Odisha news

ସ୍ଥାୟୀ ନିଯୁକ୍ତି ପାଇଁ ଓଡିଶାର ଆୟୁଷ ଡାକ୍ତରମାନଙ୍କ ଦାବି

ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ମିଶନ୍ (ଘଐଗ) ଅଧୀନରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତରଙ୍କର ଏକ ସଂଗଠନ, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ପରିଚାଳନା ତଥା ସମାଜର ଉନ୍ନତି ପାଇଁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଉଦେ୍ଦଶ୍ୟରେ ଅଲ୍ ଓଡିଶା ଆୟୁଷ ଡାକ୍ତର ସଂଘ(ଇଙଇଊଇ)ର ସଭାପତି ଡ. ଲୋଟସ୍ ମିଶ୍ର, ସାଧାରଣ ସମ୍ପାଦକ ଡ. ପ୍ରଭାସ ଚନ୍ଦ୍ର ସ୍ୱାଇଁ, ଉପ ସଭାପତି ଡ. ଜଜାତି କେଶରୀ ବେହେରା, ଡ. ଆୟୁସ୍କାନ୍ତ ମହାନ୍ତି ଏବଂ ଡ. ପ୍ରତିଭା ରାୟଙ୍କ ନେତୃତ୍ୱରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଓଡିଶାର ସିଏଚ୍ସି / ପିଏଚ୍ସି ଗୁଡିକରେ ଗତ ୧୪ବର୍ଷ ଧରି ଚୁକ୍ତିଭିତ୍ତିକ ଭାବରେ ମିଳିତ ହୋଇ କାର୍ଯ୍ୟ କରିଆସୁଥିବା ପ୍ରାୟ ୧୧୫୦ ଆୟୁଷ୍ ଡାକ୍ତର

ସେମାନଙ୍କର ନିୟମିତକରଣ ପ୍ରସଙ୍ଗ ଉପରେ ଅଭିଯୋଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଅଲ୍ ଓଡିଶା ଆୟୁଷ ଡାକ୍ତର ସଂଘ(ଇଙଇଊଇ)କୁ ନିୟମିତକରଣ ଉପରେ ଆଶ୍ୱାସନା ଦେଇସାରିଥିବା ବେଳେ, ଆସୋସିଏସନ୍ ତରଫରୁ ସରକାରଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ ଦେବାକୁ ସେମାନେ ଦାବି କରିଛନ୍ତି ।

ଏହି ଦାବି ଉପରେ ସଭାପତି ଡ. ଲୋଟସ୍ ମିଶ୍ର କହିଛନ୍ତି, “୧୪ବର୍ଷ ଧରି ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ମିଶନ୍ (ଘଐଗ) ଅଧୀନରେ ଚୁକ୍ତିଭିତ୍ତିକ ସେବା ପ୍ରଦାନ କରିବା ହେତୁ ଆୟୁଷ ଡାକ୍ତରମାନେ ବହୁତ ଯନ୍ତ୍ରଣା ଓ ନିରାଶରେ ଅଛନ୍ତି । ତେଣୁ ଆମେ ସମସ୍ତେ ନିଷ୍ପତି ନେଇଛୁ ଯେ ଯଦି ସେପ୍ଟେମ୍ବର ୩୦ ମଧ୍ୟରେ ଆମର କାର୍ଯ୍ୟକ୍ଷେତ୍ରରେ ନିୟମିତକରଣର ଦାବି ପୂରଣ ନହୁଏ, ତେବେ ଆମେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଅଣ ସହଯୋଗ ଆନେ୍ଦାଳନ କରିବୁ ।”

ଅଲ୍ ଓଡିଶା ଆୟୁଷ ଡାକ୍ତର ସଂଘ(ଇଙଇଊଇ) ଦ୍ୱାରା ପ୍ରଦତ୍ତ ପଏଣ୍ଟ ଗୁଡିକ ହେଉଛି-
୧. ଆୟୁଷ ଡାକ୍ତରମାନେ ୨୦୦୭ ଠାରୁ ଗ୍ରାମାଞ୍ଚଳର ସିଏଚ୍ସି / ପିଏଚ୍ସି ଗୁଡିକରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପରିଚାଳନା ପାଇଁ କଠିନ ପରିଶ୍ରମ କରିଆସୁଛନ୍ତି ।

୨. ଆମେ ଆମର କାର୍ଯ୍ୟ ଦାୟିତ୍ୱବୋଧତା ଅନୁଯାୟୀ ଚୁକ୍ତିଭିତ୍ତିକ ଭାବରେ ୧୪ ବର୍ଷରୁ ନିରବିଚ୍ଛିନ୍ନ ସେବା ପ୍ରଦାନ କରିଆସୁଛୁ ଏବଂ ସେଥିପାଇଁ ନିୟମିତକରଣ ପାଇଁ ପର୍ଯ୍ୟାପ୍ତ ଯଥାର୍ଥତା ମଧ୍ୟ ରହିଛି ।

୩. ୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ମିଶନ୍ (ଘଐଗ) ଅଧୀନରେ ସମସ୍ତ ପାରାମେଡିକ୍ସଙ୍କୁ ନିୟମିତକରଣ କରାଯାଇଥିଲା । ଆପଣଙ୍କ କାର୍ଯ୍ୟାଳୟ ୨୦୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରେ ଆମକୁ ନିୟମିତ କରାଯିବା ବୋଲି ଆଶ୍ୱସନା ଦେଇଥିଲେ, କିନ୍ତୁ ତାହା ପରବର୍ତୀ ସମୟରେ କାର୍ଯ୍ୟକରୀ ହୋଇନଥିଲା । ଆମେ ଓଡିଶା ଘଐଗ ଅଧୀନରେ ଥିବା ଏକମାତ୍ର କ୍ଲିନିକାଲ କର୍ମଚାରୀ ଅଟୁ ଯାହା ଏପର୍ଯ୍ୟନ୍ତ ମଧ୍ୟ ନିୟମିତ ହୋଇନାହିଁ । ଏହା ଆମ ଅନୁଷ୍ଠାନରେ ଆମର ସମ୍ମାନ ହରାଇବା ସହିତ ଆମର ନୈତିକ, ଶାରିରୀକ, ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଆମର ଡାକ୍ତରମାନଙ୍କୁ ମଧ୍ୟ ହତାଶ କରିଥାଏ ।

୪. ଅନୁଷ୍ଠାନରେ ପ୍ରାୟ ୪୦-୫୦ ବର୍ଷରୁ ଉର୍ଦ୍ଧ ଡାକ୍ତରମାନେ ଅଛନ୍ତି, ଯେଉଁମାନେ କି ସେମାନଙ୍କର ସାରା ଜୀବନ ଚୁକ୍ତିଭିତ୍ତିକ ଭାବରେ ତଥା ୨୦୦୭ରୁ ୨୦୨୧ ମଧ୍ୟରେ ମାତ୍ର ୮୦୦୦ରୁ ୨୯,୦୦୦ ଦରମାରେ ସେବା ପ୍ରଦାନ କରୁଥିବାବେଳେ, ଚୁକ୍ତିଭିତ୍ତିକ ଭାବରେ କାର୍ଯ୍ୟକରୁଥିବା ଏମ୍ବିବିଏସ୍ ଡାକ୍ତରମାନେ, ଆୟୁଷ ଡାକ୍ତରମାନେ କରୁଥିବା ସମାନ କାର୍ଯ୍ୟପାଇଁ ୨୦୦୭ରେ ୧୨,୦୦୦ ଏବଂ ପରବର୍ତୀ ସମୟରେ ୭୦,୦୦୦ରୁ ଅଧିକ ଦରମା ପାଉଛନ୍ତି ।
ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ମିଶନ୍ ଅଧିନରେ ଓଡିଶାର ସିଏଚ୍ସି / ପିଏଚ୍ସିରେ ଗତ ୧୪ବର୍ଷ ଧରି ଆୟୁଷ ଡାକ୍ତରମାନେ ଚୁକ୍ତିଭିତ୍ତିକ ଭାବରେ ଓଡିଶାର ଗ୍ରାମାଞ୍ଚଳ, ପାହାଡ, ନକ୍ସଲ ପ୍ରଭାବିତ ଅଞ୍ଚଳର କାର୍ଯ୍ୟ କରିଆସୁଛନ୍ତି । ମହାମରୀ କୋଭିଡ୍-୧୯ର ପ୍ରଥମ ତରଙ୍ଗରେ ସିଏଚ୍ସି / ପିଏଚ୍ସି ଅର୍ନ୍ତଗତ ସମସ୍ତ ଆୟୁଷ ଡାକ୍ତରମାନେ କୋଭିଡ୍ ସମ୍ମୁଖ ଯୋଦ୍ଧା ଭାବରେ କାର୍ଯ୍ୟକରିବା ସହିତ ସ୍କ୍ରିନିଂ, କଣ୍ଟାକ୍ଟ ଟ୍ରସେିଂ, ସର୍ଭେ କରିବା, ଫଲୋଅପ୍ ନେବା, ଟିଏମ୍ସି ପରଦର୍ଶନ କରିବା, କୋଭିଡ୍ କେୟାର ସେଣ୍ଟର ଏବଂ କୋଭିଡ୍ କେୟାର ଘର ମାନଙ୍କରେ ସହଯୋଗ କରିବାରେ ଜଡିତ ଅଛନ୍ତି ।

ମହାମାରୀର ଦ୍ୱିତୀୟ ତରଙ୍ଗରେ ମଧ୍ୟ ସେମାନେ ପୂର୍ବପରି ନିରନ୍ତର କୋଭିଡ୍ ପରିଚାଳନାରେ ନିୟୋଜିତ ହୋଇଛନ୍ତି । ଦି୍ୱତୀୟ ତରଙ୍ଗ ଶେଷ ହେବାରେ ସେମାନଙ୍କର ଅନେକ ଅବଦାନ ରହିଛି ଏବଂ ଯଦି ସମ୍ଭବ ହୁଏ ତେବେ ତୃତୀୟ ତରଙ୍ଗକୁ ମୁକାବିଲା କରିବାକୁ ସେମାନେ ଶାରୀରିକ ଓ ମାନସିକ ଭାବରେ ପ୍ରସ୍ତୁତ ଅଛନ୍ତି ।
ପ୍ରାକୃତିକ ବିପର୍ଯ୍ୟୟରେ ଆୟୁଷ ଡାକ୍ତରମାନେ ସ୍ୱାସ୍ଥ୍ୟ ପରିଚାଳନା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ଆୟୁଷ ଡାକ୍ତରମାନେ ଆୟୁଷ ଓପିଡି, ଏଲୋପାଥିକ୍ ଓପିଡି/ଆଇପିଡି କାର୍ଯ୍ୟ, ଜରୁରୀକାଳୀନ ଡ୍ୟୁଟି, ଲେବର ରୁମ୍ ଡ୍ୟୁଟି, ଏଏଫ୍ଏଚ୍ସି ଡ୍ୟୁଟି(ସାରଦା କ୍ଲିନିଙ୍ଗ୍), ଆର୍ଏସ୍କେ/ଜେଏଏସ୍ ସମ୍ବନ୍ଧୀୟ କାର୍ଯ୍ୟ, ମୋ-ପୋର୍ଟାଲ୍, ଏନ୍ସିଡି କାର୍ଯ୍ୟ, ଇ-ସଞୀବନୀ କାର୍ଯ୍ୟ, ରିପୋଟିଙ୍ଗ୍, ଏଚ୍ଡବ୍ଲୁସି ଅଧୀନରେ ଚାଲୁଥିବା କାର୍ଯ୍ୟର ତଦାରଖ, ସମସ୍ତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯଥା- ଭିଏଚ୍ଏନ୍ଡି, ୟୁଆଇପି, କୟାକଳ୍ପ, ସୁମନ୍ ଏବଂ ଏନ୍କ୍ୟୁଏସ୍ ଅଧୀନରେ ଚାଲୁଥିବା କାର୍ଯ୍ୟ, ଏମ୍ଡିଆର୍/ ସିଡିଆର୍, ଶବ ବ୍ୟବଚ୍ଛେଦ ଏବଂ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ କାର୍ଯ୍ୟ କରିଥାନ୍ତି ।

Govt

Comments are closed.