Odisha news

ପଞ୍ଜାବ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗହଲୋତ୍ ଙ୍କ ଆସନ ଟଳମଳ : ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଲେ ସଚିନ୍ ପାଇଲଟ

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ପଞ୍ଜାବ ସରକାର କ୍ୟାପଟେନ ଅମରିନ୍ଦର୍ ହଟିବା ପରେ ରାଜସ୍ଥାନ ଓ ଛତିଶଗଡ଼ ରେ ସରକାର ହଟିବା କୁ କଳ୍ପନା ଚାଲିଛି । ଏଥି ମଧ୍ୟରେ ରାଜସ୍ଥାନ ର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ମଧ୍ୟରେ ଦୀର୍ଘ ଦିନରୁ ମତଭେଦ ଚାଲିଛି । ତେଣୁ ସଚିନ ପାଇଲଟ ଶୁକ୍ରବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଙ୍କୁ ଭେଟି ଥିଲେ ।
ତିନି ନେତାଙ୍କ ମଧ୍ୟରେ ଏହା ସପ୍ତାହ ର ଦ୍ଵିତୀୟ ସାକ୍ଷାତ । ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନ ନିର୍ବାଚନ ପାଇଁ ସଚିନ ଙ୍କୁ ଗୁରୁ ଦାୟିତ୍ଵ ଦିଆ ଯାଇଛି । ପାଇଲଟ ଙ୍କ ର ଦିଲ୍ଲୀ ଦରବାର ରେ ଲଗାତାର ଉପସ୍ଥିତି କୁ ନେଇ ରାଜନୀତି ରେ ସରଗରମ ହୋଇ ଉଠୁଚି । ଆହୁରି ମଧ୍ୟ ସୂଚନା ଯୋଗ୍ୟ ଯେ ଗୁଜୁରାଟ ଭଳି ଛତିଶଗଡ଼ ରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ।
ସଚିନ ପାଇଲଟ ଗତ ବର୍ଷରୁ ଗହଲୋତ୍ ସରକାରଙ୍କ ବିରୁଦ୍ଧରେ ସ୍ବର ଉଠାଇ ସାରିଛନ୍ତି । ପାଇଲଟ ବିଜେପି ରେ ପ୍ରବେଶ କରିବା ସ୍ଥିର ହୋଇ ସାରିଥିବା ମଧ୍ୟ କୁହା ଯାଉଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ରାହୁଲ ଓ ପ୍ରିୟଙ୍କା ତାଙ୍କୁ ମନାଇ ନେଇଥିଲେ । ଦେଖାଯାଉ ବର୍ତ୍ତମାନ୍ ଗୁଜୁରାଟ ସରକାରଙ୍କୁ ନେଇ ଏହି କଳ୍ପନା କୋଉଠି ଅନ୍ତ ହେଉଛି ।

Comments are closed.