Odisha news

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ ଉତ୍ସବ

0

ତା-୨୪/୧୨/୨୩ ରିଖ  ରବିବାର ଦିନ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ଏକ ସାହିତ୍ୟ ସମାବେଶ ବାଙ୍ଗାଲୋରର ବିଜ୍ଞାନନଗର ଠାରେ  ଅନୁଷ୍ଠିତ ହୋଇଯାଇଛି ।  ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଅଧକ୍ଷ ଡ଼ଃ.କାର୍ତ୍ତିକ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବାସରେ ରହି ମଧ୍ୟ ସାହିତ୍ୟ ସାଧନା ଜାରି ରଖିଥିବା ଅନେକ ସାହିତ୍ୟନୁରାଗୀ ମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗୀତିକବି ଶ୍ରୀ ମନୋଜ ପଟ୍ଟନାୟକ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ  ଡ଼ଃ ଶରତ ଚନ୍ଦ୍ର ଦାଶ, ଦିଗବଳୟର ସମ୍ପାଦକ ଅଜୟ କେତନ ମହାନ୍ତି, ଚିରସନ୍ଧାନର ସମ୍ପାଦକ ପାର୍ଥସାରଥୀ ଅଜୟ ବାରିକ, ଅନୁବାଦିକା ଶ୍ରୀମତୀ ଅନୁରୂପା ସିଂ, ଗାଳ୍ପିକା ବିଶ୍ୱଭାରତୀ ଦାଶ, ଯୁବ କବି ଶ୍ରୀ ସୀମାଞ୍ଚଳ ରଣା,ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ସଭାପତି ତାପସ ରାଜ୍ ମହାରଣା , ଯୁବ କବି ପ୍ରଶାନ୍ତ କୁମାର ନାଥ ପ୍ରମୁଖ ଯୋଗ ଦେଇ କବିତା ପାଠ କରିବା ସହିତ ସାହିତ୍ୟ ଆଲୋଚନା କରିଥିଲେ । ଏହି ଅବସରରେ  ଶ୍ରୀମତୀ ଅନୁରୂପା ସିଂ ଙ୍କ ଉପନ୍ୟାସ “ସୂର୍ଯ୍ୟୋଦୟର ସ୍ୱପ୍ନ”  ବରେଣ୍ୟ  ଅତିଥି  ମାନଙ୍କ  ଦ୍ଵାରା  ଉନ୍ମୋଚିତ  କରାଯାଇଥିଲା  ଏହି ଅବସରରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ଗୀତିକବି ମନୋଜ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ତରଫରୁ ଏହିଭଳି ସାହିତ୍ୟ ଆସର ଆଗକୁ ମଧ୍ୟ ଆୟୋଜନ କରାଯିବା  ସଙ୍ଗେ  ସଙ୍ଗେ  ସୁସାହିତ୍ୟିକ  ଓ  ସୁବକ୍ତା  ମାନଙ୍କୁ ଆଗାମୀ ପିଢ଼ି ଓ ଓଡ଼ିଆ ଭାଷାନୁରାଗୀ ମାନଙ୍କ ପାଇଁ ପ୍ରେରଣା ଯୋଗେଇଦେବା ପାଇଁ  ନିମନ୍ତ୍ରଣ  କରାଯିବ ବୋଲି  ଅନୁଷ୍ଠାନର ସଭାପତି ତାପସ ରାଜ ମହାରଣା ଏବଂ ଯୁଗ୍ମ  ସମ୍ପାଦକ  ଶ୍ରୀ ପ୍ରଶାନ୍ତ କୁମାର ନାଥ ପ୍ରକାଶ କରିଛନ୍ତି

Ad2
Leave A Reply