Odisha news

ଭାରତ ଋଷ ନିକଟରୁ ତେଲ କିଣିବାକୁ ନେଇ ୟୁକ୍ରେନ ଉପରେ ଲଗାଇଲା ଆରୋପ

0
ନୂଆଦିଲ୍ଲୀ : ଋଷ ନିକଟରୁ ତେଲ କିଣିବାକୁ ନେଇ ୟୁକ୍ରେନ ଭାରତ ଉପରେ ଆରୋପ ଲଗାଇଛି l ୟୁକ୍ରେନ କହିଛି ଯେ ଋଷ ନିକଟରୁ ଭାରତ ତେଲ କିଣିନାହିଁ ବରଂ ୟୁକ୍ରେନ ର ରକ୍ତ କିଣୁଛି l ଚଳିତ ବର୍ଷ ଫେବୃଆରୀ ମାସରେ ୨୪ ତାରିଖରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା l ଏହାପରେ ଆମେରିକା ଓ ୟୁରୋପୀୟ ଦେଶ ଗୁଡିକ ମିଳିତ ଭାବରେ ଋଷ ଉପରେ କଡା ପ୍ରତିବନ୍ଧକ ଲଗାଇଥିଲେ l କିନ୍ତୁ ଭାରତ ପଶ୍ଚିମ ଦେଶ ଗୁଡିକର ଆଲୋଚନା ସତ୍ୱେ ମଧ୍ୟ ତେଲ କିଣିବା ଜାରି ରଖିଥିଲା l ଭାରତ ଋଷ – ୟୁକ୍ରେନ ଯୁଦ୍ଧ ପରେ ତେଲ ଆମଦାନୀ ବଢ଼ାଇ ଦେଇଥିଲା ଓ ବ୍ୟବସାୟ ଜାରି ରଖିଥଲା l
ଏହି ମାମଲାରେ ୟୁକ୍ରେନ ବିଦେଶ ମନ୍ତ୍ରୀ ବୁଧବାର ଦିନ କହିଛନ୍ତି ଯେ ୟୁକ୍ରେନ କୁ ଭାରତ ନିକଟରୁ ଅଧିକ ବ୍ୟବହାରିକ ସମର୍ଥନ ର ଆଶା ରହିଛି l ଗୋଟିଏ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧନ କରି ୟୁକ୍ରେନ ବିଦେଶ ମନ୍ତ୍ରୀ କହିଥିଲେ ଯେ ୟୁକ୍ରେନ ଭାରତ ର ଗୋଟିଏ ବିଶ୍ୱସନୀୟ ଭାଗିଦାର ଅଟେ l କିନ୍ତୁ ଋଷ ନିକଟରୁ ତେଲ କିଣି ଭାରତ ଅସଲ ଭାବରେ ୟୁକ୍ରେନ ର ରକ୍ତ କିଣୁଛି l ଭାରତକୁ ନେଇ ୟୁକ୍ରେନ ର ଏହି ଟିପ୍ପଣୀ ଏଭଳି ସମୟରେ ଆସିଛି ଯେତେବେଳେ ଭାରତର ବିଦେଶମନ୍ତ୍ରୀ ଏସ ଜୟଶଙ୍କର ନିକଟରେ କହିଥିଲେ କି ତେଲ ଓ ଗ୍ୟାସ ର ଅନୁଚିତ ଭାବରେ ଅଧିକ ଦର ବୃଦ୍ଧି ମଧରେ ସରକାର ଙ୍କ ନିଜ ଜନସାଧାରଣଙ୍କ ପ୍ରତି କିଛି ନୈତିକ ଦାୟିତ୍ୱ ରହିଛି l
ୟୁକ୍ରେନ ବିଦେଶ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବଳେ ଭାରତ ଡିସ୍କାଉଁଟ୍ ରେ ତେଲ କିଣିଛି ସେତେବେଳେ ଜାଣି ରଖିବା ଆବଶ୍ୟକ ଏହି ଡିସ୍କାଉଁଟ୍ ର ଭରଣପୋଷଣ
ୟୁକ୍ରେନ ର ରକ୍ତରେ ହେଉଛି । ଭାରତ କିଣି ନେଉଥିବା ପ୍ରତ୍ୟେକ ତେଲ ବ୍ୟାରେଲ ରେ ୟୁକ୍ରେନ ର ରକ୍ତ ମିଶିଛି । ୟୁକ୍ରେନ କୁ ଭାରତ ନିକଟରୁ ଆହୁରି ଅଧିକ ବ୍ୟବହାରିକ ସମର୍ଥନର ଆବଶ୍ୟକତା ରହିଛି ।
Leave A Reply