Odisha news

ରାସ୍ତା ଉପରେ ଚାଲିଛି ବେଆଇନ ଲୁହାଚକ ଟ୍ରାକ୍ଟର, ଥାନାର ଦ୍ୱାରସ୍ଥ ହେଲା ବିଭାଗ

0
ଜମନକିରା : କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ରାସ୍ତାରେ ଯାନ ବାହାନ ଯାତାୟତ ପାଇଁ ଅନେକ ନୀତି ନିୟମ କଡ଼ା କଡି ରଖିଛନ୍ତି। ଉକ୍ତ ନିୟମ ମଧ୍ୟରୁ ମୁଖ୍ୟ ଏକ ନିୟମ ରହିଛି, ଯେଉଁଥିରେ ଲୁହାଚକା ଲଗେଇ କୌଣସି ଯାନ ବାହାନ ରାସ୍ତାରେ ଯାତାୟତ କରି ପାରିବ ନାହିଁ। ମାତ୍ର କେତେକ ଅସାଧୁ ବ୍ୟକ୍ତି ଟ୍ରାକ୍ଟରରେ ଲୂହାଚକ ଲଗେଇ ରାସ୍ତାରେ ରୀତିମତ ଯାଉଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶିମାଲ ପଂଚାୟତ କେତେକ ଗ୍ରାମାଞ୍ଚଳ ରାସ୍ତାରେ। ତେବେ ବିଭାଗ ପକ୍ଷରୁ ଏନେଇ ଥାନାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରାଯିବ ବୋଲି ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନବୀନ ବାଗେ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସୂଚନା ଯୋଗ୍ୟ ଯେ, ଫାଶିମାଲ ରୁ ମେଣ୍ଢାବହାଲ ପର୍ଯ୍ୟନ୍ତ ଦୀର୍ଘ ୧୮ କିଲୋମିଟର ରାସ୍ତାକୁ ଗତ ୮ ବର୍ଷ ତଳେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା। ସ୍ବାଧୀନତାର ୭୦ ବର୍ଷ ଭିତରେ ରାସ୍ତା ହୋଇନଥିବାରୁ ଅଞ୍ଚଳବାସୀ ଅକଥନୀୟ ଅବସ୍ଥାରେ ଯାତାୟତ କରୁଥିଲେ। ଲୋକଙ୍କ ବହୁ ଦାବି ପରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଦୀର୍ଘ ୧୮ କିଲୋମିଟର ରାସ୍ତା କାମ କରାଯାଇଥିଲା। ଏବେ ସେହି ରାସ୍ତାକୁ ଆର୍ ଏଣ୍ଡ ବି ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ବିଭାଗ ରକ୍ଷଣା ବେକ୍ଷଣ ର ଦାଇତ୍ୱ ତୁଲୋଉଛି। ଉକ୍ତ ରାସ୍ତାରେ ଲୁହା ଚକ ଲଗେଇ କୌଣସି ଗାଡ଼ି ଯାତାୟାତ କରିବାକୁ ବାରଣ କରାଯାଇଥିବା ବେଳେ କେତେକ ନ୍ୟସ୍ତ ସ୍ୱାର୍ଥ ଲୋକ ଲୁହାଚକ ଲଗେଇ ପ୍ରତ୍ୟେକ ଦିନ ଯାତାୟାତ କରୁଥିବା ଅଭିଯୋଗ ହେଉଛି। ଗତ ବୁଧବାର ୨୦ ତାରିଖ ଦିନ ଅପରାହ୍ନ ୨ ଟା ସମୟରେ ଏକ ଟ୍ରାକ୍ଟର (ଓଆର୍ ୧୫ ଏମ୍ ୯୧୪୮) ଉକ୍ତ ରାସ୍ତାରେ ଲୁହା ଚକ ଲଗେଇ ଯାଉଥିବା ବେଳେ କେତେକ ଗଣମାଧ୍ୟମ ପ୍ରତିନିଧି ଗାଡ଼ିକୁ ଅଟକାଇ ପଚାରିି ବୁଝିଥିଲେ। ଚାଳକ ଜଣକ ନାବାଳକ ହୋଇଥିବା ସହ ବେଆଇନ ଭାବେ କଣ ପାଇଁ ଲୁହାଚକ ଲଗେଇ ଗାଡ଼ି ନେଉଛ ବୋଲି କହିବାରୁ ସେ ମାଲିକଙ୍କ ନାଁ ନେଇ ଯାଉଥିବା କହିଥିଲା। ଗଣପ୍ରତିନିଧି ମାନେ ଫେରିବା ବେଳେ ମାଲିକ ଜଣକ ଭେଟି ନାନା ଯୁକ୍ତି ତର୍କ କରି ଅନ୍ୟ ମାନେ ଲୁହା ଚକ ଲଗେଇ ଗାଡ଼ି ସବୁଦିନେ ଯା ଆସ କରୁଛନ୍ତି। ସେମାନଙ୍କୁ କିଛି କୁହା ଯାଉନାହିଁ। ଆମ ଗାଡ଼ିରେ ଲାଗିଛି ବୋଲି ମୋତେ କେବଳ କହୁଛନ୍ତି ବୋଲି କହିଥିଲା। ତେବେ ପରିତାପର ବିଷୟ ଜଣେ ଶିକ୍ଷିତ ଯୁବକ ଯଦି ଏଭଳି ପ୍ରକାଶ କରି ରାସ୍ତାକୁ ଖରାପ କରେ ତା ପାଇଁ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରାଯିବା କଥା ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
 ଏ ସଂକ୍ରାନ୍ତରେ ବିଭାଗ ଅଧିକାରୀ ଶ୍ରୀ ଵାଗେଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।
Leave A Reply