୧୩ ଦଶ ବ୍ରିକ୍ସ୍ ସମ୍ମିଳନୀ : ରୁଷ ରାଷ୍ଟ୍ରପତି ପୁତିନ କହିଲେ ଆଫଗାନିସ୍ତାନ ସଙ୍କଟ ପାଇଁ ଆମେରିକାର ସୈନ୍ୟ ପ୍ରତ୍ୟାହାର ଦାୟୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ସନ୍ଧ୍ୟାରେ ତ୍ରୟୋଦଶ ବ୍ରିକ୍ସ୍ ସମ୍ମିଳନୀ କୁ ସମ୍ବଧିତ କରିଥିଲେ l ଏହି ସମ୍ମିଳନୀ ରେ ସମସ୍ତ ବ୍ରିକ୍ସ୍ ଦେଶର ରାଷ୍ଟ୍ର ଅଧକ୍ଷ ଭରଚୁଆଲ ମିଟିଂ ଜରିଆରେ ଯୋଡି ହୋଇ ଥିଲେ l ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ସଂସାଧନ ବ୍ୟବହାର କୁ ନେଇ ଜୋର ଦେଇଥିଲେ ଓ ଆତଙ୍କବାଦ ବିରୁଦ୍ଧରେ ମିଳିମିଶି ଯୁଦ୍ଧ କରିବାକୁ କହିଥିଲେ l ଏହି ସମ୍ମିଳନୀ ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆଫଗାନିସ୍ତାନ ସଙ୍କଟ ପାଇଁ ଆମେରିକା ସେନା ପ୍ରତ୍ୟାବର୍ତ୍ତନ କରିବାକୁ ନେଇ ଦାୟୀ କରିଛନ୍ତି l ସେ କହିଛନ୍ତି ଆମେରିକା ଓ ତାର ସହଯୋଗୀ ମାନେ ଆଫଗାନିସ୍ତାନ ରୁ ଯିବା କାରଣରୁ ନୂଆ ସଙ୍କଟ ଦେଖା ଦେଇଥିଲା l ଏବେ ମଧ୍ୟ ସ୍ଥିର ହୋଇନାହିଁ ଯେ ଏହାଦ୍ୱାରା ରିଜିଓନାଲ ଓ ଗ୍ଲୋବାଲ ସିକ୍ୟୁରିଟି ଉପରେ କି ପ୍ରଭାବ ପଡିବ l ଏହା ଭଲ କଥା ଯେ ବ୍ରିକ୍ସ୍ ଦେଶ ଗୁଡିକ ଏହା ଉପରେ ଧ୍ୟାନ ଦେଇଛନ୍ତି l
ମୋଦି କହିଛନ୍ତି – ଭାରତର ଅଧକ୍ଷତା ସମୟରେ ସମସ୍ତ ବ୍ରିକ୍ସ୍ ଦେଶ ନିକଟରୁ ଆମକୁ ଭରପୁର ସହଯୋଗ ମିଳିଛି l ସେଥିପାଇଁ ଭାରତ ସମସ୍ତଙ୍କ ନିକଟରେ କୃତଜ୍ଞନ୍ତା ଲାଭ କରୁଛି l ଆଜି ଆମେ ବିଶ୍ୱର ପ୍ରଭାବ କାରି ସ୍ୱର ହୋଇ ପାରିଛୁ l ବିକାଶଶୀଳ ଦେଶ ଗୁଡିକର ପ୍ରାଥମିକତା ଉପରେ ଧ୍ୟାନ ଦେବା ପାଇଁ ଏହି ମଞ୍ଚ ଉପଯୋଗୀ ଅଟେ l ବର୍ତମାନ ସାରା ବିଶ୍ୱରେ ଆତଙ୍କବାଦ ମୁଖ୍ୟ ଅସୁବିଧା , ତେଣୁ ସମସ୍ତଙ୍କୁ ଆତଙ୍କବାଦ ବିରୁଦ୍ଧରେ ସ୍ୱର ଉଠାଇବାକୁ ପଡିବ l ଭାରତର ପ୍ରଧାନମନ୍ତ୍ରୀ କହିଥିଲେ ଆସନ୍ତା ୧୫ ବର୍ଷ ବ୍ରିକ୍ସ୍ ପାଇଁ ମହତ୍ଵପୂର୍ଣ୍ଣ ଅଟେ l ପ୍ରଧାନମନ୍ତ୍ରୀ ମୋଦି ଦ୍ଵିତୀୟ ଥର ପାଇଁ ବ୍ରିକ୍ସ୍ ରେ ଅଧକ୍ଷତା କରିଛନ୍ତି l
ଚୀନ ରାଷ୍ଟ୍ରପତି ଜିଙ୍ଗପିଙ୍ଗ କହିଛନ୍ତି ଗତ ୧୫ ବର୍ଷ ହେଲାଣି ଆମେ ରାଜନୈତିକ ବିଶ୍ୱାସ ବଢାଇଛୁ ଓ କୂଟନୈତିକ କଥାବାର୍ତା ମଧ୍ୟ ବୃଦ୍ଧି ପାଇଛି l ଜିଙ୍ଗପିଙ୍ଗ କହିଥିଲେ ଆମେ ସମସ୍ତେ ଉନ୍ନତି ପାଇଁ ସୌହାର୍ଦ୍ୟପୁର୍ନ ସମ୍ପର୍କ ରଖିବା ଆବଶ୍ୟକ ଓ ବ୍ରିକ୍ସ୍ ର ଭବିଷ୍ୟତ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ l
ବ୍ରିକ୍ସ୍ ଗ୍ରୁପ ରେ ବ୍ରାଜିଲ , ରୁଷ , ଭାରତ , ଚାଇନା , ସାଉଥ ଆଫ୍ରିକା ଏହି ଦେଶ ଗୁଡିକ ୨୦୧୧ ରେ ତିଆରି ହୋଇଥିଲା l ଏହାକୁ ପ୍ରସ୍ତୁତ କରିବାର ମୁଖ୍ୟ ଉଦେଶ୍ୟ ହେଲା ଦେଶ ଗୁଡିକର ରାଜନୈତିକ ଓ ଆର୍ଥିକ ସ୍ତିତି କୁ ପରଖିବା l ଭାରତ ଚଳିତ ବର୍ଷ ସମ୍ମିଳନୀ ର ଆୟୋଜକ ଥିଲା l
Comments are closed.