Odisha news

ଟ୍ରେନ ସମ୍ଭଧୀୟ ଗୁରୁତ୍ୱ ପୁର୍ଣ ସୂଚନା : ନିରାକାରପୁର ରେ ରହିବ ପ୍ରଶାନ୍ତି ଏକ୍ସପ୍ରେସ

0
ନିରାକାରପୁର,୨୪/୧୨ -ଖୋର୍ଦ୍ଧାରୋଡ ରେଳମଣ୍ଡଳ ଅଧିନ ନିରାକାରପୁର ଷ୍ଟେସନରେ ୩୧ ତାରିଖରୁ ରହିବ ପ୍ରଶାନ୍ତି ଏକ୍ସପ୍ରେସ। ଏଥିପାଇଁ ବିଧିବଧ ଭାବେ ଟ୍ରେନ ନମ୍ବର ୧୮୪୬୩/୬୪ ଭୂବନେଶ୍ୱର – ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ନିରାକାରପୁର ଷ୍ଟେସନରେ ରହଣି ପାଇଁ ରେଲୱେ ବୋର୍ଡ ପକ୍ଷରୁ ୨୦୨୩/ସିଏଚଜି ୧୩/୧୩ ନମ୍ବର ଚିଠି ଭୁବନେଶ୍ୱର ଜେନେରାଲ ମ୍ୟାନେଜର ଙ୍କ ନିକଟକୁ ଆସିଛି। ଆସନ୍ତା ୩୧ ତାରିଖରୁ ଭୁବନେଶ୍ୱର ରୁ ବାଙ୍ଗାଲୋର ଯିବାକୁ ଥିିବା
ଟ୍ରେନ ସକାଳ ୬.୨୭ ମିନିଟରେ ଲାଗି ୬.୨୯ ମିନିଟରେ ଛାଡ଼ିବାକୁ ଥିବାବେଳେ ବାଙ୍ଗାଲୋର ରୁ ଭୁବନେଶ୍ୱର ଆସିବାକୁ ଥିବା ଟ୍ରେନ ସନ୍ଧ୍ୟା ୫. ୦୫ ମିନିଟରେ ଲାଗି ୫.୦୭ ମିନିଟରେ ଛାଡ଼ିବା ପାଇଁ ବିଧିବଦ୍ଧ ନୋଟିସ ପ୍ରକାଶ ପାଇଛି। ସୂଚନାଯୋଗ୍ୟ କି ପୂର୍ବତଟ ରେଳପଥ ର ନିରାକାରପୁର ଏକ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ହୋଇଥିବାରୁ ଉକ୍ତ ଟ୍ରେନ ରହଣୀ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲ। ନିରାକାରପୁର   ରାମଦୟା ପରିଷଦ, ନିରାକାରପୁର ବିଜେପି ମଣ୍ଡଳ,ଆଂଚଳିକ ହିନ୍ଦୁ ସଂଗଠନ, ବରିଷ୍ଠ ନାଗରିକ ସଂଘ ଓ ନିରାକାରପୁର ରେଲୱେ ଉପଭୋକ୍ତା କମିଟି ପକ୍ଷରୁ ଦାବି ହେଉଥିଲା।ଏହି ରହଣୀ ଖବର ପାଇବାପରେ ନିରାକାରପୁର ଅଂଚଳବାସୀ, ଦାବି ପତ୍ର ଦେଇଥିବା ସମସ୍ତ ସଂଗଠନ, ୧୨ ନମ୍ବର ବଜେପି ମଣ୍ଡଳ ସଭାପତି ଆଲୋକ ରଂଜନ ଛୋଟରାୟ,ଆଂଚଳିକ ହିନ୍ଦୁ ସଂଗଠନ ସଭାପତି ପ୍ରସାଦ ଦାସ , ସାମ୍ବାଦିକ ଦୀପକ କୁମାର ପ୍ରଧାନ, ସହଯୋଗ ପରିବାର ଆବାହକ ହିମାଂଶୁ ଭୂଷଣ ଚମ୍ପତିରାୟ , ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରସନ୍ନ କୁମାର ନନ୍ଦ , ରାମଦୟା  ପରିଷଦ ସଂପାଦକ ଗଙ୍ଗାଧର ତ୍ରିପାଠୀ, ସାମ୍ବାଦିକ ରାମ ନାରାୟଣ ଦାଶ , ରମାନାଥ ଦାଶ  ଅଂଚଳବାସୀଙ୍କ ତରଫରୁ  ରେଳମନ୍ତ୍ରୀ ଅଶ୍ଵନି ବୈଷ୍ଣବ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଯାଇଛି। ଉକ୍ତ ଦିନ ପ୍ରଶାନ୍ତି ଏକ୍ସପ୍ରେସ କୁ ଅଞ୍ଚାଲବସୀଙ୍କ ତରଫରୁ ସ୍ବାଗତ ଜଣାଯିବ ବୋଲି ଜଣାପଡିଛି।
Govt
Leave A Reply