Odisha news

ସତ୍ୟବାଦୀ ବ୍ଲକରେ ଆଜି ୧୧ ଜଣ କରୋନା ପଜିଟିଭ ଚି଼ହ୍ନଟ

0
ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକରେ ଆଜି ୧୧ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି. ସ୍ଥାନୀୟ ପଟ୍ଟନାୟିକା ବଜାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି. ଏହି ଅବସରରେ ତହସିଲଦାର ମନୋଜ କୁମାର ନାୟକ, ବି ଡି ଓ ସରୋଜ କୁମାର ଦତ୍ତ ଓ ଆଇ ଆଇ ସି ଦେବୀ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l
ବୀର ରାମଚନ୍ଦ୍ର ପୁର ପଞ୍ଚାୟତ ଅନ୍ତର୍ଗତ ସଦାନନ୍ଦ ପୁର ନିକଟରେ ଅବସ୍ଥିତ ବିଭିନ୍ନ ଗ୍ରାମରୁ ୫ ଜଣ ପୁରୁଷ, ଜଣେ ୧୧ ବର୍ଷର ଝିଅ ଓ ଜଣେ ୨ ବର୍ଷର ଶିଶୁ ପୁତ୍ର, ନରେନ୍ଦ୍ର ପୁର ପଞ୍ଚାୟତ ଅନ୍ତର୍ଗତ ବେଣାକେରା ଗ୍ରାମର ୨ ଜଣ ପୁରୁଷ ବ୍ୟକ୍ତି କରୋନା ପଜିଟିଭ ଜଣାପଡିଥିଲା l
ଏହି ୯ ଆକ୍ରାନ୍ତଙ୍କୁ ବୀର ରାମଚନ୍ଦ୍ର ପୁରସ୍ଥିତ କୋଭିଡ କେୟାର ହୋମକୁ ସ୍ଥାନାନ୍ତର କରାଯାଇଛି l ନୂଆ ସୋମେଶ୍ୱର ପୁର ପଞ୍ଚାୟତ  ଅନ୍ତର୍ଗତ ଏକ ଗ୍ରାମରୁ ଚି଼ହ୍ନଟ   କରୋନା ଆକ୍ରାନ୍ତ ମହିଳାଙ୍କୁ ପ୍ରଶାସନ ତରଫରୁ ହୋମ କ୍ଵାରେଣ୍ଟାଇନରେ ରଖା ଯାଇଅଛି l  ଅଳଗୁମ ସଙ୍ଗରୋଧ କେନ୍ଦ୍ରରୁ ଚି଼ହ୍ନଟ କରୋନା ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କୁ ସେହି କେନ୍ଦ୍ରରେ ସଙ୍ଗରୋଧରେ ରଖାଯାଇଛି l  ଏହି ଆକ୍ରାନ୍ତ ମାନେ ସାକ୍ଷୀଗୋପାଳ ଡାକ୍ତରଖାନାରେ କରୋନା ପରୀକ୍ଷା କରିଥିଲେ l
Leave A Reply