ସାଧାରଣ ଭାବରେ କୁହାଯାଇଥାଏ ଯେ ମଣିଷ ନିଜର ଭୁଲ କାରଣରୁ ଅନେକ କଷ୍ଟ ଭୋଗିଥାଏ l କିନ୍ତୁ ଏହି ଭୁଲ ତାହାର ତାକୁ ଗୋଟିଏ ଏଭଳି ସ୍ଥାନ କୁ ନେଇଯାଇଥାଏ ଯେ ଯାହା ତାକୁ ଅନେକ ପ୍ରକାର ଶାରୀରିକ କଷ୍ଟ ଆଡକୁ ଠେଲି ଦେଇଥାଏ l ମଣିଷ ଶରୀରର ପ୍ରତ୍ୟେକ ଅଙ୍ଗ ଖୁବ ସମ୍ବେଦନଶୀଳ ଅଟେ l ସେହିଭଳି ଲିଭର ମଧ୍ୟ ଶରୀରର ଗୋଟିଏ ଖୁବ ଗୁରୁତ୍ୱପୂର୍ଣ ଅଙ୍ଗ ଅଟେ l ଲିଭର କୁ ଯକୃତ ମଧ୍ୟ କୁହାଯାଇଥାଏ l ଆମ ଶରୀରରେ ଲିଭର ୫୦୦ ରୁ ଅଧିକ ମହତ୍ଵପୁର୍ଣ କାର୍ଯ୍ୟ କରିଥାଏ l
ଲିଭର ର ମୁଖ୍ୟ କାର୍ଯ୍ୟ ହେଲା ରକ୍ତ ପ୍ରବାହ ଦ୍ୱାରା ଅପସିସ୍ଟ ପଦାର୍ଥ କୁ ବାହାର କରିବା l ଏହାଛଡା ଲିଭର ମଧ୍ୟ ବ୍ଲଡ଼ ସୁଗାର କୁ ନିୟନ୍ତ୍ରଣ କରିଥାଏ ଓ ପୋଷାକ ତତ୍ଵକୁ ପ୍ରସ୍ତୁତ କରିବା ପାଇଁ ଜରୁରୀ କାର୍ଯ୍ୟ କରିଥାଏ l ଏହି କାର୍ଯ୍ୟ ସହିତ ଆଉକିଛି ଗୁରୁତ୍ୱପୂର୍ଣ କାର୍ଯ୍ୟ ମଧ୍ୟ ଲିଭର ରହିଛି l
– ଏଲବୁମିନି ଉତ୍ପାଦନ କରିଥାଏ –
ଏଲବୁମିନି ଗୋଟିଏ ପ୍ରୋଟିନ ଅଟେ ଯାହାକି ରକ୍ତ ପ୍ରବାହ ରେ ତରଳ ପଦାର୍ଥ କୁ ଟିସୁ ର ନିକଟତର ହେବାରେ ଅଟକାଇଥାଏ l ଏହା ଶରୀର ମାଧ୍ୟମରେ ହର୍ମୋନ , ଭିଟାମିନ ଓ ଏଞ୍ଜାଇମ ମଧ୍ୟ ନେଇ ଯାଇଥାଏ l
– ପିତ ଉତ୍ପାଦନ କରିଥାଏ ଲିଭର –
ପିତ ହେଉଛି ଗୋଟିଏ ତରଳ ପଦାର୍ଥ ଯାହାକି ଛୋଟ ଅନ୍ତ କୋଷ ରେ ଥିବା ଫ୍ୟାଟ କୁ ପାଚନ ଓ ଅବସୋସଣ ପାଇଁ ମହତ୍ଵପୁର୍ଣ ଅଟେ l
– ରକ୍ତକୁ ଫିଲ୍ଟର କରିବା –
ପେଟ ଓ ଅନ୍ତ କୁ ଯାଉଥିବା ସମସ୍ତ ରକ୍ତ ଲିଭର ମାଧ୍ୟମ ଦେଇ ଯାଇଥାଏ l ଯାହା ବିଷାକ୍ତ ପଦାର୍ଥ ଉତ୍ପାଦନ ଓ ଅନ୍ୟ ହାନିକାରକ ପଦାର୍ଥ କୁ ବାହାର କରିଥାଏ l ଏହି କାର୍ଯ୍ୟ ଲିଭର ଦ୍ୱାରା ହୋଇଥାଏ l
– ଅମିନୋ ଏସିଡ କୁ ନିୟନ୍ତ୍ର କରିଥାଏ ଲିଭର –
ପ୍ରୋଟିନ ର ଉତ୍ପାଦନ ଅମିନୋ ଏସିଡ ଉପରେ ନିର୍ଭର କରିଥାଏ l ଲିଭର ରକ୍ତପ୍ରବାହ ରେ ଅମିନୋ ଏସିଡ ର ସ୍ତର ଠିକ ରହିବାରେ କାର୍ଯ୍ୟ କରିଥାଏ l
– ବ୍ଲଡ଼ କ୍ଳଟ୍ ହେବାରେ ନିୟନ୍ତ୍ର କରିଥାଏ ଲିଭର –
ବ୍ଲଡ଼ କ୍ଳଟ ହେବାରେ ଭିଟାମିନ K ର ଉପଯୋଗ ଦ୍ୱାରା ପ୍ରସ୍ତୁତ ହୋଇ ତିଆରି କରାଯାଇ ଥାଏ l ଯାହାଦ୍ୱାରା କେବଳ ପିତ ର ସାହାଯ୍ୟ ଦ୍ୱାରା ଅବଶୋସିତ କରାଯାଇ ଥାଏ ଓ ଯେବେକି ପିତ କେବଳ ଉତ୍ପାଦନ କେବଳ ଲିଭର ହିଁ କରିଥାଏ l
– ଭିଟାମିନ ଓ ମିନେରାଲସ କୁ ସାରାଂକ୍ଷିତ କରି ରଖିଥାଏ –
ଲିଭର ଭିଟାମିନ ଏ , ଭିଟାମିନ ଡ଼ି , ଭିଟାମିନ ଇ, ଭିଟାମିନ କେ ଓ ଭିଟାମିନ ବି 12 ସହିତ ଆଇରନ ଓ କପର ର ମହତ୍ଵପୁର୍ଣ ମାତ୍ରାକୁ ସ୍ତର କରି ରଖିଥାଏ ଲିଭର l
– ସଂକ୍ରମଣର ର ପ୍ରତିରୋଧକ କରିଥାଏ –
ଫିଲ୍ଟର ପ୍ରକ୍ରିୟା ଲିଭର ର ଗୋଟିଏ କାର୍ଯ୍ୟ ଅଟେ l ଲିଭର ରକ୍ତ ସଂଚାଳନ ରୁ ବ୍ୟାକ୍ଟେରିଆ କୁ ସବୁ କାଢି ଦେଇଥାଏ l ଲିଭର ର ଏହି କାର୍ଯ୍ୟଦ୍ୱାରା ଶରୀର ଅନେକ ଗୁଡିଏ ସଂକ୍ରମଣ ରୁ ରକ୍ଷା ପାଇଥାଏ l
ଲିଭର ଷୋରିଆସିସ କଣ ?
ସରଳ ଭାବରେ କହିବାକୁ ଗଲେ ଲିଭର ଷୋରିଆସିସ ଲିଭର ସହିତ ଜଡିତ ଗୋଟିଏ କ୍ରୋନିକ ଡିଜିଜ ଅଟେ, କାହିଁକି ନା ଏହା ଘଟିବା ପାଇଁ ଦୀର୍ଘ ସମୟ ଲାଗିଥାଏ ଓ ଏହା ଆରମ୍ଭ ଲିଭର ରେ ଫ୍ୟାଟ ଜମିବାରୁ ହୋଇଥାଏ l ଯେତେବେଳେ ଲିଭର ରେ ଫ୍ୟାଟ ଜମିବାକୁ ଲାଗିଥାଏ ସେତେବେଳେ ଲିଭର ଡ୍ୟାମେଜ ହେବାକୁ ଲାଗିଥାଏ l ଏହି କାରଣରୁ ଫ୍ୟାଟି ଲିଭର କୁ ଗୋଟିଏ ରୋଗ ଭାବରେ ଗଣନା କରାଯାଇ ଥାଏ l ଯେତେବେଳେ ଜଣେ ବ୍ୟକ୍ତି ଫାୟତୀ ଲିଭର ସମୁଖୀନ ହୋଇଥାଏ ଓ ତାର ଚିକିତ୍ସା ରେ ଅବହେଳା କରିଥାଏ ସେତେବେଳେ ସେ ଲିଭର ଷୋରିଆସିସ ର ସମୁଖୀନ ହୋଇଥାଏ l ଫ୍ୟାଟି ଲିଭର ସମସ୍ୟାକୁ କିଛି ଲୋକେ ଖୁବ ସରଳତା ର ସହିତ ଗ୍ରହଣ କରନ୍ତି l କିନ୍ତୁ ଏହାକୁ ସହଜରେ ନେବା ଉଚିତ ନୁହେଁ l
ଲିଭର ଷୋରିଆସିସ ର ଲକ୍ଷଣ –
ଥକା ଲାଗିବା
-ନିଦ ନହେବା
– ଶରୀର କୁଣ୍ଡେଇ ହେବା
– ଭୋକ ନଲାଗିବା
– ଓଜନ ହ୍ରାସ ହେବା
– ଲିଭର ରେ ଯନ୍ତ୍ରଣା ହେବା
– ଦୁର୍ବଳ ଲାଗିବା
– ମୁଣ୍ଡ ବୁଲେଇବା
– ସେକ୍ସ ଡ୍ରାଇଭ ରେ କ୍ଷତି ହେବା
– ପେଟ ର ଉପରିଭାଗ ଫୁଲିବା
– କଳା ଝାଡା ହେବା
– କୋଷ୍ଠ କାଠିନ୍ୟ ସମସ୍ୟା ଦେଖାଯିବା
ଏହିଭଳି ଅନେକ ସମସ୍ୟା ଦେଖାଯାଇଥାଏ l
ଲିଭର ସରିଆସିସ ର କାରଣ –
– ଦୀର୍ଘ ସମୟରୁ ମଦ୍ୟ ପାନ
– ହେପାଟାଇଟିସ ବି ଓ ସି ଦ୍ୱାରା ସଂକ୍ରମଣ
– ଫ୍ୟାଟି ଲିଭର ସମସ୍ୟା
– ଧୁମ୍ରପାନ
– ଅଧିକ ଆମିଷ ଓ ତୈଳ ଯୁକ୍ତ ଭୋଜନ କରିବା l ଇତ୍ୟାଦି ହେଉଛି ଲିଭର ଷୋରିଆସିସ ର କାରଣ l
* ପରାମର୍ଶ –
– ଅଧିକ ପନିପରିବା ଓ ଫଳମୂଳ ସେବନ କରିବା
– ଆମିଷ ଭୋଜନ ଠାରୁ ଦୁରେଇ ରହିବା ଆବଶ୍ୟକ
– ସମୟ ଥାଉ ଥାଉ ଡାକ୍ତରଙ୍କୁ ପରାମର୍ଶ କରି ଯଥା ଶୀଘ୍ର ଚିକିତ୍ସିତ ହେବା ଆବଶ୍ୟକ l
