Odisha news

ଗଞ୍ଜାମ ଜିଲ୍ଲାରେ ଗ୍ରୀଷ୍ମ କାଳୀନ କ୍ରିଡା ପ୍ରଶିକ୍ଷଣ ଶିବିର ଉଦଘାଟିତ

0
ବ୍ରହ୍ମପୁର : ଗଞ୍ଜାମ  ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସ୍ଥାନୀୟ ବ୍ରହ୍ମପୁର ଷ୍ଟାଡିୟମ ଠାରେ ଏକ ଗ୍ରୀଷ୍ମ କାଳୀନ କ୍ରିଡା ପ୍ରଶିକ୍ଷଣ ଶିବିର କୁ  ମୁଖ୍ୟ ଅତିଥି ଭାବେ ବ୍ରହ୍ମପର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ  ବିଧାୟକ ଡ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ମେୟର ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ଯୋଗଦେଇ ଥୀଲେ।  ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଅଶୋକ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୫୦ ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରିବେ। କ୍ରିକେଟ, ବାସ୍କେଟ ବଲ,ଭଲକରି, ବକ୍ସିଂ ରେ ଭାଗ ନେବା ପାଇଁ ଗଞ୍ଜାମ ଜିଲ୍ଲା ବିଭିନ୍ନ ବ୍ଲକ ରୁ ଆସିଛନ୍ତି। ଏହି କ୍ରିଡା ସାଂସଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ପାଣିଗ୍ରାହୀ,ଉପେନ୍ଦ୍ର  ପଟ୍ଟନାୟକ,ଶରତ ଚନ୍ଦ୍ର ମହାପାତ୍ର, ଶିଶିର କୁମାର ପାଣିଗ୍ରାହୀ, ପ୍ରଭାକର ରାଓ, ସୁରେନ୍ଦ୍ର ପଟ୍ଟନାୟକ, ଡି ବାବୁ ରାଓ,ଡ ବ୍ରଜ ମୋହନ ସାସମଲ ,କେ ଅରବିନ୍ଦ ଓ ଗଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

Leave A Reply