ଭାରତକୁ ନଦୀ ମାନଙ୍କର ଦେଶ କୁହାଯାଇ ଥାଏ l ଏଠାରେ ଦୁନିଆର ଅନେକ ଗୁଡିଏ ବଡ଼ ଓ ପବିତ୍ର ନଦୀ ପ୍ରଭାହିତ ହୋଇଥାଏ l ଏମିତିରେ ମଧ୍ୟ ସମାଜର ବିକାଶରେ ନଦୀ ଗୁଡିକରର ବିଶେଷ ଯୋଗଦାନ ରହିଛି l କିନ୍ତୁ ଭାରତର ନଦୀ ମାନଙ୍କ ମଧ୍ୟରେ ଗୋଟିଏ ବିଶେଷତା ରହିଛି , ତାହା ହେଉଛି ଏଠାକାର ନଦୀ ଗୁଡିକ ଗୋଟିଏ ଦିଗରୁ ପ୍ରବାହିତ ହୋଇଥାଏ l ଗଙ୍ଗା ଠାରୁ ନେଇ ଯମୁନା ପର୍ଯ୍ୟନ୍ତ ଆପଣ ଯେକୌଣସି ନଦୀର ବୋହିବା ଦେଖିଲେ ଆପଣ ଜାଣିପାରିବେ ଯେ ଏହି ନଦୀ ଗୁଡିକ ପଶ୍ଚିମ ଦିଗରୁ ପୂର୍ବ ଦିଗକୁ ପ୍ରବାହିତ ହେଉଛନ୍ତି l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଭାରତ ଭୂମିରେ ଏଭଳି ଗୋଟିଏ ନଦୀ ରହିଛି ଯିଏ କି ଏହାର ବିପରୀତ ଦିଗରେ ପ୍ରବାହିତ ହୋଇଥାଏ l
କେଉଁ ନଦୀ ବିପରୀତ ଧାରାରେ ପ୍ରବାହିତ ହୋଇଥାଏ –
ବିପରୀତ ଧାରାରେ ପ୍ରବାହିତ ହେଉଥିବା ଏହି ନଦୀଟି ର ନାମ ହେଉଛି ନର୍ମଦା l ଯେଉଁଠାରେ ଦେଶର ଅନେକ ଗୁଡିଏ ନଦୀ ପଶ୍ଚିମ ରୁ ପୂର୍ବ କୁ ପ୍ରବାହିତ ହୋଇ ଥାଆନ୍ତି, ସେହି ସ୍ଥାନରେ ନର୍ମଦା ନଦୀ ପଶ୍ଚିମ ରୁ ପୂର୍ବକୁ ପ୍ରବାହିତ ହୋଇ ପଶ୍ଚିମ ବଙ୍ଗ ର ତଟୀୟ ଅଞ୍ଚଳରେ ପହଞ୍ଚି ଥାଏ , ପୁଣି ସେଠାରୁ ନିଜ ଧାରାର ବିପରୀତ ରେ ପୂର୍ବରୁ ପଶ୍ଚିମ ଦିଗକୁ ପ୍ରବାହିତ ହୋଇ ଆରବ ସାଗରରେ ମିଶିଥାଏ l ନର୍ମଦା ନଦୀ ର ଅନ୍ୟ ନାମ ହେଉଛି ରେବା ନଦୀ l ନର୍ମଦା ନଦୀ ଭାରତର ବଡ ରାଜ୍ୟ ଗୁଜୁରାଟ ଓ ମଧ୍ୟ ପ୍ରଦେଶ ର ମୁଖ୍ୟ ନଦୀ ଅଟେ l
ନର୍ମଦା ନଦୀ ବିପରୀତ ବୋହିବା ର କଣ ରହିଛି ବୈଜ୍ଞାନିକ କାରଣ –
ଗୁଜୁରାଟ ଓ ମଧ୍ୟପ୍ରଦେଶ ର ମୁଖ୍ୟ ନଦୀ ନର୍ମଦା ର ଧାରା ର ବିପରୀତ ବୋହିବା ପଛରେ ଗୋଟିଏ ମୁଖ୍ୟ କାରଣ ରହିଛି l ବିଶେଷ ଭାବରେ ଏହାସବୁ ଘଟିଥାଏ ରୀଫ୍ଟ ଭ୍ୟାଲି କାରଣରୁ l ରୀଫ୍ଟ ଭ୍ୟାଲି ର ଅର୍ଥ ହେଉଛି ନଦୀଟି ଯେଉଁ ଯେଉଁ ଦିଗରୁ ପ୍ରବାହିତ ହୋଇଥାଏ, ଏହାର ଢ଼ଳେଇ ବିପରୀତ ଦିଗରେ ହୋଇଥାଏ l ଏହି ଢ଼ଳେଇ କାରଣରୁ ନର୍ମଦା ନଦୀ ପୂର୍ବରୁ ପଶ୍ଚିମ ଦିଗକୁ ପ୍ରବାହିତ ହୋଇଥାଏ l ଏହି ନଦୀଟି ମେଖଳ ପର୍ବତର ଅମରକଣ୍ଟାକ ଶିଖରରୁ ବାହାରିଛି l
କଣ ରହିଛି ପୌରାଣିକ କାହାଣୀ –
ଏହାଛଡା ନର୍ମଦା ନଦୀ ବିପରୀତ ଦିଗକୁ ପ୍ରବାହିତ ହେବା ପଛରେ ଗୋଟିଏ ପୌରାଣିକ କଥା ମଧ୍ୟ ରହିଛି l କୁହାଯାଏ ଯେ ନର୍ମଦା ନଦୀ ଙ୍କ ବିବାହ ସୋନଭଦ୍ର ଙ୍କ ସହିତ ନିର୍ଧାରିତ ହୋଇଥିଲା l କିନ୍ତୁ ନର୍ମଦା ଙ୍କ ସଖି ଯୋହିଲା ଙ୍କ କାରଣରୁ ଉଭୟଙ୍କ ମଧ୍ୟରେ ଦୂରତା ଆସି ଯାଇଥିଲା l ଏହି କାରଣରୁ ନର୍ମଦା ସାରା ଜୀବନ କୁଆଁରୀ ରହିବାର ପଣ କରିଥିଲେ ଓ କ୍ରୋଧିତ ହୋଇ ବିପରୀତ ଦିଗରେ ପ୍ରବାହିତ ହେଲେ l