ଶ୍ରାବଣ ମାସ ରେ ସୋମବାର ର ଯେତିକି ମହତ୍ତ୍ଵ ରହିଛି ହନୁମାନ ପୂଜା ଓ ଶନିବାରର ମଧ୍ୟ ସେତିକି ମହତ୍ତ୍ଵ ରହିଛି । ସ୍କନ୍ଦ ପୁରାଣରେ କୁହାଯାଇଛି ଶ୍ରାବଣ ଶନିବାର ରେ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ କଷ୍ଟ ଓ ସଙ୍କଟ ଦୁର ହୋଇଥାଏ । ତା ସହିତ ଶନିବାର ଦିନ ରୁଦ୍ର ମନ୍ତ୍ରରେ ହନୁମାନଙ୍କୁ ଅଭିଷେକ କରି ପୂଜା କରିବା ଆବଶ୍ୟକ ।
* ଶ୍ରାବଣ ମାସ ଶନିବାର ଦିନ ଯଦି ହନୁମାନଙ୍କୁ ଧ୍ୟାନ କରି ପୂଜାର୍ଚ୍ଚନା କରିବେ ତେବେ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ ।
* ହନୁମାନଙ୍କ ଆଶୀର୍ବାଦରେ କାର୍ଯ୍ୟରେ ଆସୁଥିବା ସମସ୍ତ ବିଘ୍ନ ଦୁର ହୋଇଥାଏ ।
* ମହାବିରଙ୍କ ଆଶୀର୍ବାଦରେ ଆର୍ଥିକ ଅନଟନ ଦୁର ହୁଏ ଓ ଶତ୍ରୁ କ୍ଷୟ ହୋଇଥାଏ । ତେଣୁ ଶ୍ରାବଣ ଶନିବାର ଦିନ ହନୁମାନଙ୍କୁ ବିଶେଷ ପୂଜା କରିବା ଆବଶ୍ୟକ ।
* ଯଦି ଦାମ୍ପତ୍ୟ ଜୀବନରେ ସୁଖ ଓ ସମୃଦ୍ଧି ଚାହୁଁଛନ୍ତି ତେବେ ଶନିବାର ଦିନ ହନୁମାନଙ୍କ ନିକଟରେ ରୁଦ୍ର ମନ୍ତ୍ର ପାଠ କରନ୍ତୁ।
ପୂଜା ବିଧି :
ମନ୍ଦାର ଫୁଲ ହନୁମାନଙ୍କର ଖୁବ୍ ପ୍ରିୟ ଅଟେ । କେବଳ ଶ୍ରାବଣ ଶନିବାର ଦିନ ହିଁ ଆପଣ ମହାବୀର ଙ୍କୁ ଏକା ସାଙ୍ଗରେ ବେଲ ଓ ତୁଳସୀ ପତ୍ର ଅର୍ପଣ କରି ପାରିବେ । ତେଣୁ ଏହିଦିନ ଆପଣ ମନ୍ଦିର ଯାଇ ହନୁମାନଙ୍କ ନିକଟରେ ରୁଦ୍ର ମନ୍ତ୍ର ପାଠ କରିବା ଦ୍ୱାରା ମନ୍ଦାର ଫୁଲ, ତୁଳସୀ ଓ ବେଲ ପତ୍ର ଅର୍ପଣ କରନ୍ତୁ ।
ରାଶି ତେଲ ରେ ସିନ୍ଦୂର ମିଶାଇ ହନୁମାନଙ୍କୁ ଅର୍ପଣ କରନ୍ତୁ । ରାଶି ତେଲରେ ସିନ୍ଦୂର ମିଶାଇ ଅର୍ପଣ କଲେ ଆପଣଙ୍କ ଗ୍ରହ ରିଷ୍ଟ ଖଣ୍ଡନ ହୋଇଥାଏ ।
ଶନିବାର ଦିନ ହନୁମାନଙ୍କ ନିକଟରେ ଗୋଟିକିଆ ଫଳ ଅର୍ପଣ କରାନ୍ତୁ । ଏହିଦିନ ଗାଈକୁ କଦଳୀ , ଦୁବଘାସ ଓ ଅରୁଆ ଚାଉଳ ଖାଇବାକୁ ଦେଲେ ଜୀବନରେ ଆସୁଥିବା ବିପଦ ଦୂରେଇ ଯାଇଥାଏ ।
Comments are closed.