ବୁଗୁଡ଼ା : ତା ୨୫/୦୭/୨୨ : ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ନୂତନ ବିଚାରପତି ଭାବେ ପରିଣୀତା ନାୟକ ଯୋଗ ଦେଇଛନ୍ତି । ଏ ଅବସରରେ ବୁଗୁଡା ବାର ଆସୋସିଏସନ ସଭାପତି ମିହିର କାନ୍ତ ପାଣିଗ୍ରାହୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ସ୍ବାଗତ ଉତ୍ସବରେ ନୂତନ ବିଚାରପତିଙ୍କୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ବିଚାରପତି ସ୍ବ ବକ୍ତବ୍ୟ ପ୍ରଦାନ କାଳରେ ଅଦାଲତ ଓ ଓକିଲ ସଂଘ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ସଦୃଶ ଏବଂ ବିଭିନ୍ନ ମାମଲା ପରିଚାଳନାରେ ଉଭୟଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂପାଦକ ଆର୍ତ୍ତବନ୍ଧୁ ଖାଡ଼ଙ୍ଗାଙ୍କ ସମେତ ସାଇ ସନ୍ତୋଷିନୀ ପ୍ରଧାନ , ପ୍ରଭାତ ଜେନା , ବିଭୁଦତ୍ତ ନାୟକ , ହର ପ୍ରସାଦ ଦାଶ , ଅମର କୁମାର ପଟ୍ଟନାୟକ , ସୁଶାନ୍ତ କୁମାର ସେଠୀ , ପ୍ରକାଶ ଚନ୍ଦ୍ର ଆରୁଖ , ଶ୍ଯାମ ସୁନ୍ଦର ବିଷୋୟୀ , ରବିନ୍ଦ୍ର ପଣ୍ଡା , ଦେବୀ ନିବେଦିତା ଚୌଧୁରୀ , ସୁଜିତ କୁମାର ସ୍ୱାଇଁ ପ୍ରମୁଖ ଓକିଲ ଉପସ୍ଥିତ ଥିଲେ ।
