Odisha news

ୟୁଥ ଫର ଆକ୍ସନ ର ବୋରିଗୁମ୍ମା ବ୍ଲକ କର୍ମକର୍ତ୍ତା ଙ୍କ ନାମ ଘୋଷଣା

ବୋରିଗୁମ୍ମା (କେ.ସାକିଲି ଦୋରା)—ବୋରିଗୁମ୍ମା ସ୍ଥିତ ଡାକବଙ୍ଗଳା ଠାରେ ୟୁଥ ଫର ଆକ୍ସନ ର ବୋରିଗୁମ୍ମା ବ୍ଳକ ନିମନ୍ତେ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି।ୟୁଥ ଫର ଆକ୍ସନ ବୋରିଗୁମ୍ମା ବ୍ଲକ ସଭାପତି ଏମ.ପ୍ରବୀଣ କୁମାର ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ୟୁଥ ଫର ଆକ୍ସନ ର କୋରାପୁଟ ଜିଲ୍ଲା ସଭାପତି ଏ.ଦୁର୍ଗା ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରସାଦ କହିଥିଲେ ଯେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ହେଉଛନ୍ତି ୟୁଥ ଫର ଆକ୍ସନ ର ରାଜ୍ୟ ମୁଖ୍ୟ। ଏହି ସଂଗଠନ ଲୋକଙ୍କୁ ସେବା ଯୋଗାଇବା ସହ ଦୁର୍ନୀତି କୁ ରୋକିବାରେ କାମ କରିବ ବୋଲି କହିଥିଲେ। ଆଜିର ବୈଠକରେ ବୋରିଗୁମ୍ମା ରେ ୟୁଥ ଫର ଆକ୍ସନ ର ୨୪ ଜଣିଆ ଟିମ କୁ ଘୋଷଣା କରିଥିଲେ।ଉପ ସଭାପତି ଭାବେ ହୃଷିକେଶ ଦଳାଇ(ସିତୁ),ବ୍ରହ୍ମା ଦାସ,ସାଧାରଣ ସମ୍ପାଦକ ବି.ବିନୟ କୁମାର, ସମ୍ପାଦକ ରାଜେଶ,ଚନ୍ଦନ ଗୌଡ଼, ସତ୍ୟ ନାରାୟଣ ଭଞ୍ଜ,ଗୋବିନ୍ଦ ହରିଜନ, ରାମକୃଷ୍ଣ ମହାପାତ୍ର,କୋଷାଧ୍ୟକ୍ଷ ଭାବେ  କମଲ ଅଡ଼ାରି,ସାମାଜିକ ଗଣମାଧ୍ୟମ ସଂଯୋଜକ ବିରେନ କୁମାର ରଥ, ରାମ ଭାଇ, ପ୍ରଦୀପ ହାଲବା, ପୂର୍ଣ୍ଣ ହରିଜନ, ମିଡିଆ ସଂଯୋଜକ ଭାବେ ସୁକାନ୍ତ କୁମାର ମାଝୀ ଙ୍କ ନାମ ଘୋଷଣା କରାଯାଇଛି।ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ନାରାୟଣ ସାହୁ, ୟୁଥ ଫର ଆକ୍ସନ ର ଜିଲ୍ଲା ଉପ ସଭାପତି ବି.ବିଷ୍ଣୁ ବର୍ଦ୍ଧନ ରେଡି, ରାମକୃଷ୍ଣ ସାହୁ, ଜିଲ୍ଲା ସମ୍ପାଦକ କୈବର୍ତ କେଶବ ସାମନ୍ତରାୟ, କେଦାର ବାପି ଦାସ,ଜିଲ୍ଲା ସାଧାରଣ ସମ୍ପାଦକ ରମେଶ କୁମାର ବିଶୋଇ, ଗୌର ଦାସ ପ୍ରମୁଖ ଉପସ୍ଥିତ ଥିଲେ।ରାମକୃଷ୍ଣ ସାହୁ ସଭା କୁ ପରିଚାଳନା କରିଥିଲେ।
Govt

Comments are closed.