ବୋଲଗଡ : କରୋନା ମହାମାରୀ ପାଇଁ ସମଗ୍ର ବିଶ୍ୱ ଆତଙ୍କିତ ଥିବା ବେଳେ ଓଡିଶାରେ ଏହା କାୟା ମେଳାଇ ଚାଲିଛି । ହିନ୍ଦୁ ଧର୍ମର ପବିତ୍ର ମାସ ଶ୍ରାବଣମାସରେ ପ୍ରତ୍ୟେକ ସୋମବାର ମାନସିକଧାରୀ ହଜାର ହଜାର ଶ୍ରଦ୍ଦାଳୁ ଶିବ ଭକ୍ତ ବିଭିନ୍ନ ଶିବ ମନ୍ଦିରରେ ମାସର ପ୍ରତ୍ୟେକ ସୋମବାର ଜଳାଭିଷେକ ନକରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଶୁଂ ରାଉତ ସମସ୍ତ ଶିବମନ୍ଦିର ପରିଚାଳନା କମିଟି ଓ ପୂଜକ ମାନଙ୍କୁ କଡା ନିଦେ୍ର୍ଦଶ ଦେବା ସହିତ ମନ୍ଦିରେ ୧୪୪ ଧାରା ଜାରୀ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ବୋଲଗଡ ବ୍ଲକର ୧୯ଗୋଟି ପଞ୍ଚାୟତରୁ ପ୍ରାୟ ୪୫ଗୋଟି ଶିବମନ୍ଦିରରେ ଗତ ସୋମବାର ଦିନ କୈାଣସି ଜଣେ ହେଲେ କାଉଡିଆଙ୍କୁ ଦେଖିବାକୁ ମିଳିନଥିଲା । ବିଶେଷ କରି ଏହି ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ବାଙ୍କୋଇସ୍ଥ ଶ୍ରୀ ଶ୍ରୀ ତାରେଶ୍ୱର ଦେବ, ମାଳିସାହିସ୍ଥ ସୋମନାଥ ଦେବଙ୍କ ପୀଠ, ବୋଲଗଡସ୍ତ ବାଲୁଙ୍କେଶ୍ୱରଦେବ , ଖଙ୍ଗୁରିଆସ୍ଥ ଶ୍ରୀ ଶ୍ରୀ ଅମୃତେଶ୍ୱର ଦେବ ,ତାଳତୁମ୍ବ ଠାରେ ଥିବା ପଶ୍ଚିମେଶ୍ୱର ଦେବ ପୀଠ, ଗେଡିଆପଲ୍ଲୀ ଠାରେ ଥିବା ଶିବମନ୍ଦିର ଶ୍ରାବଣ ମାସର ପ୍ରତି ସୋମବାର ପ୍ରବଳ ଭିଡ ଲାଗିରହିଥାଏ । କରୋନା ସଂକ୍ରମଣ ରୋକିବାପାଇଁ ପ୍ରଶାସନର ଏହି ନିଷ୍ପତିକୁ ବହୁ କାଉଡିଆ ସମର୍ଥନ କରିଥିବା ବେଳେ ଅନେକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।
