Odisha news

ଏହି ଜାତୀୟ ରାଜପଥରେ ଭୁଲରେ ମଧ୍ୟ କେହି ଏକୁଟିଆ ଯାଆନ୍ତି ନାହିଁ , କାହିଁକି କୁହାଯାଏ ଏହାକୁ ଦୁନିଆର ଶେଷ ସଡକ

ନୂଆଦିଲ୍ଲୀ : ଆପଣ ହୁଏତ କେବେ ଦୁନିଆର ଶେଷ ସଡକ ବିଷୟରେ ଶୁଣିଥିବେ l କିନ୍ତୁ ଏଭଳି ଗୋଟିଏ ସଡକ ରହିଛି ଯାହା ଦୁନିଆର ଶେଷ ସଡକ l ଏହା ନରୱେରେ ଅବସ୍ଥିତ , ଏହି ସଡକ ନାମ ହେଉଛି E – 69 l ଏହି ସଡକ ପୃଥିବୀ ର ଶେଷ ରାସ୍ତା ସହିତ ଯୋଡି ହୋଇଥାଏ l ଏହି ସଡକ ଆଗକୁ ଆଉ କୌଣସି ସଡକ ନାହିଁ l ଏହା ଆଗକୁ ବରଫ ସହିତ ସମୁଦ୍ର ହିଁ ସମୁଦ୍ର ରହିଛି l

E – 69 ଏକ ରାଜପଥ ଅଟେ l ଯାହା ପାଖାପାଖି ୧୪ କିଲୋମିଟର ଲମ୍ବ ଅଟେ l ଏହି ରାଜପଥରେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠି ଗାଡି ଚଲେଇବା ଓ ଏକୁଟିଆ ଚାଲିବା ମଧ୍ୟ ବାରଣ କରାଯାଇ ଥାଏ l ଏଠାରେ ଏକୁଟିଆ ଯିବା ପାଇଁ ଏଥିପାଇଁ ମନା କରାଯାଇଥାଏ କାରଣ ଚାରିଆଡ ବରଫ ଚାଦରରେ ଆଚ୍ଛାଦିତ ହୋଇଥାଏ ଓ ହଜି ଯିବାର ଭୟ ମଧ୍ୟ ରହିଥାଏ l ଏହା ଧ୍ରୁବ ରେଖାର ଉତର ପାର୍ଶ୍ୱରେ ହୋଇଥିବା କାରଣରୁ ଏଠାରେ ଶୀତ ଋତୁରେ ରାତି ସରି ନଥାଏ କିମ୍ବା ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ ମଧ୍ୟ ଅସ୍ତ ହୋଇ ନଥାଆନ୍ତି l

ବେଳେବେଳେ ଏଠାରେ ୬ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖା ଯାଇ ନଥାନ୍ତି l ଶୀତ ଋତୁରେ ସେଠାରେ ତାପମାତ୍ରା ମାଇନସ ୪୩ ରୁ ମାଇନସ ୨୬ ଡିଗ୍ରୀ ସେଲ୍ସିୟସ ମଧ୍ୟରେ ରହିଥାଏ l ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏତେ ଅଧିକ ଥଣ୍ଡା ସତ୍ୱେ ଏଠାରେ ଲୋକମାନେ ମଧ୍ୟ ରହି ଥାଆନ୍ତି l ଏଠାରେ ଅସ୍ତ ସୂର୍ଯ୍ୟକୁ ପୋଲାର ଲାଇଟ କୁହାଯାଇଥାଏ l ନୀଳ ଆକାଶରେ କେବେ ସୂର୍ଯ୍ୟଙ୍କ ରଙ୍ଗ ଗୋଲାପୀ ପୁଣି କେତେବେଳେ ସବୁଜ କିରଣ ଦେଖିବାକୁ ମିଳିଥାଏ l ଏହାକୁ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ କୁହାଯାଏ l

Comments are closed.