Odisha news

ସଦଗୁରୁ ଙ୍କର ଏହି ୫ଟି ହେଲ୍ଥ ଟିପ୍ସ ଆପଣଙ୍କୁ ଦୂରେଇ ରଖିବ ଡାକ୍ତର ନିକଟରୁ

0

ସଦଗୁରୁ ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ସମସ୍ତ ଭାରତୀୟ ଙ୍କ ପାଇଁ ଖୁବ ପରିଚିତ l ଆଜିର ହେଲଥ ଟିପ୍ସ ରେ ସେ ମଣିଷ ପାଇଁ ଏଭଳି ୫ଟି ହେଲଥ ଟିପ୍ସ ଦେଇଛନ୍ତି ଯାହା ଆମକୁ ଡାକ୍ତରଙ୍କ ନିକଟରୁ ଦୁରେଇ ରଖିବ, ଅର୍ଥାତ ଆମେ ରୋଗ ନିକଟରୁ ଦୁରେଇ ରହିବା l

* ନିୟମିତ ତମ୍ବା ପାତ୍ର ର ଜଳ ସେବନ କରିବା ଜରୁରୀ –
ତମ୍ବା ର ବ୍ୟାକ୍ଟେରିଆ ନାଶକ ଗୁଣ ମେଡିକାଲ ସାଇନ୍ସ ରେ ଖୁବ ଗୁରୁତ୍ୱପୂର୍ଣ ଅଟେ l ଏବଂ ବୈଜ୍ଞାନିକ ଙ୍କ ମତ ରହିଛି ଯେ ପାଣିର ସ୍ମରଣ ଶକ୍ତି ଖୁବ ପ୍ରଖର ଅଟେ l ପାଣି ସେହି ପ୍ରତ୍ୟେକ ଜିନିଷ କୁ ମାନେ ରଖିଥାଏ ଯାହାକୁ ସିଏ ସ୍ପର୍ଶ କରିଥାଏ l ଯଦି ଆପଣ କୌଣସି ତମ୍ବା ପାତ୍ର ରେ ରାତି ସାରା ପାଣି ରଖିଦେବେ ଓ ଏହାକୁ ସଖାଳୁ ପିଇବେ ତେବେ ଏହାଦ୍ୱାରା ଲିଭର ସମ୍ବନ୍ଧିତ ସମସ୍ୟା ଜୀବନ ରେ କଦାପି ହୋଇ ନଥାଏ, ଏବଂ ଯଦି ନିୟମିତ ଭାବରେ ଏହି ପାଣିକୁ ପିଇବା ତେବେ ଗ୍ୟାସ, ଏସିଡ଼ିଟି, ପେଟ ସମ୍ବନ୍ଧିତ ଅନେକ ରୋଗରୁ ମୁକ୍ତି ମିଳିଥାଏ l

* ନିଦ୍ରା ରେ ଶୋଇବା ଅପେକ୍ଷା ଆରାମ କରନ୍ତୁ –
ଆପଣ କେଉଁ ସମୟ ରେ ଶୋଇବେ ତାହା ଆପଣଙ୍କ ଲାଇଫ ଷ୍ଟାଇଲ୍ ଉପରେ ନିର୍ଭର କରେ, କିନ୍ତୁ ମହତ୍ୱ ଏହା ରହିଛି ଯେ ଆପଣ କେତେ ଘଣ୍ଟା ଶୋଇବା ରହିବା ଜରୁରୀ l ସାଧାରଣ ଭାବରେ ୮ ଘଣ୍ଟା ନିଦରେ ଶୋଇବା ଜରୁରୀ l ଆପଣଙ୍କ ଶରୀରକୁ ଯେଉଁ ଜିନିଷ ର ଆବଶ୍ୟକତା ରହିଛି ତାହା ହେଉଛି ଆରାମ l ଶରୀରକୁ ଆରାମ ର ନିହାତି ଆବଶ୍ୟକତା ରହିଛି l  ଗୋଟିଏ ବ୍ୟକ୍ତି ଯଦି ଠିକ ଭାବରେ ଆରାମ କରି ପାରିବ ତେବେ ନିଜକୁ ଚିନ୍ତା ମୁକ୍ତ ରହିପାରିବେ l

* ଦୁଇ ସପ୍ତାହ ରେ ଗୋଟିଏ ଦିନ ଉପବାସ ଜରୁରୀ –
ଆପଣଙ୍କ ଶରୀର ପ୍ରାକୃତିକ ଚକ୍ର ସହିତ ଗୋଟିଏ ମଣ୍ଡଳ ସହିତ ଜଡିତ, ମଣ୍ଡଳ ର ଅର୍ଥ ପ୍ରତ୍ୟେକ ୪୦ ରୁ ୪୮ ଦିନ ମଧ୍ୟରେ ଶରୀର ର ଗୋଟିଏ ବିଶେଷ ଚକ୍ର ଦେଇ ଯାଇଥାଏ, ପ୍ରତ୍ୟେକ ଚକ୍ର ରେ ୩ଦିନ ଏଭଳି ରହିଥାଏ ଯେଉଁ ସମୟ ରେ ଶରୀର କୁ ଭୋଜନ ର ଆବଶ୍ୟକତା ହୋଇ ନଥାଏ l ଯଦି ଆପଣ ଆପଣଙ୍କ ଶରୀର କୁ ନେଇ ସଜାଗ ହୋଇଯିବେ ତେବେ ଆପଣ ନିଜେ ହିଁ ଏହା ଜାଣି ପାରିବେ l ଯେଉଁଦିନ ଆପଣ ଭାବିବେ ଆପଣଙ୍କ ଶରୀର କୁ ଖାଦ୍ୟ ର ଆବଶ୍ୟକତା ନାହିଁ ଆପଣ ସେହିଦିନ ଉପବାସ ରହି ପାରିବେ l

* ପିଠି କୁ ସିଧା ରଖି ବସନ୍ତୁ –
ଶରୀର ଗୋଟିଏ ଭାରି ଅଙ୍ଗ ଅଟେ, ଶରୀରର ପ୍ରତ୍ୟେକ କାର୍ଯ୍ୟ କଳାପ ତାର ଶରୀର ଉପରେ ପ୍ରଭାବ ପକାଇ ଥାଏ l ଶରୀରର ସବୁଠୁ ଅଧିକ ମହତ୍ଵପୁର୍ଣ ଅଙ୍ଗ ତାର ଛାତି ଓ ପେଟରେ ରହିଥାଏ l ମଣିଷ ର ବସିବା ତାର ଶରୀର ଉପରେ ଏଭଳି ପ୍ରଭାବ ପକାଇଥାଏ ଯେ ଯାହା ତାକୁ ଅନେକ ଗୁଡିଏ ରୋଗ ଆଡକୁ ଟାଣି ନେଇଥାଏ, ତେଣୁ ସବୁବେଳେ ପିଠିକୁ ସିଧା ରଖି ବସିବା ଜରୁରୀ ଅଟେ l

* ୫ଟି ତତ୍ୱରେ ଯୋଡି ହୋଇ ଜୀବନ ବଞ୍ଚନ୍ତୁ –
ଆମେ ପ୍ରକୃତିର ପ୍ରାକୃତିକ ପଦାର୍ଥ ସହିତ ଯୋଡି ହୋଇ ଜୀବନ ବଂଚିବା ଜରୁରୀ,
– ନିୟମିତ କିଛି ସମୟ ପାଇଁ ଖାଲି ପାଦରେ ଚାଲିବା ଜରୁରୀ, କାହିଁକି ନା ଏହାଦ୍ୱାରା ଆମେ ନିଜେ ମାଟି ସଂସ୍ପର୍ଶ ରେ ଆସି ପାରିବା ଓ ଉଚ୍ଚ ରକ୍ତଚାପ ଠାରୁ ଦୁରେଇ ରହି ପାରିବା
– ପ୍ରତିଦିନ କିଛି ସମୟ ପାଇଁ ଖୋଲା ପବନ ରେ ବୁଲିବା ଜରୁରୀ, ଏହା ଆମ ଫୁସଫୁସ କୁ ସୁସ୍ଥ ରଖିଥାଏ
– ନିୟମିତ ଭାବରେ କିଛି ସମୟ ଗଛ ମାନଙ୍କର ସେବା କରନ୍ତୁ, କାହିଁକି ନା ଏହା ଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ
– ପ୍ରତିଦିନ କିଛି ସମୟ ପାଇଁ ଧ୍ୟାନ କରନ୍ତୁ ଏହାଦ୍ୱାରା ମାନସିକ ଶାନ୍ତି ବୃଦ୍ଧି ହେବ
– ଭୋଜନ କୁ ଯେତେବେଳେ ବି ଗ୍ରହଣ କରୁଛନ୍ତି ସେତେବେଳେ ଖୁସି ରେ ତାହାକୁ ଗ୍ରହଣ କରନ୍ତୁ l

Leave A Reply