ନବରଙ୍ଗପୁର (କେ.ସାକିଲି ଦୋରା)—ମୋବାଇଲ ମାଲିକ ପାଇଲେ ଚୋରି ହୋଇଯାଇଥିବା ନାମୀ ଦାମୀ ସ୍ମାର୍ଟ ଫୋନ । ନବରଙ୍ଗପୁର ପୋଲିସ ଦ୍ୱାରା ୨୬ ଗୋଟି ହଜିଯାଇଥିବା ସ୍ମାର୍ଟ ଫୋନ କୁ ବିଭିନ୍ନ ପୋଡ଼ଶୀ ରାଜ୍ୟ ଓ ଜିଲ୍ଲାରୁ ଉଦ୍ଧାର କରି ମାଲିକ ମାନଙ୍କୁ ପ୍ରଦାନ କରାଯାଇଛି । ବିଭିନ୍ନ ସମୟରେ ମୋବାଇଲ ଫୋନ ହଜିଯାଇଥିବା ନେଇ ପୋଲିସ ଷ୍ଟେସନ ମାନଙ୍କରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଜିଲ୍ଲା ପୋଲିସ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ୨୬ ଗୋଟି ସ୍ମାର୍ଟ ଫୋନ ଗୁଡିକୁ ଉଦ୍ଧାର କରିଛି । ଉଦ୍ଧାର ସ୍ମାର୍ଟ ଫୋନ ଗୁଡିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି । ଏହି ସ୍ମାର୍ଟ ଫୋନ ମାନଙ୍କରେ ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଓ ଜରୁରି ନଥିପତ୍ର ସମ୍ପର୍କରେ ତଥ୍ୟ ରହିଥିଛି ଯାହାକୁ ଫେରିପାଇ ବହୁତ ଖୁସି ବ୍ୟକ୍ତ କରିଛନ୍ତି ଫୋନ ମାଲିକ ।
Comments are closed.