Odisha news

ଆଇ.ପି.ଟି. ସାଲେପୁରର ଆନ୍ତର୍ଜାତୀୟ ଇ – କନଫରେନ୍ସ ଉଦ୍ୟାପିତ

0

ସାଲେପୁର : ସାଲେପୁରସ୍ଥିତ ଏକମାତ୍ର ବୈଷୟିକ ଶିକ୍ଷାନୁଷ୍ଠାନ ଇନ୍ଷ୍ଟିଚୁ୍ୟଟ୍  ଅଫ୍ ଫାର୍ମାସୀ ଏଣ୍ଡ୍ ଟେକ୍ନୋଲୋଜି ତରଫରୁ ଆୟୋଜନ କରାଯାଇଥିବା ତିନିଦିନିଆ ଇଣ୍ଟରନ୍ୟାସନାଲ ଇ-କନ୍ଫରେନ୍ସ ତା.୨୮ ।୦୬ ।୨୦ରିଖ ରବିବାର ଦିନ  ଉଦ୍ୟାପିତ ହୋଇଯାଇଅଛି । ଏହି ଉଦ୍ୟାପନୀ କାର୍ଯ୍ୟକ୍ରମ  ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡଃ ସନ୍ତୋଷ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

ପ୍ରତ୍ୟହ ଦୁଇଟି ଅଧିବେଶନ ହେଉଥିବାବେଳେ ଦିବା ଅଧିବେଶନର ବିଷୟବସ୍ତୁ “ଓରାଲ୍ ଇନ୍ସୁଲିନ୍ ବେସ୍ଡ ଡ୍ରଗ୍ ଡେଲିଭରି” ସମ୍ବନ୍ଧରେ ଆଲୋଚନା କରିଥିଲେ । ଦିପ୍ସାର ନୂଆଦିଲ୍ଲୀର ପ୍ରାକ୍ତନ ପ୍ରଫେସର ଡଃ ଦିପକକାନ୍ତି ମଜୁମଦାର ଏବଂ ସାନ୍ଧ୍ୟ ଅଧିବେଶନରେ ଆର.ଆଣ୍ଡ୍ ଡି.ଆମେରିକାର ବରିଷ୍ଠ ବୈଜ୍ଞାନିକ ଡଃ କୌସ୍ତୁଭ କୁମାର ସାହୁ, “ଆଡ୍ଭାନ୍ସ ଡ୍ରଗ୍ ଡିସ୍କଭରି ଆଣ୍ଡ୍ ଡେଭ୍ଲପ୍ମେଣ୍ଟ” ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । କନ୍ଫରେନ୍ସର ଉଦ୍ୟାପନୀରେ ଅନୁଷ୍ଠାନର ପରିଚାଳନା କମିଟି ଉପସଭାପତି ଦେବୀପ୍ରକାଶ ଦାସ, ପରିଚାଳନା କମିଟିର ସଭ୍ୟ ଅଶୋକ କୁମାର ମହାନ୍ତି ପ୍ରମୁଖ ଅନ୍ଲାଇନ୍ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଅନୁଷ୍ଠାନର ଏହିଭଳି ପ୍ୟାଣ୍ଡେମିକ୍ ପରିସ୍ଥିତିରେ ଅନ୍ଲାଇନ୍ ଶିକ୍ଷାଦାନକୁ ଉଚ୍ଚକୋଟିର ପ୍ରଶଂସା କରିବା ସହ ସମସ୍ତ ଅଂଶଗ୍ରହଣ କରିଥିବା ଶିକ୍ଷକ, ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ । ପରିଶେଷରେ ଅନୁଷ୍ଠାନର ଭାଇସ୍ ପ୍ରିନ୍ସିପାଲ ଡଃ ପ୍ରବୀର କୁମାର ସିହ୍ନାମହାପାତ୍ର ସମସ୍ତ ଅତିଥି ଓ ଅନ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସଂପାଦକ ରବିନ୍ଦ୍ର ନାଥ କର ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ତିନିଦିନିଆ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ କର୍ମଚାରୀ ବୃନ୍ଦ ସଫଳତା ପ୍ରଦାନ କରି ସମାପ୍ତ କରିଛନ୍ତି ଏବଂ ଖାଲି ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷର ବହୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଶିକ୍ଷା ଗ୍ରହଣ କରି ଉପକୃତ ହୋଇଛନ୍ତି ।

Nalco

Leave A Reply