୍ଦ୍ରାପଡା କେନାଲକୁ ସଂଯୋଗ କରୁଥିବା ରାସ୍ତା ବର୍ଷା ଯୋଗୁଁ ପାଣିରେ ବୁଡ଼ିକି ରହୁଥିବା ଦେଖିବାକୁ ମିଳୁଛି।ଏହି ରାସ୍ତା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିବାରୁ ଏହା ଉପରେ ଆମ୍ବୁଲାନ୍ସ,ଜରୁରୀ କାଳୀନ ଗାଡି, ସ୍ଥାନୀୟ ଅଞ୍ଚଳର ଲୋକ ଓ ଆଖ ପାଖ ଅଞ୍ଚଳର ଲୋକମାନେ ନିର୍ଭର କରିଥାନ୍ତି।  ଏହାର ପ୍ରମୁଖ କାରଣ ଏହି ରାସ୍ତା କଡରେ ଡ୍ରେନ ନଥିବାରୁ ପାଣି ନିଷ୍କାସିତ ହୋଇ ପାରୁ ନାହିଁ।ଏବଂ ରାସ୍ତା ର ଉଭୟ ପାର୍ଶ୍ୱ ଅବରୋଧ ଯୋଗୁଁ ମଧ୍ୟ ପାଣି ଯାଇ ପାରୁନାହିଁ।ସେହିପରି ସାହେଶ୍ୱରୀ ମନ୍ଦିର ସମ୍ମୁଖ ରାସ୍ତା, ହାଟକୁ ଯିବା ରାସ୍ତା ଓ ମଧୁ ମଣ୍ଡପ ସମ୍ମୁଖରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳୁଛି।ଏହା ସାଲେପୁର ଅଞ୍ଚଳର ପ୍ରମୁଖ ଜନ ଗହଳି ପୂର୍ଣ ରାସ୍ତା ହୋଇଥିବାରୁ ଏହା ଉପରେ ସାଲେପୁର ଓ ଆଖ ପାଖ ବହୁ ପଞ୍ଚାୟତର ଲୋକ ମାନେ ଏହି ରାସ୍ତା ଦେଇ ହାଟକୁ ଯାଇଥାନ୍ତି।ଏହି ରାସ୍ତା ବୁଡିଯିବା ଫଳରେ ଲୋକମାନେ ହାଟକୁ ଯିବାକୁ ଅସୁବିଧା ଭୋଗୁଥିବା ବେଳେ ପିଲାମାନେ ସ୍କୁଲ କଲେଜକୁ ଯିବାପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି
Leave A Reply