ଜମନକିରା,୨୫/୭ ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ନୂତନ କର୍ମକର୍ତ୍ତାଙ୍କ ନିର୍ବାଚନ ଗତକାଲି ଜମନକିରା ବ୍ଲକ କଦଳୀପାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ତରଫରୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଘନଶ୍ୟାମ ସାହୁ ଓ ଦୁଶାଧର ପ୍ରଗଣିଆ ଯୋଗ ଦେବା ସହ ଭୁବନେଶ୍ୱର ଦିୱେଦି , ଦିଲୀପ ବହିଦାର, ରାଜକିଶୋର ସାହୁ ଓ ବାବ୍ରୁବାହନ ଭୋଇ ଉପସ୍ଥିତ ଥିଲେ। ବଲାଙ୍ଗୀର ଜିଲ୍ଲା ସଂପାଦକ ହରେକୃଷ୍ଣ ରଥ, ଦେବଗଡ଼ରୁ ସୁଜିତ ପାତ୍ର, ବୌଦ୍ଧରୁ ଶିଶିର ଖଟୁଆ ଆମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲା ୯ଟି ବ୍ଲକରୁ ସମସ୍ତ ଶିକ୍ଷକ ପ୍ରତିନିଧି ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ରହି ନୂତନ କର୍ମକର୍ତ୍ତାଙ୍କୁ ନିର୍ବାଚନ କରିଥିଲେ। ଏଥିରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାବେ ରଚନା ସିଂ, ଜିଲ୍ଲା ସମ୍ପାଦକ ଭାବେ ପ୍ରଶାନ୍ତ ନାଥ, ଉପସଭାପତି ଭାବେ ଭଜମନ ଦେହୁରୀ, ଜୟକୃଷ୍ଣ ବାଗ ଓ ସତ୍ୟଭାମା ସାହୁ, ଆଞ୍ଚଳିକ ସମ୍ପାଦକ ଭାବେ ପୁରୁଷୋତ୍ତମ ପାତ୍ର ଓ ପବିତ୍ର ମୋହନ ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ଦୁଃଖିଶ୍ୟମ ବେହେରା ଓ ସ୍ୱର୍ଣକାନ୍ତି ସାହୁ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଆସନ୍ତା ୧୫ ଦିନ ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୁଚନା ଦିଆଯାଇଛି। ନିର୍ବାଚନକୁ ଶ୍ରୀ ଦ୍ୱିବେଦୀଙ୍କ ସମେତ ପ୍ରଶାନ୍ତ ପଣ୍ଡା, ଯ୍ୟୋତିଭୁସନ ନାୟକ, ସନ୍ତୋଷ ସାହୁ, ରମେଶ ସିଂହ, ଅନନ୍ତ ଚୌଧୁରୀ, ବିନୋଦ ଅର୍କ, ସମିନା ନାୟକ, ଦୁଷ୍ମନ୍ତ ବେହେରା, ମୋତିଲାଲ ସାହୁ, ପ୍ରମୋଦ ସାହୁ, ଲବଲାଲ ପଟେଲ, ଅଭିମନ୍ୟୁ ବୁଡା, ଆଶିଷ ଶୁନାନି ଏବଂ ସୁରେନ୍ଦ୍ର କୁମୁରା ପ୍ରମୁଖ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ।
