Odisha news

କୃଷି ବିଭାଗ ତରଫରୁ ଜୈବିକ ସାର କାରଖାନା ଉପରେ ଚଢ଼ାଉ

0

ସାକ୍ଷୀଗୋପାଳ ତା ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁର ନିକଟରେ ଅବସ୍ଥିତ ଜୈବିକ ସାର କାରଖାନା ଗେୟାର କେମିକାଲ କମ୍ପାନୀ ଉପରେ ଆଜି କୃଷି ବିଭାଗ ତରଫରୁ ଚଢ଼ାଉ କରା ଯାଇଅଛି l ଏହି ଚଢ଼ାଉ ସମୟରେ  ପୁରୀ ଜିଲ୍ଲାପାଳ ସମର୍ଥ  ବର୍ମା, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଏସ ଡି ପି ଓ ଦେବଦତ୍ତ ବରାଳ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ ଓ ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ବିଜୟ  କେତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

ରାଜ୍ୟ ସରକାରଙ୍କ କୃଷି ବିଭାଗ ତରଫରୁ ଏହି ଚଢ଼ାଉ ଅନୁଷ୍ଠିତ ହୋଇଥିଲା l କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚୀବ ଡକ୍ଟର ଅରବିନ୍ଦ ପାଢ଼ୀ, ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ  (I A S ), ପୁରୀ ଜିଲ୍ଲା  ମୁଖ୍ୟ କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ, ସାକ୍ଷୀଗୋପାଳ କୃଷି ଜିଲ୍ଲା ଅଧିକାରୀ  ସୁବାସ  ଚନ୍ଦ୍ର ବେହେରା, ସହକାରୀ କୃଷି ଅଧିକାରୀ ହୃଦାନନ୍ଦ ସାମନ୍ତରାୟ, ବ୍ଲକ  କୃଷି ଅଧିକାରୀ କଲ୍ୟାଣ କୁମାର ରାୟ ଓ ସହକାରୀ କୃଷି ଅଧିକାରୀ ହୃଦାନନ୍ଦ ରାୟ ପ୍ରମୁଖ ଏହି ଚଢ଼ାଉ କରିଥିଲେ l
ଜୈବିକ ସାର କାର୍ଯ୍ୟାଳୟ, ଭୁବନେଶ୍ୱରର ଅଧିକାରୀ ସରୋଜ କୁମାର ଦାସ ଓ ପୁରୀ ଜିଲ୍ଲା କୃଷି କାର୍ଯ୍ୟାଳୟ ତରଫରୁ ଭାରତୀ ମଲ୍ଲ ଓ ହୃଦାନନ୍ଦ ସାମନ୍ତରାୟ ପ୍ରମୁଖ କାରଖାନା ପରିସରରେ ପ୍ରସ୍ତୁତ ହୋଇଥିବା ଜୈବିକ ସାରର ନମୁନା ସଂଗ୍ରହ କରିଥିଲେ l ଏହି ଜବତ ସାର ପରୀକ୍ଷାଗାରରେ ପରୀକ୍ଷା କରାଯିବ l ପରୀକ୍ଷା ପରେ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପସ୍ଥିତ ଅଧିକାରୀ ମାନେ ସୂଚନା ପ୍ରଦାନ କରିଥିଲେ l
ପ୍ରକାଶ ଥାଉ କି, ଦୀର୍ଘ ଦିନ ହେଲାଣି ଏଠାରେ ଜୈବିକ ସାର ପ୍ରସ୍ତୁତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଧ୍ୟମରେ କୃଷକ ମାନଙ୍କୁ ବିକ୍ରୟ କରା ଯାଉଅଛି l କୃଷି ବିଭାଗ ତରଫରୁ ଏହି ଚଢ଼ାଉ ଅନୁଷ୍ଠିତ ହୋଇଥିଲା l ଫଟୋ ୧ l ଚଢ଼ାଉ ଜାରି ରହିଅଛି l ଅବଶିଷ୍ଟ ଖବର ପରେ ଦିଆଯିବ l
Nalco
Leave A Reply