Odisha news

ରୋଟାରୀ କ୍ଲବ୍ ଅଫ୍ ଟେମ୍ପଲ୍ ସିଟି ଦ୍ଵାରା ବୃକ୍ଷରୋପଣ ଏବଂ ରକ୍ତ ଦାନ ଶିବିର ଆୟୋଜନ

ଭୁବନେଶ୍ୱର : ରୋଟାରୀ କ୍ଲବ୍ ଅଫ୍ ଟେମ୍ପଲ୍ ସିଟି ପକ୍ଷରୁ ଗତ ଗୁରୁବାର (୨୩ ସେପ୍ଟେମ୍ବର ୨୦୨୧) ଦିନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା  ।  କ୍ଲବ୍ ର ସଭାପତି ତଥା ଜେଏସପିଏଲ୍ ର ଗୃପ ସିଏସ୍ଆର୍ ମୁଖ୍ୟ ରୋଟାରିଆନ ପ୍ରଶାନ୍ତ କୁମାର ହୋତାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ରୋଟାରିଆନ ଡ. ପ୍ରଭାତ ରଞ୍ଜନ ବେଉରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

କ୍ଲବର ସମ୍ପାଦକ ତଥା କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର, ଭୁବନେଶ୍ୱର ମୁଖ୍ୟ ରୋଟାରିଆନ ଡ. ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ପୂର୍ବତନ ସଭାପତି ତଥା କୋଷାଧ୍ୟକ୍ଷ ରୋଟାରିଆନ ଏସ୍.ପି ପଟ୍ଟନାୟକ, ପୂର୍ବତନ ସଭାପତି ତଥା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ରୋଟାରିଆନ ଡା ଅଶୋକା କୁମାର ମହାପାତ୍ର, ପୂର୍ବତନ ସଭାପତି ତଥା ଓଡିଶାର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ରୋଟାରିଆନ ଡିଏନ ପାଲ,  ଆଇପିପି ରୋଟାରିଆନ ମାନସ କୁମାର ପଣ୍ଡା ଏବଂ ପୂର୍ବତନ ସଭାପତି ରୋଟାରିଆନ ଆର.ସି. ମହାନ୍ତି ଯୋଗ ଦେଇ ବହୁ ସଂଖ୍ଯାରେ ଉତ୍ପାଦନକାରୀ ବୃକ୍ଷର ଚାରା ରୋପଣ କରିଥିଲେ ।

ଭବିଷ୍ୟତରେ ସହରର ଅନ୍ୟ ସ୍ଥାନରେ ଏହିପରି ଅଧିକ କାର୍ଯ୍ୟକ୍ରମ କରାଯିବ ବୋଲି କ୍ଲବ୍ ର ସଭାପତି ରୋଟାରିଆନ ହୋତା ସୂଚନା ଦେଇଥିଲେ ।

ଗତ ମଙ୍ଗଳବାର (୨୧ ସେପ୍ଟେମ୍ବର ୨୦୨୧) ଦିନ ରୋଟାରୀ କ୍ଲବ୍ ଅଫ୍ ଟେମ୍ପଲ୍ ସିଟି ଦ୍ଵାରା ଆଇଏମ୍ଏସ୍ ଏବଂ ସମ ହସ୍ପିଟାଲ୍ ର ବ୍ଲଡ ବ୍ୟାଙ୍କ ସହିତ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରଯାଇଥିଲା । କ୍ଲବର ପୂର୍ବତନ ସଭାପତି ତଥା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ରୋଟାରିଆନ ଡା ଅଶୋକା କୁମାର ମହାପାତ୍ର, ପୂର୍ବତନ ସଭାପତି ତଥା କୋଷାଧ୍ୟକ୍ଷ ରୋଟାରିଆନ ଏସ୍.ପି ପଟ୍ଟନାୟକ ଏବଂ କ୍ଲବର ସମ୍ପାଦକ ରୋଟାରିଆନ ଡ. ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ନେତୃତ୍ବରେ ଆୟୋଜିତ ଏହି ଶିବିରରେ ବହୁ ବ୍ୟକ୍ତି ଯୋଗ ଦେଇ ରକ୍ତଦାନ କରିଥିଲେ ।

Ad2

Comments are closed.