Odisha news

ଫେବୃଆରୀ ୨୮ରେ ଭୁବନେଶ୍ୱରର ଅଧିକାର ସମାବେଶ ପାଇଁ ପ୍ରସ୍ତୁତି ବୈଠକ

0

ବାରିପଦା : କଲ୍ୟାଣୀ ମହିଳା ସମିତିର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆମ୍ବେଦକର ବିକାଶ ପରିଷଦର ସଭାପତି ସୁଦର୍ଶନ ଜେନାଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ବୈଠକରେ ଅଧ୍ୟାପକ ଗୋପବନ୍ଧୁ ଅଧ୍ୟକ୍ଷତା କରିଥିଲେ । ଆଗାମୀ ଫେବୃଆରୀ ୨୮ ତାରିଖ ଦିନ ଭୁବନେଶ୍ୱରର ଲୋୟର ପିଏମଜିରେ ହେବାକୁ ଥିବା ଅଧିକାର ସମାବେଶକୁ ସଫଳ କରିବା ପାଇଁ ଓ ଜିଲ୍ଲାରୁ ବହୁ କର୍ମୀଙ୍କ ଯୋଗଦାନ ପାଇଁ ଏ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରସ୍ତାବିତ ମହାସମାବେଶ ‘ଏସଟି, ଏସସି, ଓବିସି ଓ ସଂଖ୍ୟାଲଘୁ କ୍ରିୟାନୁଷ୍ଠାନ କମିଟି’ର ଆନୁକୁଲ୍ୟରେ ଆୟୋଜିତ ହେଉଛି । ଯେଉଁ ପ୍ରମୁଖ ଦାବିଗୁଡିକୁ ନେଇ ଏ ସମାବେଶ ହେଉଛି ସେଗୁଡିକ ହେଉଛି ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ବର୍ଗଙ୍କୁ ସଂଖ୍ୟାନୁପାତରେ ୪୦% ସଂରକ୍ଷଣ ସୁବିଧା ପ୍ରଦାନ ଓ ସମସ୍ତ କ୍ଷେତ୍ରରେ ସମାନ ଭାଗିଦାରୀ ପ୍ରଦାନ, ଓବିସିଙ୍କୁ ତାଙ୍କ ସଂଖ୍ୟାନୁପାତରେ ସମସ୍ତ କ୍ଷେତ୍ରରେ ସଂରକ୍ଷଣ ସୁବିଧା ପ୍ରଦାନ, ସଂଖ୍ୟା ଲଘୁଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରିବା, ଜାତିଭିତ୍ତିକ ଜନଗଣନା କରିବା, ସମସ୍ତ ଜିଲ୍ଲାରେ ଆମ୍ବେଦକର ଭବନ ନିର୍ମାଣ କରିବା ପ୍ରଭୃତି ୨୧ଦଫା ଦାବି ନେଇ ଏହି ଅଧିକାର ସମାବେଶ ଅନୁଷ୍ଠିତ ହେଉଛି । ଏହି ବୈଠକରେ ଯେଉଁ ମାନେ ମତବ୍ୟକ୍ତ କରିଥିଲେ ସେମାନେ ହେଲେ ନନ୍ଦ କୁମାର ମହାପାତ୍ର, ଆଡଭୋକେଟ ରଘୁନାଥ ମହାଳିକ (ବାଲେଶ୍ୱର), ଦୁର୍ଗାଚରଣ ପାତ୍ର, କ୍ଷେତ୍ରମୋହନ, ରାଜକୁମାର ସିଂ, କାଶୀନାଥ ମାହାନା, ଯୋଗେନ୍ଦ୍ର ଗୋଚ୍ଛାୟତ, ଅଞ୍ଜନା ବେହେରା, ଭୋଳାନାଥ ହାଁସଦା, ଗଙ୍ଗାଧର ହେମ୍ବ୍ରମ, ସନାତନ ବିନ୍ଧାଣୀ, ରୁହା ମୁର୍ମୁ, ଭାରତୀ ପାତ୍ର ଓ ବାଲକ ରାମ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ ।

Ad2
Leave A Reply