Odisha news

ସାଲେପୁର ବିଧାୟକଙ୍କ ଦ୍ୱାରା ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ

0

ସାଲେପୁର : ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ବିଧାୟକ ପ୍ରଶାନ୍ତ ବେହେରା ସମୀକ୍ଷା କରିଥିବା ଜଣାଯାଇଛି । ଏହି ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମେତ ବିଦ୍ୟାଳୟର ପାଚେରୀ ନିର୍ମାଣ, ବିପଦସଂକୁଳ ଅବସ୍ଥାରେ ଥିବା ପୁରୁଣା ଆଜ୍ବେଷ୍ଟସ୍ ଶ୍ରେଣୀଗୃହକୁ ସଂପୂର୍ଣ୍ଣ ଭଙ୍ଗାଯାଇ ନୂତନ ଶ୍ରେଣୀଗୃହ ନିର୍ମାଣ, ନୂତନ ସାଇକେଲ୍ ଷ୍ଟାଣ୍ଡ୍ ନିର୍ମାଣ ସମେତ ପାନୀୟଜଳ  ସମସ୍ୟା ଦୂରିକରଣ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ସହ ଦୀର୍ଘଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଚନ୍ଦ୍ରଶେଖର ଛାତ୍ରାବାସର ପୁନରୁଦ୍ଧାର ପାଇଁ ସମୀକ୍ଷା କରିବା ସହ ମହାବିଦ୍ୟାଳୟର ଲାଇବ୍ରେରୀ ଓ ନୂତନ ଭାବେ ନିର୍ମାଣ ହୋଇଥିବା କ୍ୟାଣ୍ଟିନ୍ ଗୃହ ପରିଦର୍ଶନ କରି ଫେରିଛନ୍ତି ।

କମ୍ ଦିନ ମଧ୍ୟରେ ଏହି କ୍ୟାଣ୍ଟିନ୍ର କାର୍ଯ୍ୟ ଶେଷ ହେଲାପରେ ଛାତ୍ରଛାତ୍ରୀଙ୍କ ସେବାରେ ଲାଗି ବୋଲି ବିଧାୟକ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମେଶ ଚନ୍ଦ୍ର ପତି, ଅଧ୍ୟାପକ ସୁଶାନ୍ତ ନାୟକ, ଅଧ୍ୟାପକ ନିର୍ମଳ ମିଶ୍ର, ସମାଜସେବୀ ନବକିଶୋର କର, ବିରଞ୍ଚôନାରାୟଣ କର, ବିଶ୍ୱମୋହିତ କର, ମନୋରଂଜନ ଶତପଥୀ, ଅବତନ ଷଡ଼ଙ୍ଗୀ, ଯୁବନେତା ସଂଜିତ୍ ଦାଶ, ଛାତ୍ରନେତା ଶୁଭମ୍ ଦାଶ, ବାଲିସାହି ସରପଞ୍ଚ ପ୍ରତିନିଧି ଜୟରାମ ବେହେରା, ଜୟଦେବ ଶତପଥୀ, ସେକ୍ ସମିମ୍ ଅକତର, ଯୁବନେତା ଦୁର୍ଯେ୍ୟାଧନ ଦାଶ, ସେକ୍ ଗୁଲରେଜ୍ଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Ad2
Leave A Reply