Odisha news

ଗ୍ରାମ୍ୟ  ବ୍ୟାଙ୍କ ର 4 ଟି କବାଟ ଭାଙ୍ଗି  ଲୁଟ ଉଦ୍ୟମ

0
ସାକ୍ଷୀଗୋପାଳ :   ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ  ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାରଙ୍ଗଯୋଡ଼ି  ଶାଖା ରୁ ଗତକାଲି ବିଳମ୍ବିତରାତିରେ ଲୁଟ ଉଦ୍ୟମ ହୋଇଥିଲା l   ଚୋର ମାନେ  ବ୍ୟାଙ୍କ ର ମୁଖ୍ୟ ଦୁଆରେ ଥିବା ଗ୍ରିଲ ଓ ପ୍ରବେଶ ଦ୍ୱାର କବାଟ ତାଲା ବ୍ୟାଙ୍କ ଭିତରେ ଥିବା ଲକର ଦୁଆର ତାଲା ଭାଙ୍ଗି ପ୍ରବେଶ କରିଥିଲେ l  ଏହା ସହିତ ସିସିଟିଭି ତାର କୁ କାଟି ବ୍ୟାଙ୍କ ରେ ଚୋରି କରିବା ପାଇଁ  ଉଦ୍ୟମ  କରିଥିଲେ  l  ସକାଳେ ସ୍ଥାନୀୟ  ଜନସାଧାରଣ ବ୍ୟାଙ୍କର ସାଇରନ ବାଜୁଥିବା ଓ  ବ୍ୟାଙ୍କ ଅଛି ସମ୍ପୂର୍ଣ ଖୋଲା  ଥିବା ଦେଖିଥିଲେ l ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଖବର ପାଇ   ସତ୍ୟବାଦୀ ଥାନା
 ଆଇ  ଆଇ ସି  ଆସି ବିଜୟ କେତନ ବେହେରା ସଦଳବଳେ  ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ l ପରେ ପରେ ବ୍ୟାଙ୍କ ମ୍ୟାନେଜର ସ୍ପଷ୍ଟ କରିଥିଲେ କି, ଚୋର ମାନେ ବ୍ୟାଙ୍କ ଲକର ଖୋଲିବା ନିମନ୍ତେ  ଉଦ୍ୟମ କରିଥିଲେ l ଚୋରି କରିବା ପାଇଁ ଲକର ଖୋଲିବା  ଉଦ୍ୟମ ବିଫଳ ହେତୁ ଚୋର ମାନେ  ପଳାଇଛନ୍ତି  l  ସାଇଣ୍ଟିଫିକ  ଟିମ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ କରିଥିଲେ   l  ସିସିଟିଭି ରୁ ଜଣା ପଡୁଛି 2 ଜଣ ବ୍ୟକ୍ତି  ମୁହଁ ରେ ମୁଖା ପିନ୍ଧି  ବ୍ୟାଙ୍କ ରେ ପଶିଥିଲେ l  ଏହି ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଏମ ହରିନାଥଙ୍କ ଅଭିଯୋଗକୁ ଭିତ୍ତି କରି ସତ୍ୟବାଦୀ ଥାନାରେ 457,380 ଓ 511 ଦଫାରେ ଏକ ମୋକଦ୍ଦମା ରୁଜୁ ହୋଇଅଛି l ମୋକଦ୍ଦମା ନମ୍ବର 23/2024  ଅଟେ l  ପ୍ରକାଶ ଥାଉ କି, ଗତ 2014 ମସିହା ରେ ଏହି ବ୍ୟାଙ୍କରୁ ଏହିପରି  ଏକ  ଚୋରି ଉଦ୍ୟମ ହୋଇଥିଲା l

Leave A Reply