ନୂଆଦିଲ୍ଲୀ : ଚାରା ଘୋଟଲା ମାମଲାରେ କାରାଦଣ୍ଡ ଭୋଗୁଥିବା ଲାଲୁ ପ୍ରସାଦ ଯାଦବଙ୍କର ସ୍ୱାସ୍ଥ୍ୟକୁ ନେଇ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦ କହିଛନ୍ତି ଯେ ଲାଲୁଙ୍କର କିଡ୍ନୀ ମାତ୍ର ୨୫ ପ୍ରତିଶତ କାମ କାରୁଛି l ତେଣୁକରି ଆସନ୍ତା ଦିନରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇପାରେ l
ସୂଚନା ମୁତାବକ ଲାଲୁ ରିଂମ୍ସରେ ଭର୍ତି ହୋଇଛନ୍ତି ଓ ମଧୁମେହ ଓ କିଡ୍ନୀ ରୋଗରେ ପୀଡିତ ଅଛନ୍ତି l ତେଣୁ ତାଙ୍କର କିଡ୍ନୀ ୨୫ ପ୍ରତିଶତ କାମ କରୁଛି ଓ ଯଦି ଆଗକୁ ଏହି ସ୍ଥିତି ବିଗିଡ଼ିବାକୁ ଲାଗିଲା ତେବେ ତାଙ୍କର କିଡ୍ନୀ କାମ କରିବା ବନ୍ଦ ହୋଇଯାଇପାରେ l
ଏହି ପରି ସୂଚନା ମିଳିଛି ଯେ ଆସନ୍ତା ଦୁଇ ରୁ ଚାରି ମାସ ଭିତରେ ଯେକୌଣସି ସମୟରେ ତାଙ୍କର ସ୍ଥିତି ଅଧିକରୁ ଅଧିକ ଖରାପ ହୋଇଯାଇ ପରେ l ଉମେଶ ପ୍ରସାଦଙ୍କ ପକ୍ଷରୁ ଆହୁରି ମଧ୍ୟ ସୂଚନା ମିଳିଛି ଯେ ଯେଉଁ ଗତିରେ ତାଙ୍କ ରୋଗ ବଢିବାକୁ ଲାଗିଛି ତାହା ଡାକ୍ତର ମାନଙ୍କୁ ଚିନ୍ତାରେ ପକାଉଛି l ଗତ ୨୦ ବର୍ଷରୁ ଲାଲୁ ମଧୁମେହରେ ଆକ୍ରାନ୍ତ ଅଛନ୍ତି ,ଏହି ପରିସ୍ଥିତିରେ ତାଙ୍କର ଅଙ୍ଗପ୍ରତ୍ୟଙ୍ଗ ଗୁଡିକ ଧୀରେ ଧୀରେ ଖରାପ ହେବାକୁ ଲାଗିଛି l