ସାକ୍ଷୀଗୋପାଳ ଆଜି ପ୍ରାୟ ୧ ଘଣ୍ଟା ଧରି ଆକସ୍ମିକ କାଳବୈଶାଖୀ ଓ ଝଡ ତୋଫାନରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ରାୟଖଣ୍ଡି ଗ୍ରାମପଞ୍ଚାୟତର ସୁଆଁଲୋ ଗ୍ରାମର ରାଜ କିଶୋର ନାୟକ ଏବଂ ପୂର୍ଣଚନ୍ଦ୍ର ନାୟକଙ୍କ ୫ବଖରା ବାସଗୃହ ଭାଙ୍ଗି ଯାଇଅଛି।ସେହିପରି ଶୁକଳ, ଆଳିଶ ଓ ମଧୁବନ ପଞ୍ଚାୟତରେ ହୋଇଥିବା ନୂଆ ଧାନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଅଛି ବୋଲି ଜଣାପଡିଛି l ଏହି ସମୟରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ଯାନବାହାନ ଚଳାଚଳ କମ ରହିଥିଲା l