ବ୍ରହ୍ମପୁର : ରୋଟାରୀ ଜିଲ୍ଲା 3262 ର ଗଭର୍ଣ୍ଣର ରୋଟାରୀଆନ୍ ପ୍ରଭୂଦତ୍ତ ସୁବୁଦ୍ଧି ଅଫିସିଆଲ୍ ଭିଜିଟରେ ଆସି ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ୍ ର 2022-23 ର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରି ପ୍ରଶଂସା କରିଥିଲେ। କ୍ଳବକୁ ଆହୁରୀ ଅଧିକ ଭାଇବ୍ରାଣ୍ଟ କ୍ଳବରେ ପରିଣତ କରିବା ପାଇଁ କିଛି ପରାମର୍ଶ ଦେଇଥିଲେ ।କ୍ଳବର ସଭାପତି ସୁମିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ବିଶ୍ବ ଶାନ୍ତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା ଓ ଚାରି ପଥିଆ ସଂକଳ୍ପ ପାଠ କରାଯାଇଥିଲା ।କ୍ଳବର ପ୍ରତିଷ୍ଠାତା ସଭାପତି ଭଗବାନ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ।କ୍ଳବର ବାର୍ଷିକ ବିବରଣୀ ସଂପାଦକ ଜଗଜୀବନ ପାତ୍ର ଉପସ୍ଥାପନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସହକାରୀ ପ୍ରାନ୍ତପାଳ ଟି. ପାର୍ଥସାରଥି ଯୋଗ ଦେଇଥିଲେ ।ସଭାପତି ସୁମିତ୍ ପଟ୍ଟନାୟକ କ୍ଳବରେ କାର୍ଯ୍ଯାବଳୀ ର ବିବରଣୀ ପ୍ରଦାନ କରିଥିଲେ ।ରୋଟାରୀ କ୍ଳବ ଅଫ୍ ସିଲ୍କସିଟି ର ପୂର୍ବତନ ସଭାପତି ପ୍ରାଧ୍ୟାପକ ଡଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ ଇତି ମଧ୍ୟରେ ଉଚ୍ଚ ଶିକ୍ଷାର ଦକ୍ଷିଣାଞ୍ଚଳ ନିର୍ଦ୍ଦେଶାଳୟରେ ଉପ ନିର୍ଦ୍ଦେଶକ ରୂପେ ପଦୋନ୍ନତି ପାଇ ବ୍ରହ୍ମପୁର ଠାରେ ଯୋଗଦେଇଥିବା ଯୋଗୁଁ ପୂର୍ବତନ ସଭାପତି ଭଗବାନ ପାଢୀ କ୍ଲବ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ପୂର୍ବରୁ କ୍ଳବ ଆନୁକୂଲ୍ୟରେ ଆୟୋଜିତ ବେଡମିଣ୍ଟନ୍ ପ୍ରତିଯୋଗିତାର ଦୁଇ ବିଜୟୀ ଖେଳାଳି ରୋଟାରୀଆନ୍ ମିତେନ୍ ଭୂୟାଁ ଓ ସତ୍ୟନାରାୟଣ ସାହୁଙ୍କୁ ଡିଜି ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ପୂର୍ବତନ ସଭାପତି ଗୌରୀ ଶଙ୍କର ପଣ୍ଡା ଟ୍ରଫି ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ରୋଟାରୀର ଆତ୍ମ ନିର୍ଭରଶୀଳ କାର୍ଯ୍ଯକ୍ରମରେ ଦୁଇ ଜଣ ମହିଳା ମିନତୀ ଜେନା (ଧନ୍ବନ୍ତର) ଓ ସଂଗୀତା ସାହୁ (ବ୍ରହ୍ମପୁର)ଙ୍କୁ ଜିଲ୍ଳା ତରଫରୁ ଦୁଇଟି ସିଲାଇ ମେସିନ୍ ପ୍ରଦାନ କରାଯାଇଥିଲା ।ଆଗାମୀ ସଭାପତି (ନାରସୁ ଜେନା, (2023-24) ଓ ଜୟନ୍ତ କିଶୋର ପାତ୍ର (2024-25)ଙ୍କୁ ଏଇ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।ପୂର୍ବତନ ସଭାପତି କୁଶ ପାତ୍ର ଓ କ୍ଳବର ପ୍ରଥମ ମହିଳା ସୁଶ୍ରିତା ପଟ୍ଟନାୟକ ଡିଜି ଓ ଏଡିଜିଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ପୂର୍ବତନ ସଭାପତି ଅସିତ ଦତ୍ତ, ଅତିଥି ପରିଚୟ ପ୍ରଦାନ କରିଥିଲେ।ପୂର୍ବତନ ସଭାପତି ଅଜିତ କୁମାର ପୃଷ୍ଟି ଉପସ୍ଥିତ ଅତିଥି ଓ ରୋଟାରୀଆନ୍ ମାନଙ୍କୁ ସ୍ବାଗତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହରର ବିଭିନ୍ନ କ୍ଳବର ସଭ୍ଯବୃନ୍ଦ ଯୋଗଦେଇ ଥିଲେ ।ରୋଟାରୀଆନ୍ ଲିଙ୍ଗରାଜ ନାୟକ, ରାଜେଶ୍ବର ରାଓ,ଗଦାଧର ରାଉଳ, ଅରୁଣ ଚାନ୍ଦ , କାମରାଜୁ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଇନରହ୍ବିଲର ପୂର୍ବତନ ସଭାନେତ୍ରୀ ଡିମ୍ପଲ ସିଂ ସଂଯୋଜନା କରିଥିଲେ। ଡାକ୍ତର ରାଜେନ୍ଦ୍ର କୁମାର ବେହେରା ଅନ୍ତିମ ସଂଗୀତ ପରିବେଷଣ କରିଥିଲେ ଏବଂ ଉପ ସଭାପତି ପ୍ରଦୀପ୍ତ କୁମାର ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ ।