Odisha news

ବାଲିଗୁଡାରେ ନୂତନ ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

0

.ବାଲିଗୁଡା : ରାଜ୍ୟ ସରକାର ଆଇଏଏସ ସ୍ତରରେ  ଅଦଳବଦଳ କରିଥିଲେ l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ନିମନ୍ତେ ନୂତନ ଉପଜିଲ୍ଲାପାଳ ଭାବେ ପ୍ରଶିକ୍ଷଣ ସମାପ୍ତ କରିଥିବା 2018 ବ୍ୟାଚର ଆଇଏଏସ ଶୁଭଙ୍କର ମହାପାତ୍ର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି l ଏଥି ପୂର୍ବରୁ ଥିବା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ସମ୍ବଲପୁର ଆରଟିଓ ଭାବେ ବଦଳି ହୋଇଥିବାଜଣାପଡିଛି l

ଶ୍ରୀ ମହାପାତ୍ର ପୂର୍ବରୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପ୍ରବେଶନାରୀ ଅଫିସର ଭାବେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ l ତାଙ୍କର ଘର ଭୁବନେଶ୍ୱର ଶ୍ରୀ ବିହାରସ୍ଥିତ, ସେ ଜଣେ ଦକ୍ଷ ଆଇଏଏସ ଅଫିସର ଭାବେ ବେଶ ଜଣାଶୁଣା l ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ଭାବେ ବାଲିଗୁଡା ଉପଖଣ୍ଡର ନଅଟି ବ୍ଲକକୁ ନେଇ ଗଠିତ ବାଲିଗୁଡ଼ା ଉପଖଣ୍ଡକୁ ସେ ଭଲ ଭାବେ ଜାଣିଥିବାରୁ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିବେ ବୋଲି ନଗରବାସୀ  ଆଶା ଆଙ୍କାକ୍ଷା ଓ ଦୃଢ଼ ବିଶ୍ୱାସ ରଖିଛନ୍ତି l

IEC 2 years
Leave A Reply