ଆମେ ସମସ୍ତେ ଜାଣିଛୁ ଯେ ଶାଳଗ୍ରାମ ହିନ୍ଦୁ ଧର୍ମର ଗୋଟିଏ ମହତ୍ଵପୁର୍ଣ ପଥର ଅଟେ l ଯାହାକୁ ଦିବ୍ୟ ଓ ଅଲୌକିକ ଭାବରେ ଗ୍ରହଣ କରାଯାଇଥାଏ l ଅନେକ ଲୋକ ଏଭଳି ରହିଛନ୍ତି ଯେଉଁମାନେ ନିଜ ଘରେ ମଧ୍ୟ ବିଧିବଧ ଭାବରେ ଶାଳଗ୍ରାମ ରଖି ପୂଜାର୍ଚନା କରି ଥାଆନ୍ତି l ଶାଳଗ୍ରାମ କୌଣସି ସାଧାରଣ ପଥର ନୁହେଁ, ଏହା ଗୋଟିଏ ଦେବାଶୀଳା ଅଟେ l ଶାଳଗ୍ରାମ ଶିଳା କୁ ଭଗବାନ ବିଷ୍ଣୁଙ୍କ ରୂପ ଭାବରେ ଗ୍ରହଣ କରାଯାଇ ଥାଏ l ଏହା ଭଗବାନ ବିଷ୍ଣୁଙ୍କ ବିଗ୍ରହ ବୋଲି କୁହାଯାଏ l ଯାହାର ଆଲୋଚନା ପଦ୍ମ ପୁରାଣରେ କରାଯାଇଛି l ପୌରାଣିକ ମାନ୍ୟତା ଅନୁସାରେ ମାତା ତୁଳସୀଙ୍କ ଅଭିଶାପ ଦ୍ୱାରା ଶ୍ରୀହରି ବିଷ୍ଣୁ ହୃଦୟହୀନ ଶିଳାରେ ପରିବର୍ତନ ହୋଇ ଯାଇଥିଲେ l ତାଙ୍କର ଏହି ରୂପର ନାମ ଶାଳଗ୍ରାମ ଅଟେ l
ଶାଳଗ୍ରାମ ଶିଳା ବିଶେଷ ଭାବରେ ନେପାଳ ର ଗଣ୍ଡାକ କିମ୍ବା ନାରାୟଣୀ ନଦୀ ର ତଳିଆ ଅଂଚଳରେ ମିଳିଥାଏ l ଏଠାରେ ଶାଳଗ୍ରାମ ନାମରେ ଭଗବାନ ବିଷ୍ଣୁଙ୍କର ଗୋଟିଏ ମନ୍ଦିର ରହିଛି l ଯେଉଁଠାରେ ତାଙ୍କର ଏହି ରୂପର ପୂଜା କରାଯାଇ ଥାଏ l ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ, କପଟ କରି ରାକ୍ଷସ ଜଳନ୍ଧର କୁ ବଧ କରିଥିଲେ l ଏହାପରେ ରାକ୍ଷସ ଜଳନ୍ଧର ର ପତ୍ନୀ ବୃନ୍ଦା ବିଷ୍ଣୁ ଙ୍କୁ ଅଭିଶାପ ଦେଇଥିଲା l ବୃନ୍ଦା ବିଷ୍ଣୁ ଙ୍କୁ ପଥର ହେବାର ଅଭିଶାପ ଦେଇଥିଲେ l ଏହାପରେ ଭଗବାନ ବିଷ୍ଣୁ ବୃନ୍ଦା ଙ୍କୁ ବରଦାନ ଦେଇଥିଲେ ଯେ ତୁମ ସତୀତ୍ଵର ଫଳ ସ୍ୱରୂପ ତୁମେ ତୁଳସୀ ବୃକ୍ଷ ହୋଇ ଓ ଗଣ୍ଡାକ ନଦୀ ହୋଇ ମୋ ସହିତ ରହିବ l ଏହି କାରଣରୁ ଶାଳଗ୍ରାମ କେବଳ ନେପାଳ ର ଗଣ୍ଡାକ ନଦୀରେ ମିଳିଥାଏ l
ଶାଳଗ୍ରାମ ପଥର ବିଭିନ୍ନ ଆକୃତି ଓ ଆକାର ଓ ରଙ୍ଗର ରହିଥାଏ l ଯାହାକୁ କି ଭଗବାନ ବିଷ୍ଣୁ ଙ୍କର ବିଭିନ୍ନ ରୂପ ସହିତ ତୁଳନା କରାଯାଇ ଥାଏ l
-ଶାଳଗ୍ରାମ ଭଗବାନ ବିଷ୍ଣୁ ଙ୍କର ରୂପ ଅଟନ୍ତି l ସେଥିପାଇଁ ଏକାଦଶୀ ଦିନ ଶାଳଗ୍ରାମ ପୂଜା କରିବା ଖୁବ ଶୁଭ ଅଟେ l ମାନ୍ୟତା ରହିଛି ଯେ ଏକାଦଶୀ ଦିନ ଶାଳଗ୍ରାମ ସହିତ ତୁଳସୀ ଙ୍କୁ ପୂଜା କରିବା ଦ୍ୱାରା ଜୀବନ ରେ ସୁଖସମୃଦ୍ଧି ର ଆଗମନ ହୋଇଥାଏ l
– ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଯେଉଁ ଘରେ ଭଗବାନ ଶାଲଗ୍ରାମଙ୍କୁ ପୂଜା କରାଯାଇ ଥାଏ, ସେହି ଘର ତୀର୍ଥ ସମାନ ଅଟେ l ସ୍କନ୍ଦ ପୁରାଣରେ କାର୍ତିକ ମାହାତ୍ମ୍ୟ ରେ ମହାଦେବ ମଧ୍ୟ ଶାଳଗ୍ରାମ ଙ୍କ ସ୍ତୁତି କରିଥିଲେ l ଭଗବାନ ବିଷ୍ଣୁଙ୍କ ମୂର୍ତି ଠାରୁ ଅନେକ ପୁଣ୍ୟ ଲାଭ ହୋଇଥାଏ ଶାଳଗ୍ରାମ ପୂଜା କରିବା ଦ୍ୱାରା l
– ପ୍ରାୟତଃ ୩୩ ପ୍ରକାରର ଶାଳଗ୍ରାମ ରହିଛି , ଯେଉଁଥିରେ ୨୪ ପ୍ରକାରର ଶାଳଗ୍ରାମ କୁ ବିଷ୍ଣୁଙ୍କର ୨୪ ଟି ଅବତାର ସହିତ ତୁଳନା କରାଯାଇଛି l ମାନ୍ୟତା ଅନୁସାରେ ଏହି ୨୪ଟି ଶାଳଗ୍ରାମ ବର୍ଷର ୨୪ଟି ଏକାଦଶୀ ରେ ପୂଜା କରାଯାଇ ଥାଏ l
– ଶାଳଗ୍ରାମ ବିଶେଷ ଭାବରେ ଗୋଲ ଆକାରରେ ଥିଲେ କୃଷ୍ଣ ଙ୍କ ଅବତାର, ମାଛ ଆକୃତିର ଥିଲେ ମତ୍ସ୍ୟ ଅବତାର, ଚକ୍ର ଆକୃତିର ଥିଲେ ଭଗବାନ ବିଷ୍ଣୁ ଙ୍କର ସୁଦର୍ଶନ ଚକ୍ର ବୋଲି କୁହାଯାଇ ଥାଏ l
– ଯେଉଁ ଘରେ ଲକ୍ଷ୍ମୀ ନାରାୟଣ ଙ୍କ ନାମରେ ଶାଳଗ୍ରାମ ପୂଜା ପାଇ ଥାଆନ୍ତି, ସେହି ଘରେ ସର୍ବଦା ଲକ୍ଷ୍ମୀଙ୍କ ବାସ ହୋଇଥାଏ l ଶାଳଗ୍ରାମ ପୂଜା କରିବା ଦ୍ୱାରା ପୂର୍ବ ଓ ଏହି ଜନ୍ମ ର ସମସ୍ତ ପାପ ରୁ ମୁକ୍ତି ମିଳିଥାଏ l ଯେଉଁ ଘରେ ପ୍ରତିଦିନ ତୁଳସୀ ସହିତ ଚନ୍ଦନ ଶାଳଗ୍ରାମ ଙ୍କୁ ଅର୍ପଣ କରାଯାଏ ସେଠାରେ କୌଣସି ସଙ୍କଟ ରହି ନଥାଏ l
