Odisha news

ମହେଶ୍ବର ସାହୁଙ୍କୁ ଘଷିପୁରା ବିଜେପି ପ୍ରଭାରୀ ଦାୟିତ୍ଵ।

0
ଆନନ୍ଦପୁର :  କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ରାଜ୍ୟ ନଦୀ ସୁରକ୍ଷା ସମିତି ସଂଯୋଜକ ମହେଶ୍ବର ସାହୁଙ୍କୁ ପ୍ରଭାରୀ ଦାୟିତ୍ଵ ପ୍ରଦାନ କରାଯାଇଛି। ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ଏହି ଦାୟିତ୍ଵ ପ୍ରଦାନ କରିଛନ୍ତି। ଘଷିପୁରା ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ବିଜେପିର ଚିନ୍ତା ବଢ଼ାଇଛି । ଏହି ପରିସ୍ଥିତିରେ ବିଜେପି ପକ୍ଷରୁ ମହେଶ୍ବରଙ୍କ ସାଙ୍ଗଠନିକ ଦକ୍ଷତା କୁ ସମିକ୍ଷା କରାଯାଇ ପ୍ରଭାରୀ ଦାୟିତ୍ଵ ହସ୍ତାନ୍ତର କରାଯାଇଛି। ଆନନ୍ଦପୁର ଉପଖଣ୍ଡର ପୈ।ରାଞ୍ଚିରେ ଶ୍ରୀ ସାହୁ ରହୁଥିବାରୁ ଘଷିପୁରା ନିର୍ବାଚନ ମଣ୍ଡଳୀ ସହିତ ତାଙ୍କର ଯୋଗା ଯୋଗ ଓ ଉତ୍ସ ସମ୍ପର୍କ ଥିବାରୁ ଘଷିପୁରା ରେ ସାଙ୍ଗଠନିକ କାର୍ଯ୍ୟ ଦକ୍ଷତାର ସହ ତୁଲାଇ ପାରିବେ। ଏଥିସହିତ ସେ ପୂର୍ବରୁ ଦୁଇ ଥର ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଦାୟିତ୍ୱ ତୁଲାଇଥିଲେ ଓ କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ଵ ତୁଲାଇଛନ୍ତି। ବର୍ତ୍ତମାନ ସେ ବିଜେପି ନଦୀ ସୁରକ୍ଷା ସମିତି ନମାମି ଗଙ୍ଗେର ରାଜ୍ୟ ସଂଯୋଜକ ଦାୟିତ୍ଵରେ ଅଛନ୍ତି।
Nalco
Leave A Reply