Odisha news

ଜନ ଶିକ୍ଷଣ ସଂସ୍ଥାନ, ପୁରୀ  ଦ୍ୱାରା  “ଜୈବିକ ଖତ ଓ ଜଳ ସୁପରିଚାଳନା ପ୍ରଦର୍ଶନ”

0
ସାକ୍ଷୀଗୋପାଳ ତା  ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ, ପୁରୀ ତରଫରୁ ସ୍ଵଚ୍ଛତା ପକ୍ଷ ପାଳନ କରାଯାଉଅଛି I ଯାହା ଗତ ତା ୧୬ ଜୁଲାଇ ଠାରୁ ଆରମ୍ଭ ହୋଇ ଆସନ୍ତା ତା ୩୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ I ୧୫ ଦିନ ଧରି ଚାଲୁଥିବା ଏହି କାଯ୍ୟକ୍ରମକୁ ପୁରୀ ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଭାବରେ ପାଳନ କରାଯିବI ସହିତ ଦେଶରେ ସ୍ଵଚ୍ଛତାର ବାର୍ତା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ବଡ ପଦକ୍ଷେପ I ସ୍ଵଚ୍ଛତା ପକ୍ଷର ୮ମ ଦିବସରେ ଜନ ଶିକ୍ଷଣ ସଂସ୍ଥାନ, ପୁରୀ  ଦ୍ଵାରା ପ୍ରଶିକ୍ଷାର୍ଥୀ ମାନଙ୍କୁ “ଜୈବିକ ଖତ ଓ ଜଳ ସୁପରିଚାଳନା ପ୍ରଦର୍ଶନ” ବିଷୟରେ ସତ୍ୟବାଦୀ ବ୍ଲକର ସାରଙ୍ଗଯୋଡି ପଞ୍ଚାୟତ ସଭାଗୃହ ଠାରେ ଆୟୋଜନ କରାଯାଇଥିଲା I
ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତ ଜ୍ୟୋତିର୍ମୟୀ ରଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଜୈବିକ ଖତ ଓ ଜଳ ସୁପରିଚାଳନା ବିଷୟରେ ଆଲୋକପାତ କରିବା ସହ I ଜଳକୁ ଅଯଥାରେ ନଷ୍ଟ ନ କରି ଏହାର ଉପଯୁକ୍ତ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ମୋହନ ଦୀକ୍ଷିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ସ୍ୱଚ୍ଛତାର ବାର୍ତା ନିଜେ ନିଜ ନିଜ କର୍ମ କ୍ଷେତ୍ରରେ ଅବଲମ୍ବନ କରିବା ପାଇଁ ଉପଦେଶ ଦେବା ସହ ଘରୁ ବାହାରୁଥିବା ବିଭିନ୍ନ ପ୍ରକାରର ଜୈବିକ ଆବର୍ଜନାରୁ ଜୈବିକ ଖତ ପ୍ରସ୍ତୁତ କରି ଚାଷଖେତ ରେ ପ୍ରୟୋଗ କରିବାକୁ ଉପଦେଶ ଦେଇଥିଲେ  I କାଯ୍ୟକ୍ରମକୁ ସଂସ୍ଥାନର ସହ-କାର୍ଯ୍ୟକ୍ରମ ଅଧିକାରୀ ପଦ୍ମ ଚରଣ ସେଠି ଅନୁଷ୍ଠାନର ଲକ୍ଷ ଓ କାର୍ଯ୍ୟ ଉପରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସଂସ୍ଥାନର ଅନ୍ୟ କର୍ମଚାରୀ ଜ୍ୟୋତିରଞ୍ଜନ ସାହୁ, ଓ ସତ୍ୟଜିତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ I
Nalco
Leave A Reply