Odisha news

ଜାତୀୟ ରାଜପଥ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ଇସାରାରେ ବେଆଇନ ବାଲି ଚୋରାଚାଲାଣ : ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ୨ଜେସିବି ଜବତ କଲା ରାଜସ୍ବ ବିଭାଗ।

0

କୋଣାର୍କ – ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଠାରୁ ଲାବଣ୍ୟଲଜଛକ ପର୍ଯ୍ୟନ୍ତ ୬ଥାକିଆ ରାସ୍ତା ନିର୍ମାଣ କାର୍ଯ୍ଯ ଦାୟିତ୍ବରେ ଥିବା ଠିକାଦାର ଓ ବିଭାଗୀୟ ଭାରପ୍ରାପ୍ତ କନିଷ୍ଠ ଯନ୍ତ୍ରୀଙ୍କ ଇସାରାରେ ରାଣୀହାଟ ସାହି ସଂନିକଟ ଅଂଚଳରେ ଥିବା ଏକ ପ୍ରାକୃତିକ ବନ୍ତରୁ ବେଆଇନ ଭାବେ ବାଲି ଉଠାଣ କରାଯାଉଥିବା ସୂଚନା ପାଇଁ ରାଜସ୍ବ ବିଭାଗ ପକ୍ଷରୁ କାର୍ଯ୍ୟରେ ନିୟୋଜିତ ୨ଜେସିବି ଜବତ କରାଯାଇଛି। ଖବରରୁ ପ୍ରକାଶ ଯେ ଏହି ରାସ୍ତା ନିର୍ମାଣ କାର୍ଯ୍ଯ ନିମନ୍ତେ କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ମନଇଛା ରାଜସ୍ବ ବିଭାଗ ଅଜାଣତରେ ରାତି ଅଧିଆ କୋଣାର୍କ ଅଞ୍ଚଳର ବିଭିନ୍ନ ପ୍ରାକୃତିକ ସମ୍ପଦ ବନ୍ତରୁ ବାଲି ଉଠାଇ ୬ଥାକିଆ ରାସ୍ତା ନିର୍ମାଣ କାର୍ଯ୍ଯ କରୁଥିବା ଘଟଣା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ରାସ୍ତା ନିର୍ମାଣ କାର୍ଯ୍ଯ ନିମନ୍ତେ କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାର ରାଜସ୍ବ ବିଭାଗ ନିକଟରେ ରୟାଲଟି କାଟି ରାସ୍ତା ନିର୍ମାଣ ପାଇଁ ବାଲି ଉଠାଇବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି। ମାତ୍ର ସ୍ବଳ୍ପ ମୂଲ୍ୟରେ ବେଆଇନ ଭାବେ ବାଲି ଉଠାଇ ନିର୍ମାଣ କାର୍ଯ୍ୟ କରିବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟ ରେ ଏକ ଡିଲ ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ଏହି ପ୍ରାକୃତିକ ସମ୍ପଦ ଭରା ବାଲି ବନ୍ତଗୁଡିକ ପ୍ରାକୃତିକ ଦୁର୍ବିପାକରୁ ଧନଜୀବନକୁ ସୁରକ୍ଷା ପ୍ରଦାନ କରିଥାଏ। ରବିବାର ଛୁଟି ଦିନ ଥିବାରୁ ଜାତୀୟ ରାଜପଥ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ଇସାରାରେ କୋଣାର୍କ ଏନଏସି ଅନ୍ତର୍ଗତ ରାଣୀହାଟ ସାହିର ଏକ ପ୍ରାକୃତିକ ବାଲି ବନ୍ତରୁ ୧୦ରୁ ଉର୍ଦ୍ଧ୍ବ ଟ୍ରାକ୍ଟର ସାହାଯ୍ୟରେ ବେଆଇନ ଭାବେ ବାଲି ଉଠାଇ ଏହି ୬ଥାକିଆ ରାସ୍ତାରେ ପକାଇବା ପାଇଁ ୧୦୦ଟ୍ରିପ ବାଲି ରାସ୍ତାରେ ପକାଇଥିବା ଦେଖିବାକୁ ମିଳିଛି। ୬ଥାକିଆ ରାସ୍ତା ନିର୍ମାଣ ଦାୟିତ୍ବରେ ଥିବା ଠିକାଦାର ଓ କନିଷ୍ଠଯନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ବେଆଇନ ବାଲି ଉଠାଣ କରାଯାଉଥିବା ଖବର ପାଇ ଗୋପ ତହସିଲଦାର ଏସକେ ସାଗିର କୋଣାର୍କ ରାଜସ୍ବ ନିରୀକ୍ଷକଙ୍କୁ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ପରେ କୋଣାର୍କ ରାଜସ୍ବ ନିରୀକ୍ଷକ ଶ୍ରୀ ଯଶୋବନ୍ତ ନାୟକ ଘଟଣା ସ୍ଥଳରେ ପହଂଚି ବେଆଇନ ବାଲି ଉଠାଣ ବନ୍ଦ କରିବା ସହ ଏଥିରେ ବ୍ୟବହୃତ ୨ଜେସିବି ଜବତ କରିଥିବା ଜଣାପଡିଛି। ଏହି ବେଆଇନ ବାଲି ଉଠାଣ କାର୍ଯ୍ୟରେ ନିୟୋଜିତ ୧୦ରୁ ଉର୍ଦ୍ଧ୍ବ ଟ୍ରାକ୍ଟରକୁ ଏହାର ଚାଳକ ମାନେ ନେଇ ଚମ୍ପଟ ମାରିଥିବା ଦେଖିବାକୁ ମିଳିଛି। ଏହି ନିର୍ମାଣ କାର୍ଯ୍ୟ କରିବା ନାଁରେ ବେଆଇନ ବାଲି ଉଠାଇବା ଘଟଣା ପ୍ରାକୃତିକ ପ୍ରେମୀ ମହଲରେ ଉଦବେଗ ପ୍ରକାଶ କରିଛି। ଏହି ବେଆଇନ କାର୍ଯ୍ୟର ବିଧିବଦ୍ଧ ତଦନ୍ତ କରାଯାଇ ଏହି କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାର ଓ ବିଭାଗୀୟ ଭାରପ୍ରାପ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ରାଜସ୍ବ ମନ୍ତ୍ରୀ, ବିଭାଗୀୟ ସଚିବ, ଜାତୀୟ ରାଜପଥ କର୍ତୃପକ୍ଷ, ପୁରୀ ଜିଲ୍ଲାପାଳ ଓ ଗୋପ ତହସିଲଦାର ଦୃଷ୍ଟି ଦେବାକୁ ସାଧାରଣରେ ପ୍ରବଳ ଦାବି ହେଉଛି।

Nalco
Leave A Reply