Odisha news

ଶିଶୁଆ ପଞ୍ଚାୟତ ଠାରେ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

0
ସାଲେପୁର  : ଶିଶୁଆ ପଞ୍ଚାୟତ ଠାରେ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କ ପରିବାର କୁ ଜୀବିକା ସହାୟତା ରାଶି ପ୍ରଦାନ ର ଶୁଭାରମ୍ଭ ହୋଇଯାଇଛି। ଆତ୍ମା ସଭାପତି ଦିଲ୍ଲୀପ ଦାଶ ଙ୍କ ସଭାପତିତ୍ୱ ରେ ଶିଶୁଆ ପଞ୍ଚାୟତ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ   ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଦରଦାମ ବୃଦ୍ଧି କୁ ଦୃଷ୍ଟି ରେ ରଖି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ସହାୟକ ହେବା ନିମନ୍ତେ ନବୀନ ଓଡିଶା ସର୍ବଦା ସଂକଳ୍ପବଦ୍ଧ ବୋଲି ମତ ପ୍ରକାଶ କରିଥିଲେ। ସରପଞ୍ଚ ପ୍ରତିମା ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ଷୀରୋଦ ବାରିକ, ଶିଶୁଆ ସେବା ସମବାୟ ସମିତିର ସଭାପତି ସଞ୍ଜୀବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ୧୦୦୦ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଏଥି ସହିତ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ୯୮ଜଣ ହିତାଧିକାରୀଙ୍କୁ ଭତ୍ତା ରାଶି ବଣ୍ଟନ କରିଥିଲେ।  ରଞ୍ଜନ ଦାଶ, ଦୀପକ ଛାଟୋଇ ,ଅଶୋକ ଦାସ, ପୂର୍ଣଚନ୍ଦ୍ର ସେଠୀ, ସଞ୍ଜୟ ପଣ୍ଡା, ପ୍ରଦୀପ କୁମାର ସ୍ବାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ
IEC 2 years
Leave A Reply