Odisha news

ମହିଳା ଙ୍କୁ ଦୋକାନ ରେ ପଶି ଅସାଦଚରଣ,ଥାନାରେ ଏତଲା। ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଉ : ବିଜେପି

ବୋରିଗୁମ୍ମା(କେ.ସାକିଲି ଦୋରା)—ବୋରିଗୁମ୍ମା ଥାନା ଅନ୍ତର୍ଗତ କଣାଗାଁ ଜଣେ ମହିଳା ଙ୍କୁ ଦୋକାନ ରେ  ପଶି ଅସାଦଚରଣ ନେଇ ଥାନାରେ ମାମଲା ପରେ ଚାରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି ଦାବୀ କରିଛି। ଘଟଣା ଅନୁସାରେ କଣାଗାଁ ଗ୍ରାମର ପଦ୍ମିନୀ ବିଶୋଇ ନିଜ ଜଳଖିଆ ହୋଟେଲରେ ଥିବା ସମୟରେ ସେହି ଗ୍ରାମର ମହେଶ ବିଶୋଇ, ନରେନ୍ଦ୍ର ବିଶୋଇ, ରାଜେନ୍ଦ୍ର ବିଶୋଇ ଓ ରିତେଶ ବିଶୋଇ ପ୍ରମୁଖ ଜଳଖିଆ ଖାଇଲେ। ପଦ୍ମିନୀ ବିଶୋଇ ଜଳଖିଆ ପଇସା ମାଗିବାରୁ ନବୀନ ବିଶୋଇ ଙ୍କ ପୁତ୍ର ରିତେଶ ବିଶୋଇ ଜଳଖିଆ ପଇସା ନ ଦେଇ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ। ପଦ୍ମିନୀ ବିଶୋଇ ନିଜ ସ୍ୱାମୀ ରିତେଶ ବିଶୋଇ ଙ୍କୁ ତୁରନ୍ତ ଡାକିଥିଲେ।ପଦ୍ମିନୀ ଙ୍କ ସ୍ୱାମୀ ରିତେଶ ବିଶୋଇ ସେହି ଚାରି ଜଣଙ୍କୁ କାହିଁକି ଜଳଖିଆ ପଇସା ଦେଉ ନାହଁ ବୋଲି ପଚାରିବାରୁ ସେହି ଚାରି ଜଣ ମିଶି ରିତେଶ କୁ ନୁସ୍ତୁକ ମାଡ଼ ମାରିବା ସହ ଜଳଖିଆ ଦୋକାନ ରେ ପଶି ପଦ୍ମିନୀ ବିଶୋଇ ଙ୍କୁ ନରେନ୍ଦ୍ର ବିଶୋଇ ନିଜ ଓଡ଼ଣି କୁ ଟଣାଟାଣି କରିଥିବା ପଦ୍ମିନୀ ନିଜ ଏତଲା ରେ ଦର୍ଶାଇଛନ୍ତି।
ମାମଲା ଥାନାରେ ପହଂଚିବା ପରେ କେସ ନମ୍ବର ୧୪୨ /୨୦୨୧ ଦଫା ୨୯୪,୪୨୭,୩୩୬,୩୨୩,୩୫୪,୫୦୬,୩୮୯ ଓ ୩୪ ରୁଜୁ କରାଯାଇଛି। ତେବେ ପଦ୍ମିନୀ ବିଶୋଇ ଙ୍କ ପରିବାର ବିଜେପି କର୍ମୀ ଅଟନ୍ତି। ଏହାକୁ ରାଜନୀତି ସରଗରମ ହୋଇଛି। ଜୟପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ବୋରିଗୁମ୍ମା ଥାନା କୁ ଆସିଥିଲେ।ଚାରି ଅଭିଯୁକ୍ତ ମଧ୍ୟରୁ ନରେନ୍ଦ୍ର ବିଶୋଇ ମନ୍ତ୍ରୀ ପଦ୍ମିନୀ ଦିଆନ ଙ୍କ ପ୍ରତିନିଧି ଭାବେ କାମ କରୁଛନ୍ତି। ଏଣୁ ପୋଲିସ ଜାଣିଶୁଣି ଅଭିଯୁକ୍ତ ମାନଙ୍କୁ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଏଣୁ ଚାରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କରିଛନ୍ତି ଗୌତମ ସାମନ୍ତରାୟ।ଅନ୍ୟପଟେ ବିଜେଡି ର ଏକ ସାମ୍ବାଦିକ ସମ୍ମିଳନୀରେ  ବୋରିଗୁମ୍ମା ବିଜେଡି ବ୍ଳକ ସଭାପତି ବିବେକାନନ୍ଦ ପଟ୍ଟନାୟକ କହିଛନ୍ତି ଯେ ଗତ ୨୨ ତାରିଖ ଦିନ ସାଂସଦ ରମେଶ ଚନ୍ଦ୍ର ମାଝୀ କଣାଗାଁ ଗସ୍ତ କରିଥିଲେ। ସେହି ସମୟରେ ଜଣେ ବିଜେପି କର୍ମୀ ସଭା ସ୍ଥଳ କୁ ଆସି ପାଟି ତୁଣ୍ଡ କରିଥିଲେ। ସେମାନଙ୍କ ଘରୋଇ ଗଣ୍ଡଗୋଳ ହେଉ କିମ୍ବା ଅନ୍ୟ କିଛି ମହିଳା ଦେଇଥିବା ଏତଲା ଅନୁସାରେ ପୋଲିସ ତଦନ୍ତ କରୁଛି। ବିଜେପି ଅନାବଶ୍ୟକ ରାଜନୀତି କରୁଛି। ଏଣୁ ଘଟଣା ର କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି କହିଛନ୍ତି ବିଜେଡି ବ୍ଳକ ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।
Ad2

Comments are closed.