ନୂଆଦିଲ୍ଲୀ : ରୁଷ ୟୁକ୍ରେନ ଯୁଦ୍ଧକୁ ଆଜି ୬୭ ଦିନ ହୋଇ ଯାଇଛି l କିନ୍ତୁ ନା ଆଜି ପର୍ଯ୍ୟନ୍ତ ଯୁଦ୍ଧ ଜିତି ପାରିଛି ନା ୟୁକ୍ରେନ ସମ୍ପୂର୍ଣ ଭାବରେ ହାର ମାନିଚି l ତେଣୁ ରୁଷର ଆଗକୁ ପ୍ରସ୍ତୁତି ରହିଛି, ପଶ୍ଚିମ ଦେଶର ସୀମାକୁ ଲାଗିଥିବା ମୋଲଦବା ରେ ମିଲେଟରି ବେଶ ତିଆରି ଚାଲିଛି l ୟୁକ୍ରେନ ଆରୋପ ଲାଗିଛି ଯେ ରୁଷ ବର୍ତମାନ ମୋଲଦବା ରୁ କିବ ଉପରେ କବ୍ଜା କରିବାକୁ ଚାହୁଁଛି l ସେଠାରେ ରୂସ ର ୨ ହଜାର ସୈନ୍ୟ ମୁତୟନ ହୋଇଛନ୍ତି ଓ ଇସାରା ମିଳିବ ମାତ୍ରକେ ୟୁକ୍ରେନ ଉପରେ ଆକ୍ରମଣ କରିଦେବେ l ୬୭ ଦିନ ପରେ ମଧ୍ୟ ଏହି ଯୁଦ୍ଧର କୌଣସି ଫଳାଫଳ ଦେଖିବାକୁ ମିଳୁ ନାହିଁ l
ୟୁକ୍ରେନ ପଶ୍ଚିମ ଦିଶଙ୍କ ସହାୟତା ରେ ହାରି ବାକୁ ପ୍ରସ୍ତୁତ ନୁହେଁ , ରୂସ ମଧ୍ୟ ବିଜୟ ଲାଭ କରିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛି l ଏହି ୬୭ ଦିନର ଯୁଦ୍ଧରେ ରୁଷ ୟୁକ୍ରେନ ରୁ ସମ୍ପୂର୍ଣ ଧ୍ବଂସ କରି ସାରିଛି ଓ ପୂର୍ବ ଏବଂ ଉତ୍ତର ଭାଗରେ କବ୍ଜା କରି ସାରିଛି l ବର୍ତମାନ ରୁଷ ମୋଲଦବା ରେ ନିଜର ସୈନ୍ୟ ମୁତୟନ କରିଛି, କାହିଁକି ନା ୬୭ ଦିନ ପରେ ରାଜଧାନୀ କିବ ଉପରେ କବ୍ଜା କରି ପାରିନାହିଁ l ରୁଷର ଆଗକୁ ଟାର୍ଗେଟ ହେଉଛି ମୋଲଦବା, କାରଣ ଟ୍ରାନ୍ସ ଲିଃଷ୍ଟ୍ରିଆ ର ସେହି ଅଂଚଳ ଯେଉଁଠି ରୁଷ କୁ ଗୁରୁତ୍ୱ ଦିଆଯାଏ l କାହିଁକି ନା ଏହିଅଞ୍ଚଳ ରୁଷ ର ଋଣଭାର ରେ ଦବି ରହିଛି l ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି ଯେ ରୁଷ ମୋଲଦବା ଆଢୁଆଳ ରେ ୟୁକ୍ରେନ ଉପରେ ଚାପ ପକାଇବାକୁ ଚାହୁଁଛି l କିନ୍ତୁ ହାର ମାନୁନାହିଁ l ସେ ପୁନର୍ବାର ରୁଷ ଦାଖଲ କରିଥିବା ଅଂଚଳ ଗୁଡିକୁ ଅଧିକାର କରିବାକୁ ଚାହୁଁଛି l ଉଭୟ ଦେଶର ଜିଦି କୁ ଦେଖି ଲାଗୁ ନାହିଁ ଯେ ଏହି ଯୁଦ୍ଧ ଏବେ ସରିବ l