ସାଇ ବାବାଙ୍କର ଅନେକ ମହିମା ରହିଛି l ବାବାଙ୍କର ଭକ୍ତ ମାନେ ସର୍ବଦା ବାବାଙ୍କୁ ନିଜ ନିକଟରେ ପାଇଥାନ୍ତି l ଆଜିକାଲି ପ୍ରାୟ ସମସ୍ତେ ବାବାଙ୍କୁ ଧ୍ୟାନ କରୁଛନ୍ତି ,କାରଣ ସିଏ ଅତ୍ୟନ୍ତ ସରଳ ଓ ଶାନ୍ତ ଅଟନ୍ତି l ଗୁରୁବାର ଦିନଟି ବାବାଙ୍କର ପ୍ରିୟ ଦିନ ଅଟେ l ମୁଖ୍ୟତଃ ତିନୋଟି ରୂପରେ ବାବାଙ୍କୁ ସମସ୍ତେ ଧ୍ୟାନ କରନ୍ତି l ଗୋଟିଏ ହେଲା ଚମତ୍କାରୀ ପୁରୁଷର ରୂପ ,ଦୁତୀୟଟି ହେଲା ଭଗବାନଙ୍କ ରୂପ ଓ ଶେଷ ରୂପଟି ହେଲା ଗୁରୁଙ୍କର ରୂପ l ସାଇ ବାବାଙ୍କୁ ସେମିତି କୌଣସି ନିର୍ଦ୍ଧିଷ୍ଟ ଧର୍ମର ଲୋକ ପୂଜା କରନ୍ତି ନାହିଁ ,ବାବା ହେଉଛନ୍ତି ସବୁ ଧର୍ମର l ବାବାଙ୍କ ସ୍ଥାନ ହେଉଛି ସିରିଡ଼ି lଆଜି ଆପଣଙ୍କୁ ଆମେ ବାବାଙ୍କର ୧୧ ଟି ବଚନ ବିଷୟରେ କହୁଛୁ l
* ପ୍ରଥମ ବଚନ -ସାଇବାବା ଙ୍କର ନୀଳ ସ୍ଥଳୀ ହେଉଛି ସିରିଡ଼ି l ସେଥି ପାଇଁ ବାବା କହିଛନ୍ତି ସିରିଡ଼ି କୁ ଯିଏ ଆସିବା ତାର ସମସ୍ଥ ସମସ୍ୟା ଦୂର ହୋଇଯିବ l ଯେଉଁ ଲୋକ ସିରିଡ଼ି ନଯାଇ ପାରିବ ବାବାଙ୍କୁ ଧ୍ୟାନ ମଧ୍ୟରେ ନିଜ ପାଖକୁ ଡାକିପରିବା ଏବଂ ବାବା ତାର ସମସ୍ତ ସମସ୍ୟା ଦୂର କରିବେ l
* ଦୁତୀୟା ବଚନ-ସାଇବାବା କୁହଂନ୍ତି ଯେ ମୁଁ ସ୍ଵଦେହରେ ନଥିଲେ ମଧ୍ୟ ମୋର ଭକ୍ତ ମାନେ ଯେତେବେଳେ ଯେଉଁଠି ରହି ଡାକିବେ ମୁଁ ତାଙ୍କ ପାଖରେ ପହଞ୍ଚିଯିବି l ଖାଲି ସ୍ନେହ ରଖିଥିବା ଆବଶ୍ୟକ l
* ତୃତୀୟ ବଚନ-ସାଇବାବା ଙ୍କର ସମାଧି ସ୍ଥଳରେ ପାଦ ରଖିବା କ୍ଷଣି ଦୁଃଖ ଦୂର ହୋଇଯାଏ l ଯେ କୌଣସି ସ୍ଥାନରେ ସାଇ ମନ୍ଦିର ଥିଲେ ସେଠାକୁ ଯାଇ ବାବାଙ୍କୁ ସ୍ନେହ ଓ ଭକ୍ତିର ସହିତ ପ୍ରାଥନା କଲେ ବାବା ସବୁ ସମସ୍ୟାର ସମାଧାନ କରିବେ l
* ଚର୍ତୁଥ ବଚନ – ବାବା କୁହନ୍ତି ଯେ ମୁଁ ସଶରୀରରେ ନରହିଲେ ମଧ୍ୟ ମୋର ଭକ୍ତ ମାନଙ୍କର କଥା ସର୍ବଦା ମୋ ପାଖରେ ପହଂଚିଥାଏ l ଯଦି ତମେ ସ୍ନେହ ଓ ପ୍ରେମରେ ମତେ ଡାକି ପାରୁଛ ତେବେ ଅନୁଭବ ମଧ୍ୟ କରି ପାରିବ l
* ପଞ୍ଚମ ବଚନ -ସବୁବେଳେ ମୋ ଭକ୍ତ ମାନେ ମନରେ ବିଶ୍ୱାସ ରଖିବା ଆବଶ୍ୟକ ଯେ ମୁଁ ସର୍ବଦା ସେମାନଙ୍କ ସହିତ ଅଛି l ଯେତେବେଳେ ବି ତମକୁ ଏକୁଟିଆ କିମ୍ବା ଅସହାୟ ଲାଗୁଛି ମତେ ଧ୍ୟାନ କରିପାର l
* ଷଷ୍ଠ ବଚନ -ଯେ କୌଣସି ବ୍ୟକ୍ତି ଶ୍ରଦ୍ଧା ଓ ଭକ୍ତିର ସହିତ ମୋ ସାରଣକୁ ଆସିଲା ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ l
* ସପ୍ତମ ବଚନ -ଯେଉଁ ବ୍ୟକ୍ତି ମତେ ଯେପରି ଭାବରେ ଦେଖିଥାଏ ମୁଁ ତାକୁ ସେହିପରି ଭାବରେ ଦେଖାଦିଏ l ମତେ ସିଏ ଯେପରି ଭାବରେ କାମନା କରେ ତାର ଇଛାକୁ ମୁଁ ସେହିପରି ଭାବରେ ପୂର୍ଣ୍ଣ କରେ l
* ଅଷ୍ଟମ ବଚନ -ଯେଉଁ ବ୍ୟକ୍ତି ତା ଜୀବନର ଦୁଃଖ କଷ୍ଟ ଓ ଯନ୍ତ୍ରଣାକୁ ସମ୍ପୂର୍ଣ ସମର୍ପଣ କରିବା ମତେ ମୁଁ ତାର ସମସ୍ତ ଭାରକୁ ଉଠାଇବି ଓ ତାର ସମସ୍ତ ଦାଇତ୍ୱକୁ ଗ୍ରହଣ କରିବି l
* ନବମ ବଚନ -ଯେଉଁ ଭକ୍ତ ଶ୍ରଦ୍ଧା ଭାବରେ ସହାୟତା ମାଗିବା ମତେ ମୁଁ ତାକୁ କଦାପି ନିରାଶ କରିବି ନାହିଁ l
* ଦଶମ ବଚନ -ଯେଉଁ ଭକ୍ତ ମନ ,ବଚନ ଓ କର୍ମ ଦ୍ୱାରା ମୋ ସହିତ ସର୍ବଦା ଯୋଡି ହୋଇ ରହିବ ମୁଁ ସେହି ଭକ୍ତ ପାଖରେ ଋଣୀ ରହିବି ଓ ତାର ସମସ୍ତ ଦାଇତ୍ଵ ଗ୍ରହଣ କରିବି l
* ଏକାଦଶ ବଚନ -ବାବା କୁହନ୍ତି ଯେ ମୋର ଭକ୍ତ ମାନେ ଧନ୍ୟ ଅଟନ୍ତି l ମତେ ସେମାନେ ସ୍ନେହ ଶ୍ରଦ୍ଧାରେ ବାନ୍ଧି ରଖିଛନ୍ତି l ମୋର ମାତ୍ର ଏତିକି ଆବଶ୍ୟକ ସେମାନେ ସର୍ବଦା ସବୁ ବିପଦରୁ ଦୁରେଇ ରୁହନ୍ତୁ ଓ ଖୁସିରେ ରୁହନ୍ତୁ l