Odisha news

ବାରସର ସମବାୟ ସମିତି ଆଗରେ ଚାଷୀଙ୍କ ଗଣଧାରଣା

ତିହିଡ଼ି,୨୪ା୦୯: ତିହିଡି ବ୍ଲକ ଅଧିନ ବାରସର ସେବା ସମବାୟ ସମିତି ଆଗରେ ଶୁକ୍ରବାର ଚାଷୀମାନେ ଗଣଧାରଣା ଦେଇଛନ୍ତି । ଚାଷୀମାନଙ୍କ କଷିି ବୀମା ନ ମିଳିବା ପ୍ରତିବାଦରେ ଏହି ଧାରଣା ଦିଆଯାଇଛି । ସେମାନେ ଦର୍ଶାଇଛନ୍ତି ଯେ, ଗତ ୨୦୧୯/୨୦ଖରିଫ ଋତୁରେ ବାରସର ସମବାୟ ସମିତିରୁ କୃଷି ଋଣ ନେଇ ଚାଷୀମାନେ ଧାନ ଚାଷ କରିଥିଲେ । ସରକାରୀ ନିୟମାନୁଯାୟୀ ଚାଷୀମାନେ ସମିତିରୁ କୃଷି ଋଣ ନେଇ ଋଣ ପୈଠ କରିିଥିଲେ । ମାତ୍ର ସମିତିର ସଂପାଦିକା ଏହି ରାଶି ବୀମା କମ୍ପାନୀକୁ ପ୍ରଦାନ କରିନାହାନ୍ତି । ଯାହାଫଳରେ ଚାଷୀମାନେ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି । ୨୦୧୯/୨୦ଆର୍ଥିକ ବର୍ଷରେ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବନ୍ୟା ହେବା ଯୋଗୁଁ ଧାନ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ବୀମା କମ୍ପାନୀ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ କରାଯାଇ ୮୫ରୁ ୮୬ ପ୍ରତିଶତ ଛାଡ କରାଯାଇଥିଲା । ମାତ୍ର ବୀମା ରାଶି ପୈଠ ହୋଇନଥିବା କାରଣରୁ ସେମାନେ କୃଷି ଋଣ ଛାଡରୁ ବଞ୍ଚିତ ହୋଇଥିବା ଦର୍ଶାଯାଇଛି । ଯେଉଁ କେତେଜଣ ଚାଷୀ କୃଷି ଋଣ ଛାଡ ପାଇଛନ୍ତି ତାହା ସେମାନଙ୍କ ଋଣ ତୁଳନାରେ କମ ଅଟେ । ଏହି ଅନିୟମିତତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର କୌଣସି ସୁଫଳ ନ ମିଳିବାରୁ ଚାଷୀମାନେ ଗୁରୁବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଦେଇଥଲେ । ଶୁକ୍ରବାର ପ୍ରାକ୍ତନ ସରପଞ୍ଚ ରାଜାରାମ ମହାକୁଡ ଓ ପ୍ରାକ୍ତନ ସମିତିସଭ୍ୟ ମାନସ ରଞ୍ଜନ ନାୟକଙ୍କ ନେତୃତ୍ୱରେ ପ୍ରତାପ ଦାସ, ସୁମନ୍ତ ବିଶ୍ୱାଳ, ସମ୍ବିତ ସାହୁ, ବୀରେନ୍ଦ୍ର ନାୟକ, ଖଗେଶ୍ୱର ଦାସ, ଚକ୍ରଧର ନାୟକ, ଲକ୍ଷ୍ମଣ ଦାସ, ଦୀନବନ୍ଧୁ ଦାସ, ଦିବାକର ପରିଡା, ଗୋଲେଖ ଦାସ, ଦୁର୍ଯ୍ୟୋଧନ ପ୍ରମୁଖ ଚାଷୀମାନେ ଗଣଧାରଣାରେ ସାମିଲ ଥିଲେ ।

Comments are closed.