ମିଡିଲ-ଇଷ୍ଟ ଯୁଦ୍ଧରେ ରୁଷ କଲା ଏଣ୍ଟ୍ରି, ଶେଷରେ ବନ୍ଧୁର ସହଯୋଗ ପାଇଁ ଆଗକୁ ଆସିଲା ରୁଷ, ଇରାନ କୁ ଦେଲା ଆମେରିକାର ଗୋପନୀୟ ତଥ୍ୟ, ଯାହା ଇରାନ କୁ କରିବ ସାହାଯ୍ୟ l
ଇରାନ-ଆମେରିକା ଯୁଦ୍ଧ ଠାରୁ ଦୂରତା ରଖିଥିବା ରୁଷ ଶେଷରେ ବନ୍ଧୁକୁ ସହଯୋଗ କରିବା ପାଇଁ ଆଗକୁ ଆସିଛି, ବର୍ତମାନ ସେ ଇରାନ କୁ ଆମେରିକାର ଏଭଳି ତଥ୍ୟ ଦେଇଛି ରୁଷ ଯାହାକି ତେହେରାନ କୁ ଆମେରିକା ସେନା ଉପରେ ଆକ୍ରମଣ କରିବାରେ ସହଯୋଗ କରିବ l ରୁଷ ର ଏହି ପଦକ୍ଷେପ ବିଷୟରେ ଆମେରିକା ଜାଣି ସାରିଛି l
ନିୟୁଜ ଏଜେନ୍ସି ଏପି ର ମିଳିଥିବା ଖବର ଅନୁସାରେ, ରୁଷ ଇରାନ କୁ ଏଭଳି ଗୋପନୀୟ ତଥ୍ୟ ଦେଇଛି ଯାହାଦ୍ୱାରା ଇରାନ ଆମେରିକା ସେନା ଉପରେ ଆକ୍ରମଣ କରିବା ପାଇଁ ସାହାଯ୍ୟ କରିପାରେ, ଦୁଇ ଅଧିକାରୀଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ରୁଷ ଇରାନ କୁ ଆମେରିକୀୟ ଯୁଦ୍ଧ ପୋତ , ବିମାନ ଓ ଅନ୍ୟ ସମ୍ପତି ଉପରେ ଆକ୍ରମଣ କରିବାରେ ସାହାଯ୍ୟ କରିପାରେ l
ଏହା ପ୍ରଥମ ସଂକେତ ଯେ ମସ୍କୋ ଏହି ଯୁଦ୍ଧରେ ପରୋକ୍ଷ ରେ ସାମିଲ ହେବା ପାଇଁ ଚେଷ୍ଟା କରୁଛି, ଯାହାକୁ ଆମେରିକା ଓ ଇସ୍ରାଏଲ ଗୋଟିଏ ସପ୍ତାହ ପୂର୍ବରୁ ଆରମ୍ଭ କରିଥିଲେ l ରୁଷ ମଧ୍ୟ ୪ବର୍ଷ ଧରି ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧରେ ବ୍ୟବହାର ହୋଇଥିବା ମିସାଇଲ ଓ ଡ୍ରୋନ ର ଆବଶ୍ୟକତା ପାଇଁ ଇରାନ ସହିତ ସମ୍ବନ୍ଧ ମଜବୁତ କରି ରଖିଛି , ଅନ୍ୟପକ୍ଷରେ ତେହେରାନ ନିଜର ପରମାଣୁ କାର୍ଯ୍ୟକ୍ରମ ହିଜବୂଲା , ହମାସ ଓ ହୂତି ଭଳି ପ୍ରକ୍ସି ଗୋଷ୍ଠୀ ଙ୍କର ସମର୍ଥନ ର କାରଣ ରୁ ବର୍ଶବର୍ଷରୁ ଅଲଗା ହୋଇ ପଡିଛି, ଅନ୍ୟପକ୍ଷରେ ରୁଷ ର ସମର୍ଥନ ତା ପାଇଁ ଗୋଟିଏ ସଂଜୀବନୀ ବୁଟୀ ଭଳି ହୋଇଛି l
ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁତିନ ଶୁକ୍ରବାର ଦିନ ଇରାନ ରାଷ୍ଟ୍ରପତି ମସୂଦ ପେଯେସକିୟନ ଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଥିଲେ, ଏବଂ ଦେଶର ସୁପ୍ରିମ ଲିଡର ଖାମୋନେଇ ଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଥିଲେ l ପୁତିନ କହିଛନ୍ତି ଯୁଦ୍ଧ କୌଣସି ସ୍ଥିତିର ସମାଧାନ ର ରାସ୍ତା ନୁହେଁ, ତେଣୁ ଡିପ୍ଲୋମାଟିକ ଉପାୟରେ ସମାଧାନ ଖୋଜିବା ଜରୁରୀ l ;
ରୁଷ ଇରାନ କୁ ଆମେରିକାର ମିଲିଟାରୀ ଆସେସଟ୍ସ କୁ ନେଇ ଦେଇଥିବା ତଥ୍ୟ କୁ ନେଇ ଆମେରିକା ନିଜ ବୟାନ ରଖିଛି, ଆମେରିକା କହିଛି ଯେ ଇରାନ କୁ ସମ୍ପୂର୍ଣ ଧ୍ବଂସ କରାଯିବ, ଏବଂ ଏହି ଯୁଦ୍ଧ ଜାରି ରହିବ l ଇରାନ ର ସୈନ୍ୟ ଶକ୍ତିକୁ ଆମେରିକା ଓ ଇସ୍ରାଏଲ ସମ୍ପୂର୍ଣ ଭାବରେ ବିନାଶ କରିବାରେ ଲାଗିଛନ୍ତି, କିନ୍ତୁ ପ୍ରଶ୍ନ ଉଠୁଛି ଯେ ଟ୍ରମ୍ପ ଙ୍କ ଧମକ ଆଗରେ ଇରାନ ନଇଁ ଯିବ ନା ଆଗକୁ ଯୁଦ୍ଧ କରିବ ?
କିନ୍ତୁ ଇରାନ ର ଆକ୍ରୋଶ ଭାବ ଦେଖି ସେଭଳି କିଛି ଲାଗୁନାହିଁ , ଇରାନ ଲଗାତାର ଇସ୍ରାଏଲ ଓ ମିଡିଲ ଇଷ୍ଟ ଦେଶ ରେ ଆମେରିକୀୟ ସୈନ୍ୟ ଆଡା ଉପରେ ଆକ୍ରମଣ ଜାରି ରଖିଛି, ଇରାନ ବର୍ତମାନ ସୁଧା ଇସ୍ରାଏଲ ସମେତ ୧୨ ଟି ଦେଶ ଉପରେ ଆକ୍ରମଣ ଜାରି ରଖିଛି, ଏହି ଦେଶ ମାନଙ୍କ ମଧ୍ୟରେ UAE , କତର , ବାହାରିନ, ଜୋର୍ଡାନ, ଇରାକ, କୁଏତ , ଓମାନ, ସାଉଦି ଆରବ, ସାଇପ୍ରସ,ସିରିଆ ଓ ଅଯର ବେଈଜନ ସାମିଲ ରହିଛି l