Odisha news

ଭାରତର ଏହି ସ୍ଥାନରେ ଗୋରା ଛୁଆ ଜନ୍ମ ଦେବା ହୋଇଥାଏ ମହାପାପ, ମିଳିଥାଏ ଭୟଙ୍କର ଦଣ୍ଡ

0

ଛୁଆ ଗୋରା ହୁଅନ୍ତୁ କିମ୍ବା କଳା, ଛୁଆ ତ ଭଗବାନ ଙ୍କ ରୂପ ହୋଇ ଥାଆନ୍ତି ଯିଏ କି ପ୍ରତ୍ୟେକ ରଙ୍ଗରୂପ ରେ ସୁନ୍ଦର ଲାଗି ଥାଆନ୍ତି l କଣ ଆପଣ କେବେ ଭାବିଛନ୍ତି ଭାରତରେ ଏଭଳି ଗୋଟିଏ ସ୍ଥାନ ରହିଛି ଯେଉଁଠାରେ ଗୋରା ଛୁଆ ଜନ୍ମ କରିବା ହୋଇଥାଏ ଗୋଟିଏ ବଡ଼ ପାପ ସଦୃଶ l  ଦୁନିଆରେ ଅନେକ ଜାତି ଓ ଧର୍ମର ଲୋକେ ରହି ଥାଆନ୍ତି l  ସେହିଭଳି ଭାରତରେ ମଧ୍ୟ ଅନେକ ଜାତି ଓ ଜନଜାତି ରହିଛନ୍ତି l କିନ୍ତୁ ଏଭଳି ଗୋଟିଏ ଜନଜାତି ରହିଛି , ଯିଏକି ଆଜି ମଧ୍ୟ ପାଷାଣ ଯୁଗ ଭଳି ବଞ୍ଚି ରହିଛନ୍ତି l ଆସନ୍ତୁ ଆଜି ଜାଣିବା ଏହିଭଳି ଗୋଟିଏ ଜନଜାତି ବିଷୟରେ l

ଜାରବା ଗୋଟିଏ ଆଦିବାସୀ ଜନଜାତି ଅଟନ୍ତି, ଯିଏକି ବର୍ତମାନ ମଧ୍ୟ ଭାରତର ଆଣ୍ଡାମାନ -ନିକୋବର ଦ୍ୱୀପରେ ରହିଛନ୍ତି l  ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯଦି ଏହି ଜନଜାତି ରେ କୌଣସି ଗୋରା ଛୁଆ ଜନ୍ମ ନେଇଥାଏ ତେବେ ତାକୁ ମାରିଦିଆ ଯାଇଥାଏ l  ବର୍ତମାନ ଯେଉଁଠି ବିଶ୍ୱର  ଅନେକ ଜନଜାତି ନିଜକୁ ଆଧୁନିକ ସମାଜ ରେ ଖାପ ଖୁଆଉଛନ୍ତି , ସେହି ସ୍ଥାନରେ ଆଜି ମଧ୍ୟ ଏଭଳି କିଛି ଜନଜାତି ରହିଛନ୍ତି ଯିଏକି ନିଜକୁ ପାଷାଣ ଯୁଗ ରେ ରଖିଛନ୍ତି l

ଜାରବା ଜନଜାତି ବିଶ୍ୱର ର ଗୋଟିଏ ପୁରାତନ ଜନଜାତି ଅଟେ l  ଏହି ଜନଜାତି ର ଲୋକେ ହଜାର ହଜାର ବର୍ଷରୁ ଏହି ଦ୍ବୀପ ରେ ରହି ଆସୁଛନ୍ତି l  ସେମାନଙ୍କ ମୂଳ ବଂଶ ହେଉଛି ଆଫ୍ରିକୀୟ , କିନ୍ତୁ କିଛି ବର୍ଷ ପୂର୍ବରୁ ସେମାନେ ଭାରତର ଉପ- ମହାଦ୍ଵୀପ ର ଅଂଶ ହୋଇ ଯାଇଛନ୍ତି l  ଏହି ଜନଜାତି ବିଲୁପ୍ତ ହେବା ସ୍ଥିତିରେ ରହିଛି କିନ୍ତୁ ସେମାନଙ୍କର ଏଭଳି କିଛି ପରମ୍ପରା ତାଙ୍କୁ ଆଲୋଚ୍ୟ ର ବିଷୟବସ୍ତୁ କରିଛି l

ବର୍ତମାନ ସୁଧା ଜାରବା ଜନଜାତି ରେ ମାତ୍ର ୩୮୦ ଜଣ ଲୋକ ରହିଛନ୍ତି l  ଏହି ଜନଜାତି ର ଲୋକେ ଆଜି ମଧ୍ୟ ଶିକାର କରି ନିଜର ଜୀବିକା ନିର୍ବାହ କରୁଛନ୍ତି l ସେମାନେ ଧନୁ ଓ ତୀର ଦ୍ୱାରା ମାଛ ଓ କଙ୍କଡା ଶିକାର କରି ଥାଆନ୍ତି l ଏହି ଜନଜାତିର ଲୋକେ ଏଥିପାଇଁ କଳା ରଙ୍ଗର ଅଟନ୍ତି, କାରଣ ଏମାନଙ୍କ ମୂଳ ନିବାସୀ ଆଫ୍ରିକୀୟ ଅଟନ୍ତି l ଏଥିପାଇଁ ଏଠାରେ ଗୋରା ଛୁଆଙ୍କୁ ମାରିଦିଆ ଯାଇଥାଏ, କାହିଁକି ନା ସେମାନଙ୍କର ଧାରଣା ରହିଛି ଯେ ଯଦି ଗୋରା ଛୁଆ ଜନ୍ମ ହେବ ତେବେ ସେ ଅନ୍ୟ କୌଣସି ଜନଜାତି ର ହୋଇପାରେ l ଏହି ଜନଜାତି ରେ ଯେତେବେଳେ କୌଣସି ଛୁଆ ଜନ୍ମ ନେଇଥାଏ ତେବେ ସେଠାକାର ସମସ୍ତ ମହିଳା ତାକୁ ସ୍ତନ୍ୟ ପାନ କରାଇ ଥାଆନ୍ତି l  ଏହା ସେମାନଙ୍କୁ ଏକାଠି ରଖିବାରେ ସାହାଯ୍ୟ କରିଥାଏ l

ବିଶେଷ ଭାବରେ ଏହି ଜନଜାତି ରେ କଳା ରଙ୍ଗର ଛୁଆ ଜନ୍ମ ହେବା ଜରୁରୀ ଅଟେ l  ସେଥିପାଇଁ ଗର୍ଭବତୀ ମହିଳାଙ୍କୁ ଜୀବଜନ୍ତୁ ଙ୍କ ରକ୍ତ ପିଇବାକୁ ଦିଆଯାଇ ଥାଏ l କାହିଁକି ନା ସେମାନଙ୍କ ଧାରଣା ରହିଛି ଜୀବଜନ୍ତୁ ଙ୍କ ରକ୍ତ ପିଇବା ଦ୍ୱାରା କଳା ଛୁଆ ଜନ୍ମ ହୋଇଥାଏ l ଯଦି ଗୋରା ଛୁଆ ଜନ୍ମ ନେଇଥାଏ ତେବେ ତାର ପିତା ସେହି ଛୁଆ ଟିକୁ ମାରି ଦେଇଥାଏ l  କେବଳ ଏତିକି ନୁହେଁ ଯଦି କୌଣସି ମହିଳା ବିଧବା ହୋଇଯାଏ ତେବେ ତାର ଛୁଆଙ୍କୁ ମାରିଦିଆ ଯାଏ l  ଏହି ଜନଜାତି ର ଲୋକେ ଆଜି ମଧ୍ୟ କାହା ସହିତ ମିଶନ୍ତି ନାହିଁ l  ପର୍ଯ୍ୟଟକ ମାନଙ୍କୁ ମଧ୍ୟ ଜାରବା ଜନଜାତି ର ଲୋକଙ୍କ ସହିତ ମିଶିବା ମନା  l

IEC 2 years
Leave A Reply