Odisha news

ସାକ୍ଷୀଗୋପାଳ ମନ୍ଦିରରେ ଆଜି ପବିତ୍ର ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାରମ୍ପରିକ ରୀତିରେ ପାଳିତ ହୋଇଛି

0
ସାକ୍ଷୀଗୋପାଳ : ସ୍ଥାନୀୟ ସାକ୍ଷୀଗୋପାଳ ମନ୍ଦିରରେ ଆଜି ପବିତ୍ର ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି l ସେବାୟତ ସଙ୍ଘ ମଣ୍ଡପରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା l ଭଣ୍ଡ ଧୂପପରେ ଅଧିବାସ, ଦ୍ବିପ୍ରହର ଧୂପ ପରେ ଠାକୁର ଶ୍ରୀ ଶ୍ରୀ ଗୋପାଳଜୀଉ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ନୂତନ ପାଟବସ୍ତ୍ର ପରିଧାନ କରିଥିଲେ l  ଆଳତୀ, ଉପଚାର ପରେ କାକେରା ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା l
ବଡ଼ସିଂହାର ପରେ ସିଂହାସନ ତଳେ ପୋଖରିଆ ମଧ୍ୟରେ ପୋଛାଲାଗି ପରେ ଭଦ୍ରମଣ୍ଡଳୀ କଟାଯାଇ ଜନ୍ମବିଧି ଅନୁଷ୍ଠିତ ହୋଇଥିଲା l ବାସୁଦେବ ରୋପ୍ୟ ଟୋକେଇରେ ନବଜାତ କୃଷ୍ଣଙ୍କୁ ନେଇ ମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖରେ ଯମୁନା ନଦୀ ପାରି ହେବା ସମୟରେ ଉଗ୍ରସେନଙ୍କ ହାତରେ ଧରା ପଡ଼ିଥିଲେ l ଚତୁର୍ଦ୍ଧା ମୂରତି ଦର୍ଶନ ପରେ ବାଟ ଛାଡି ଦେଇଥିଲେ l କାନ ଫୋଡା, ବ୍ରତଘର, କ୍ଷୀର ପାନ, କଥୋପକଥନ ପରେ କୋରା ଭୋଗ କରାଯାଇଥିଲା l ପୁଷ୍ପାଞ୍ଜଳି ପରେ ପହୁଡ଼ ଅନୁଷ୍ଠିତ ହୋଇଥିଲା l ଆସନ୍ତା କାଲି ନନ୍ଦୋତ୍ସବ ଅନୁଷ୍ଠିତ ହେବ l

ଜନ୍ମାଷ୍ଟମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଠାକୁରଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି. ସିଂହଦ୍ୱାର ସମ୍ମୁଖରେ ଭଜନ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ଚଳିତ ବର୍ଷ କୋଭିଡ କଟକଣା ବିନା ଭକ୍ତଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମନ୍ଦିର ଚତୃପାର୍ଶ୍ଵରେ ନୀରବତା ବିରାଜମାନ କରୁଥିଲା l
IEC 2 years
Leave A Reply